Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୭୦୦କେଜି ଲୁଟ୍‌ ବାରୁଦ ସରଣ୍ଡା ଜଙ୍ଗଲରୁ ଜବତ: କମ୍ବିଂ ଜାରି

Ritu Das
Browse all articles by Ritu Das
·1 year ago·2 min read
୭୦୦କେଜି ଲୁଟ୍‌ ବାରୁଦ ସରଣ୍ଡା ଜଙ୍ଗଲରୁ ଜବତ: କମ୍ବିଂ ଜାରି

Key Points

ପ୍ରଥମ ଥରରେ ୧୫୭ କେଜି ବିସ୍ଫୋରକ ଜବତ

ତିରିଲପୋଷିରୁ ୨.୫ ଟନ୍ ଲୁଟ୍ ବିସ୍ଫୋରକ ଜବତ

ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ହାଇଆଲର୍ଟ ଜାରି

ବାଙ୍କୋ ପଥର ଖଣିରୁ ୫ ହଜାର କେଜି ବିସ୍ଫୋରକ ଲୁଟ୍ ଘଟଣାକୁ ସପ୍ତାହେ ବିତିଲାଣି। ପ୍ରଥମ ଥରରେ ୧୫୭ କେଜି ବିସ୍ଫୋରକ ଜବତ ହୋଇଥିବାବେଳେ ସୋମବାର ମଧ୍ୟାହ୍ନରେ ଝାଡ଼ଖଣ୍ଡ ଜରେଇକେଲା ଥାନା ଅଧୀନ ତିରିଲପୋଷିରୁ ୨.୫ ଟନ୍ ଲୁଟ୍ ବିସ୍ଫୋରକ ଜବତ ହୋଇଥିଲା। ମଙ୍ଗଳବାର ଆଉ ୭୦୦ କେଜି ବିସ୍ଫୋରକ ଜବତ ହୋଇଥିବା ଜଣାପଡ଼ିଛି। ବଳକା ବିସ୍ଫୋରକ ଜବତ କରିବା ପାଇଁ ସୁରକ୍ଷାବଳ ପକ୍ଷରୁ ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି ରହିଛି। ମେ’ ୨୭ ତାରିଖ ସକାଳ ୯ଟାରେ ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ମାଓବାଦୀ ୫ ହଜାର କେଜି ବିସ୍ଫୋରକ ଲୁଟିନେଇଥିଲେ। ଏହି ଘଟଣା ପରେ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ହାଇଆଲର୍ଟ ଜାରି ହୋଇଥିଲା। ଏନ୍‌ଆଇଏ ଏହି ଘଟଣାର ତଦନ୍ତ କରୁଥିବାବେଳେ ସିଆର୍‌ପିଏଫ୍‌, ଓଡ଼ିଶାର ଏସ୍‌ଓଜି ଓ ଡିଭିଏଫ୍ ଏବଂ ଝାଡ଼ଖଣ୍ଡର ଜାଗୁଆର କମାଣ୍ଡୋ ୟୁନିଟ୍‌ ସେବେଠୁ ସରଣ୍ଡା ଜଙ୍ଗଲରେ ତଲାସି ଅଭିଯାନ ବଳବତ୍ତର ରଖିଛନ୍ତି।


ବିସ୍ଫୋରକ ଲୁଟିବା ପାଇଁ ମାଓବାଦୀ ପୂର୍ବରୁ ଷଡ୍‌ଯନ୍ତ୍ର ରଚିଥିଲେ। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଥିବା ବାଡ଼ିକୁଦର, ଟୟୋ, ଜାମଦା ଗ୍ରାମବାସୀ ବିସ୍ଫୋରକ ସାମଗ୍ରୀ ଲୁଟ୍‌ରେ ମାଓବାଦୀଙ୍କୁ ସହଯୋଗ କରିଥିବା କୁହାଯାଉଛି। ଲୁଟ୍‌ ପରେ ଝାଡ଼ଖଣ୍ଡର କିରିବୁରୁ, ଛୋଟନାଗରା, ଜରେଇକେଲା, ଓଡ଼ିଶାର କେ. ବଲାଙ୍ଗ, ବିଶ୍ରା ପ୍ରଭୃତି ଅଞ୍ଚଳରେ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଥିଲା। ୮୨୦ କିଲୋମିଟର ପଶ୍ଚିମ ସିଂହଭୂମ, ପୂର୍ବ ସିଂହଭୂମ, ଷଢ଼େଇକଳା ସହ ଓଡ଼ିଶା ସୀମାନ୍ତ ବିସ୍ତୃତ ଘଞ୍ଚ ସରଣ୍ଡା ଜଙ୍ଗଲରେ ଅପରେସନ୍ କରିବା ସୁରକ୍ଷାବାହିନୀ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ତଥାପି ୭ ଦିନ ହେଲା ସୁରକ୍ଷାବାହିନୀ ନିୟମିତ ଅପରେସନ୍‌ ଜରିଆରେ ଅଧାରୁ ଅଧିକ ବିସ୍ଫୋରକ ଜବତ କରିସାରିଛନ୍ତି। ପୁଲିସ୍‌ ସୂଚନା ମୁତାବକ ସିପିଆଇ ମାଓ ସଂଗଠନର ଶୀର୍ଷ କମାଣ୍ଡର ମିସିର ବେସରା, ଅନମୋଲ, ମୋଛୁ, ଅନୀଲ, ଅସୀମ ମଣ୍ଡଳ, ଚମନ, ଅଜୟ ମାହାତୋ, ସାଗେନ ଅଙ୍ଗାରିଆ, ଅଶ୍ୱିନୀ ପ୍ରମୁଖ ଏହି ଅଞ୍ଚଳରେ ସକ୍ରିୟ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଝାଡ଼ଖଣ୍ଡ ଓ ଓଡ଼ିଶା ପୁଲିସ ତରଫରୁ କମ୍ବିଂ ଜାରି ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
700-kg-of-looted-ammunition-seized-from-saranda-forest-combing-continues | Argus News