ପ୍ରଜ୍ଞାପନ ମେଢ଼ରେ ଝଲସିଲା ଭାରତୀୟ କଳା ସଂସ୍କୃତି

Key Points
ଦେଶ ପାଳୁଛି 76ତମ ସାଧାରଣତନ୍ତ୍ର ଦିବସ । ଚାରିଆଡ଼େ ଗଣତନ୍ତ୍ରର ଧୁମ୍ । ଦିଲ୍ଲୀ ସ୍ଥିତ ୱାର ମେମୋରିଆଲରେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛଥିଲେ ପିଏମ ମୋଦି ।
ଅର୍ଗସ ବ୍ୟୁରୋ: ଦେଶ ପାଳୁଛି 76ତମ ସାଧାରଣତନ୍ତ୍ର ଦିବସ । ଚାରିଆଡ଼େ ଗଣତନ୍ତ୍ରର ଧୁମ୍ । ଦିଲ୍ଲୀ ସ୍ଥିତ ୱାର ମେମୋରିଆଲରେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛଥିଲେ ପିଏମ ମୋଦି । ଏହି ଅବସରରେ ପିଏମ ମୋଦିଙ୍କ ସହ ଉପସ୍ଥିତ ଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହା ପରେ କର୍ତ୍ତବ୍ୟପଥରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ଆଜିର ଦିନରେ ଭାରତର ଅତିଥି ତଥା ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ ମାକ୍ରନଙ୍କୁ ମଧ୍ୟ ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚଳିତ ବର୍ଷର ମୁଖ୍ୟ ଅତିଥି ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ ମାକ୍ରନ, କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟ, ତିନି ସେନାର ମୁଖ୍ୟ ଏବଂ କମାଣ୍ଡରମାନଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ ପରେ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ । ପରେଡ୍ରେ ପ୍ରଦର୍ଶିତ ହୋଇଛି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର । ବୀରତ୍ବ ଦେଖାଇଲେ ଭାରତୀୟ ସେନା । ପ୍ରଜ୍ଞାପନ ମେଢ଼ରେ ଝଲସିଲା ଭାରତୀୟ କଳା ସଂସ୍କୃତି ।
📱 Get Argus News App
✨କର୍ତ୍ତବ୍ୟ ପଥରେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ସାମିଲ ହୋଇଛି । ଚଳିତ ଥର ମୋଟ୍ ୨୬ଟି ପ୍ରଜ୍ଞାପନ ମେଢ଼ ଏଥର କର୍ତ୍ତବ୍ୟପଥରେ ପ୍ରଦର୍ଶିତ ହୋଇଛି । ତିନି ସେନା ଓ ଡିଆରଡିଓର ପ୍ରଜ୍ଞାପନ ମେଢ଼କୁ ମଧ୍ୟ ଦେଖିବାକୁ ମିଳିଥିଲା । ଏହା ସହ ଗୋଆ, ଉତ୍ତରାଖଣ୍ଡ, ହରିୟାଣା, ଝାଡ଼ଖଣ୍ଡ, ଗୁଜରାଟ, ଆନ୍ଧ୍ର ପ୍ରଦେଶ ପ୍ରଜ୍ଞାପନ ମେଢ଼ ଏଥିରେ ସ୍ଥାନିତ ହୋଇଥିଲା । ପଞ୍ଜାବ, ଉତ୍ତର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ, ତ୍ରିପୁରା, କର୍ଣ୍ଣାଟକ, ପଶ୍ଚିମବଙ୍ଗ ପ୍ରଜ୍ଞାପନ ମେଢ଼ର ଝଲକ ଦେଖିବାକୁ ମିଳିଥିଲା । ଖର୍ଚ୍ଚି ପୂଜାକୁ ଫୋକସ୍ କରି ଡିଜାଇନ୍ ହୋଇଛି ତ୍ରିପୁରାର ପ୍ରଜ୍ଞାପନ ମେଢ଼, ଦିଲ୍ଲୀର ଉନ୍ନତ ଶିକ୍ଷାପ୍ରଣାଳୀ ଥିମ୍ ଆଧାରରେ ପ୍ରସ୍ତୁତ ପ୍ରଜ୍ଞାପନ ମେଢ଼ ।