|
logo
Live

Argus News - Crime: ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ୩ ଦିନ ଧରି ନିର୍ଧୁମ ପିଟିଲେ ୭ ଛାତ୍ର, ତା'ପରେ...

Odisha

Crime: ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ୩ ଦିନ ଧରି ନିର୍ଧୁମ ପିଟିଲେ ୭ ଛାତ୍ର, ତା'ପରେ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
Crime: ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ୩ ଦିନ ଧରି ନିର୍ଧୁମ ପିଟିଲେ ୭ ଛାତ୍ର, ତା'ପରେ...

ଅର୍ଗସ ବ୍ୟୁରୋ: କୁନି ଛୁଆକୁ ନିର୍ଧୁମ ମାଡ଼ । ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ, କିମ୍ବା ଦିନେ କି ଦୁଇ ଦିନ ନୁହେଁ, ଲଗାତର ଭାବେ ୩ ଦିନ ଯାଏଁ ନିର୍ଧୁମ ପିଟିଲେ । ତାପରେ ବାହାରେ ଫିଙ୍ଗି ଦେଲେ ।

ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଗୁଡାରି ବ୍ଲକ ସମର ଲେଣ୍ଡି ସେବାଶ୍ରମରେ । ଏଠାକାର ଆବାସିକ ବିଦ୍ୟାଳୟର ଜଣେ ଦ୍ୱିତୀୟ ଶ୍ରେଣୀର ଛାତ୍ରଙ୍କୁ ଏଭଳି ମାଡ଼ ମାରିଛନ୍ତି । ୭ ଜଣ ଛାତ୍ର ମିଶି ମାଡ଼ ମାରିଥିବା ଜଣାପଡ଼ିଛି ।

ଏନେଇ ଛାତ୍ରଙ୍କ ବାପା ବିଷମକଟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ତାଙ୍କ ପୁଅକୁ ଲଗାତର ୩ ଦିନ ପର୍ଯ୍ୟନ୍ତ ନିର୍ଧୁମ ପିଟିଛନ୍ତି । ତାପରେ ତାକୁ ଅଧାମରା କରି ବାହାରେ ଫିଙ୍ଗି ଦେଇଥିଲେ । ଯେତେବେଳେ ତାଙ୍କ ପୁଅକୁ ହୋସ ଆସିଲା, ସେତେବେଳେ ସେ ଯାଇ ଅଭିଯୋଗ କଲା । ସେତେବେଳ ପର୍ଯ୍ୟନ୍ତ ବିଦ୍ୟାଳୟର କୌଣସି ଶିକ୍ଷକ କିମ୍ବା କର୍ମଚାରୀ ଏନେଇ କିଛି ଜାଣି ନଥିଲେ ।

ଛାତ୍ରଙ୍କ ବାପା ଆହୁରି ଅଭିଯୋଗ କରିଛନ୍ତି ଯେ, ତାଙ୍କ କୁନି ପୁଅକୁ ଯେଉଁମାନେ ମାରିଛନ୍ତି ସେମାନେ ମାରଣାସ୍ତ୍ର ବି ପ୍ରୟୋଗ କରିଛନ୍ତି । ଗୋଜିଆ ଏବଂ ଧାରୁଆ ଅସ୍ତ୍ରରେ ତାଙ୍କୁ ଆଘାତ କରାଯାଇଛି । ତାର ପିଠି ଚିରି ହୋଇଯାଇଛି । ପଛ ପଟେ ବି ଗଭୀର କ୍ଷତ ଚିହ୍ନ ରହିଛି । ଖାଲି ସେତିକି ନୁହେଁ ଯେଉଁମାନେ ପୁଅକୁ ମାଡ଼ ମାରିଛନ୍ତି ସେମାନେ ତାକୁ ନାନା ଧମକ ଚମକ ମଧ୍ୟ ଦେଇଛନ୍ତି । ଏହି ଘଟଣା କାହା ଅଗରେ ନକହିବାକୁ ମଧ୍ୟ ଚେତାବନୀ ଦେଇଥିଲେ ।

ମାଡ଼ର ଶିକାର ହୋଇଥିବା ଛାତ୍ର ଜଣକ ହେଲେ ଆଦିତ୍ୟ ଜାଗେରାଙ୍ଗା । ସେ ଆବାସିକ ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀର ଛାତ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Crime: ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ୩ ଦିନ ଧରି ନିର୍ଧୁମ ପିଟିଲେ ୭ ଛାତ୍ର, ତା'ପରେ... | Argus News