୭ ମାସ ହେଲା ସରୁନି ରାସ୍ତା କାମ

Key Points
ରାସ୍ତା ଅପେକ୍ଷାରେ 5ଖଣ୍ଡ ଗାଁ
୭ ମାସ ହେଲା ସରୁନି ରାସ୍ତା କାମ
ଗାଁକୁ ସଂଯୋଗ ହୋଇପାରୁନି ପକ୍କା ରାସ୍ତା
ଅଧାତିଆରି ରାସ୍ତା ଦେଉଛି କଷ୍ଟ
ଗଞ୍ଜାମ ପାତ୍ରପୁର ବ୍ଲକ ଅନ୍ତର୍ଗତ ମୁଖ୍ୟ ରାସ୍ତା ଠାରୁ ସୋମନାଥପୁର ଗାଁ ପର୍ଯ୍ୟନ୍ତ ରାସ୍ତା। ରାସ୍ତା ସାରା କୋଉଠି ଖାଲଖିମାତ ଆଉ କେଉଁଠି ବନ୍ଧ ଦେଇ ଯାଇଥିବା ରାସ୍ତାର ଅତଡା ଖସିଲାଣି l ହେଲେ ଯାତାୟାତ ପାଇଁ ଅନ୍ୟ ରାସ୍ତା ନଥିବାରୁ ଏହା ଉପରେ ନିର୍ଭର କରନ୍ତି ଆମ୍ବପୁରୁ ଓ ଗୁଣ୍ଡୁରା ପଞ୍ଚାୟତର ସମସ୍ତ ଆଖ ପାଖ ଅଞ୍ଚଳର ଅନେକ ଲୋକ l ବିଶେଷ କରି ଆମ୍ବପୁରୁ, ସୋମନାଥପୁର,ମହାଦେଇପୁରୁ, ନରସିଂହପୁର,ବିଜୁପୁର,କୁତୁମ୍ବୁରି, ଲକ୍ଷ୍ମୀପୁର, ଜଗନ୍ନାଥପୁର,ଭଳି ବିଭିନ୍ନ ଅଞ୍ଚଳର ହଜାର ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର ଶିଳ ହୋଇଥାନ୍ତି l
ପାଖାପାଖି ବର୍ଷେ ତଳେ ରାସ୍ତା ମରାମତି କାମ ଆରମ୍ଭ ହୋଇଥିବା। ରାସ୍ତାରେ ମାଟାଲ ଡଷ୍ଟ ପକାଗଲା। ମାତ୍ର କାମ ଅଧାରୁ ଛାଡିଦେଇ ଠିକାଦାର ଛୁ। ଏବେ ଏହି ମେଟାଲ ପଥର ବିଛାଯାଇଥିବା ରାସ୍ତାରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି l ଏମିତିକି ଦିନରେବି ଏହି ରାସ୍ତା ଦେଇ ଯିବା ଆସିବା କରିବା କଷ୍ଟସାଧ୍ୟ l ଏ ନେଇ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କ ପାଖରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାସ୍ତା କାମ ଶେଷ ହେଉ ନାହିଁ l
ମୁଖ୍ୟ ରାସ୍ତା ଠାରୁ ମହାଦେଇପୁରୁ, ବନମାଳୀପୁର, ଦେଉଳି ଗାଁ, ମାଣିକପୁରୁ,ଜଗନ୍ନାଥପୁରୁ,ସୁନାରେଡ଼ି, ସୁବର୍ଣ୍ଣପୁର ଆଦି ଗାଁକୁ ସଂଯୋଗ ହୋଇ ପାରୁନି ପକ୍କା ରାସ୍ତା। ଅଧାତିଆରି ଏହି ରାସ୍ତା ଲୋକଙ୍କୁ ଦେଉଛି ଯମଯନ୍ତ୍ରଣା। ଖରାଦିନେ ରାସ୍ତାରେ ଯିବା ମୁସ୍କିଲ ହେଉଥିବା ବେଳେ ଆଗକୁ ବର୍ଷା ଆସୁଛି। ଏହାର ତୁରନ୍ତ ମରାମତି କରା ନଗେଲେ ଆହୁରି ସମସ୍ୟା ଭୋଗିବେ ଅଞ୍ଚଳବାସୀ।