Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲା, 7 ଯୁବକ ଗିରଫ 

Odisha

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲା, 7 ଯୁବକ ଗିରଫ 

Manini Pattanayak
Browse all articles by Manini Pattanayak
·1 year ago·1 min read
ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲା, 7 ଯୁବକ ଗିରଫ 

 ଭୁବନେଶ୍ୱର:  ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଓ ଦୁର୍ବ୍ୟବହାର ମାମଲା ।  7 ଜଣ ଯୁବକଙ୍କୁ ଗିରଫ କଲା ଚନ୍ଦକା ଥାନା ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ADCP କୃଷ୍ଣପ୍ରସାଦ ଦାସ । ଭରତପୁର ଥାନାର ବର୍ତ୍ତମାନର IICଙ୍କ ଏତଲା ଆଧାରରେ 7 ଜଣଙ୍କୁ ଗିରଫ କରାଯାଇଛି । ତାଙ୍କ ପାଖରୁ 11 ମୋବାଇଲ, ଗୋଟିଏ ଗାଡ଼ି ଜବତ କରାଯାଇଛି । ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ମାରି ନ ଥିବା କହିଛନ୍ତି ଅଭିଯୁକ୍ତ ।  ସେପଟେ ଏହି ଘଟଣାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ବୟାନ୍ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ ।

ଏଡିଜି ଅରୁଣ ବୋଥ୍ରାଙ୍କ ନିକଟରେ ରିପୋର୍ଟ ଦାଖଲ ସହ ଜାତୀୟ ମହିଳା କମିଶନଙ୍କୁ ରିପୋର୍ଟ ଦେଇଛି କ୍ରାଇମବ୍ରାଞ୍ଚ । ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ମଧ୍ୟ ବୟାନ ରେକର୍ଡ ସରିଛି । ଖୁବଶୀଘ୍ର ଡିଜିପିଙ୍କ ସହ ଆଲୋଚନା କରିବେ କ୍ରାଇମବ୍ରାଞ୍ଚ ଏଡିଜି ।  ଆସନ୍ତାକାଲି ଦାଖଲ ହେବ ଚୂଡ଼ାନ୍ତ ରିପୋର୍ଟ । ମେଜରଙ୍କ ବାନ୍ଧବୀଙ୍କୁ ଥାନା ଭିତରେ ଯୌନ ନିର୍ଯାତନାର ଆସିଥିଲା ଅଭିଯୋଗ । ମାମଲାରେ ସସପେଣ୍ଡ 5 ପୋଲିସଙ୍କୁ ନେଇ ପଚରା ଉଚରା କରିଛି କ୍ରାଇମବ୍ରାଞ୍ଚ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଘଟଣାରେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି। ସରକାର ସଚେତନ ଅଛନ୍ତି, ଆଗାମୀ ଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
7 youths arrested in case of abuse of major and his girl friend | Argus News