Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ 7ଜଣ ରୋଗୀଙ୍କ ମୃତ୍ୟୁ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ 7ଜଣ ରୋଗୀଙ୍କ ମୃତ୍ୟୁ

Key Points

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ 7ଜଣ ରୋଗୀଙ୍କ ମୃତ୍ୟୁ
4 ମୃତକ ପରିବାରଙ୍କ ଅଭିଯୋଗ, ଭୁଲ ଇଞ୍ଜେକସନ ଯୋଗୁଁ ହୋଇଛି ମୃତ୍ୟୁ
କୋରାପୁଟ ଜିଲ୍ଲାପାଳ ଓ DMET ନିର୍ଦ୍ଦେଶକ କହିଲେ ହୋଇନାହିଁ ଡାକ୍ତରୀ ଅବହେଳା
ଅଧିକ ତଦନ୍ତ ପାଇଁ ଆସୁଛନ୍ତି DMETର ପାଞ୍ଚ ଜଣିଆ ଟିମ
ମେଡିକାଲ ସୁପରିଟେଣ୍ଡଣ୍ଟଙ୍କ ସୂଚନା, ଲ୍ୟାବ ଟେଷ୍ଟପାଇଁ ପଠାଯିବ ଜବତ ଔଷଧ ଓ ଇଞ୍ଜେକେସନ


କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ 7ଜଣ ରୋଗୀଙ୍କ ମୃତ୍ୟୁ ଘଟଣାରେ 4 ମୃତକଙ୍କ ପରିବାରର ଅଭିଯୋଗ ହେଲା ଭୁଲ ଇଞ୍ଜେକସନ ଯୋଗୁଁ ଏହି ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ମେଡିକାଲର ସର୍ଜରୀ ବିଭାଗରେ ନର୍ସ ଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ଆସିୟୁ ରେ 4 ରୋଗୀ ଓ ବେଡ଼ ରେ 2 ରୋଗୀ ଙ୍କ ଜୀବନ ଚାଲି ଯାଇଥିବା ପରିବାର ଲୋକେ କହିଛନ୍ତି ।

ଏଫଟେ ଘଟଣାର ତଦନ୍ତ ପାଇଁ ଆସୁଛନ୍ତି DMETର ପାଞ୍ଚ ଜଣିଆ ଟିମ । MKCG ରୁ ୩ ଜଣ ଓ SCBରୁ ୨ ଜଣିଆ ଟିମ୍ ସହିଦ ଲଷ୍ମଣ ନାୟକ ମେଡିକାଲ କଲେଜ ଯାଇ ଫୁଙ୍ଖାନୁପୁଙ୍ଖ ତଦନ୍ତ କରିବେ । ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ । କୋରାପୁଟ ଜ଼ିଲ୍ଲାପାଳ ଭି କୀର୍ତ୍ତି ଭାସନ କହିଛନ୍ତି କମିଟି ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ l ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ର ଅଧିକ୍ଷକ କହିଛନ୍ତି ପ୍ରାଥମିକ ତଦନ୍ତରେ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ଅବହେଳା ହୋଇନାହିଁ । ଔଷଧ ଓ ଇଞ୍ଜେକେସନ କୁ ସିଜ କରି ଅଣାଯାଇଛି । ଲ୍ୟାବ ଟେଷ୍ଟପାଇଁ ପଠାଯିବ ।

ତେବେ ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି ।ଅନ୍ୟପଟେ ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ହଜାର ଲେଖାଏଁ ପ୍ରଦାନ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
7-patients-die-at-koraput-saheed-laxman-nayak-medical-hospital | Argus News