Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୭ ମାସ ବି ସାଥ୍ ଦେଲାନି ସାତଜନ୍ମର ସାଥୀ, ଜଳେଇ ଜଳେଇ ମାରିଦେଲା !

Rashmita Mishra
Browse all articles by Rashmita Mishra
·11 months ago·2 min read
୭ ମାସ ବି ସାଥ୍ ଦେଲାନି ସାତଜନ୍ମର ସାଥୀ, ଜଳେଇ ଜଳେଇ ମାରିଦେଲା !

Key Points

୭ ଜନ୍ମର ବନ୍ଧନ, ସାତ ଫେରା କିନ୍ତୁ ୭ ମାସ ବି ଚଳାଇ ଦେଲାନି ।

ଯେଉଁ ହାତ ଧରି ବାଟ ଚାଲିବାର ସ୍ୱପ୍ନ ଦେଖିଥିଲା, ଦିନ କେଇଟାରେ ଭାଙ୍ଗିଗଲା ।

ଯେଉଁ ପରିବାରକୁ ନିଜର ଭାବି ଆଦରି ନେଇଥିଲା, ସେଇ ପରିବାର ଦିନ ଗଡ଼ିବା ସହ ଯନ୍ତ୍ରଣା ବଢ଼ୁଥିଲା

୭ ଜନ୍ମର ବନ୍ଧନ, ସାତ ଫେରା କିନ୍ତୁ ୭ ମାସ ବି ଚଳାଇ ଦେଲାନି । ଯେଉଁ ହାତ ଧରି ବାଟ ଚାଲିବାର ସ୍ୱପ୍ନ ଦେଖିଥିଲା, ଦିନ କେଇଟାରେ ଭାଙ୍ଗିଗଲା । ଯେଉଁ ପରିବାରକୁ ନିଜର ଭାବି ଆଦରି ନେଇଥିଲା, ସେଇ ପରିବାର ଦିନ ଗଡ଼ିବା ସହ ଯନ୍ତ୍ରଣା ବଢ଼ୁଥିଲା । ଆଉ ଶେଷରେ ଜୀବନ ବି ଚାଲିଗଲା । ବିବାହକୁ ମାତ୍ର ୭ ମାସ ନ ପୁରୁଣୁ ଜଳିଛି ନବବଧୂର ଜୁଇ ।

ଏଭଳି ଅଭାବନୀୟ ଘଟଣା କେଉଁ ଉପାନ୍ତ ଅଞ୍ଚଳରେ ନୁହଁ ବରଂ ରାଜଧାନୀର ଛାତି ଉପରେ ଘଟିଛି । ମଞ୍ଚେଶ୍ଵର ଥାନା ଅଧିନ ଧିରୁକୁଟି ବସ୍ତିରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ମିଳିଥିବା ବେଳେ ହତ୍ୟା ଅଭିଯୋଗରେ ପୋଲିସ ତାଙ୍କ ସ୍ଵାମୀଙ୍କୁ ଗିରଫ କରିଛି । ମୃତ ତୃପ୍ତିମାଳା ନାଯକ ଗତ ଫେବ୍ରୁଆରୀ ମାସରେ ନୟାଗଡ଼ ଖଣ୍ଡପଡ଼ା ଜାକେଲାର ବିକ୍ରମ ନାୟକଙ୍କୁ ବିବାହ କରିଥିଲେ ।

ତୃପ୍ତିଙ୍କ ପରିବାରର ଅଭିଯୋଗ ଅନୁସାରେ, ବିବାହ ପରଠାରୁ ଝିଅକୁ ବାରମ୍ବାର ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ଆସୁଥିଲେ ଶାଶୂଘର ଲୋକେ । ଆଉ ରବିବାର ଭୋର ସମୟରେ ଘରକୁ ଫୋନ୍ ଆସିଲା ଝିଅ ରଶି ଲଗେଇ ଆତ୍ମହତ୍ୟା କରିଛି । ହେଲେ ତୃପ୍ତିଙ୍କ ବେକରେ କଳା ଦାଗ ଏବଂ ଏକାଧିକ ଇଞ୍ଜେକ୍ସନ୍ ଛୁଞ୍ଚି ଫୋଡ଼ା ଯାଇଥିବା ଚିହ୍ନ ସନ୍ଦେହକୁ ଦୃଢ଼ୀଭୂତ କରିଥିଲା ।

ଆଉ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ମଞ୍ଚେଶ୍ଵର ଥାନା ପୋଲିସ ଅଭିଯୁକ୍ତ ସ୍ଵାମୀ ବିକ୍ରମ ନାୟକକୁ ଗିରଫ କରିଛି । ପରିବାର ଲୋକଙ୍କ ଅନୁସାରେ, ତୃପ୍ତିଙ୍କ ଶାଶୂଘର ଲୋକେ ତାଙ୍କୁ ରାକ୍ଷୀ ପୂର୍ଣ୍ଣିମା ଓ ଖୁଦୁରୁକୁଣୀ ପୂଜା ପାଇଁ ବାପଘରକୁ ଛାଡ଼ି ନଥିଲେ । ଆଉ ତୃପ୍ତି ବାପଘରକୁ ଯିବା ଲାଗି ଅଡ଼ିବସିବାରୁ ତାଙ୍କୁ ହତ୍ୟା କରାଯାଇଛି । ପୋଲିସ ଅଭିଯୁକ୍ତ ସ୍ଵାମୀକୁ ଗିରଫ କରି ତଦନ୍ତ ଜାରି ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
"7-Month Marriage Turns Tragic: Husband Burns Wife Alive" | Argus News