|
logo
Live

Argus News - ୨୪ ବର୍ଷର ସରକାର କରୁଥିଲା କ'ଣ ? ଏବେ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ପ୍ରଶ୍ନ...

Odisha

୨୪ ବର୍ଷର ସରକାର କରୁଥିଲା କ'ଣ ? ଏବେ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ପ୍ରଶ୍ନ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
୨୪ ବର୍ଷର ସରକାର କରୁଥିଲା କ'ଣ ? ଏବେ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ପ୍ରଶ୍ନ...

ରତ୍ନଗର୍ଭା କେନ୍ଦୁଝର । ହେଲେ ଆଜି ବି ବଣ ପାହାଡ଼ ଡେଇଁ ଅନେକ ସ୍ଥାନକୁ ଚଢ଼ି ପାରିନି ବିକାଶ । ସ୍ୱାଧୀନତାର ଅନେକ ଦଶନ୍ଧି ପରେ ମଧ୍ୟ ରାସ୍ତା ନଥିବାରୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଲୋକେ । ଜିଲ୍ଲାର ୭୮୧ଟି ଗାଁର ଜନବସତିକୁ ନାହିଁ ରାସ୍ତା । କେଉଁଠି ଲୋକେ ପାଦଚଲା ଜଙ୍ଗଲିଆ ରାସ୍ତାରେ ଯାତାୟାତ କରୁଛନ୍ତି ତ ଆଉ କେଉଁଠି ପାହାଡ଼ ଚଢ଼ି ଗାଁକୁ ଯାଉଛନ୍ତି । କହିବାକୁ ଗଲେ ଏହା ହେଉଛି ଧନୀ ଜିଲ୍ଲାର ବିକଳ ଚିତ୍ର ।

ନବୀନଙ୍କ ଖାମଖିଆଲି ପାଇଁ ଲୋକେ ଏଠି ଭୋଗୁଛନ୍ତି ଦୁର୍ଦ୍ଦଶା । ୨୪ ବର୍ଷର ବିଜେଡି ସରକାର ପାଇଁ ଲୋକେ ଭୋଗୁଛନ୍ତି କଷଣ । କେନ୍ଦୁଝର ଜିଲ୍ଲାବାସୀଙ୍କ ପାଇଁ ନବୀନ କେବଳ ମାରୁଥିଲେ ଭାଷଣ । ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବଢିଛି ତତ୍ପରତା । ମୋହନ ସରକାର ଉପରେ ଏବେ ଲୋକଙ୍କ ଆଶା ।

ସ୍ବାଧୀନତାର ଅନେକ ଦଶନ୍ଧି ପରେ ମଧ୍ୟ ରାସ୍ତା ନଥିବାରୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଲୋକେ । ଗମନାଗମନ ବ୍ୟବସ୍ଥା ନଥିବାରୁ ଏସବୁ ଅଞ୍ଚଳରେ ବାଟବଣା ହୋଇଛି ବିକାଶ । ସର୍ବନିମ୍ନ ମୌଳିକ ସୁବିଧାରୁ ଆଜି ବି ବଞ୍ଚିତ ଲୋକେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ ଜିଲ୍ଲାର ସମସ୍ତ ଅପହଞ୍ଚ ଜନବସତିକୁ ରାସ୍ତା ନିର୍ମାଣ ଲାଗି ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ୨୪ ବର୍ଷ ରାଜ୍ୟ ଶାସନ କ୍ଷମତାରେ ଥିବା ବିଜେଡି ସରକାରର ଭୁଲ୍ ପାଇଁ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା ।

ବିଗତ ସରକାର ଯୋଗାଯୋଗ ନଥିବା ଗାଁକୁ ଯୋଡ଼ିବା ପାଇଁ ‘ଉପାନ୍ତ’ ନାମକ ଏକ ଯୋଜନା କରିଥିଲେ । ଯୋଜନା ଆରମ୍ଭ ବେଳେ କେନ୍ଦୁଝର ଜିଲ୍ଲାର ଅନେକ ଗାଁ ଏଥିରେ ସାମିଲ ହେବ ବୋଲି ଆଶା କରାଯାଉଥିଲା । ହେଲେ ପରବର୍ତ୍ତୀ ସମୟରେ ଯୋଜନାଟି ବନ୍ଦ ହୋଇଯିବାରୁ ଲକ୍ଷ୍ୟ ସାଧନ ହୋଇପାରିଲା ନାହିଁ।

ସରକାରୀ ତଥ୍ୟ ଅନୁସାରେ, ୧୦୦ରୁ ଅଧିକ ଲୋକ ରହୁଥିବା ଜନବସତିକୁ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା-୪ରେ ସାମିଲ ପାଇଁ ନିଷ୍ପତ୍ତ ହୋଇଥିଲା । ସର୍ଭେ ସମୟରେ କେନ୍ଦୁଝର ଜିଲ୍ଲାର ୪୦୭ଟି ଜନବସତିକୁ ସବୁଦିନିଆ ରାସ୍ତା ନଥିବା ଜଣାପଡ଼ିଥିଲା । ତେବେ ୨୦୧୧ ଜନଗଣନାକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପୁଣି ବିଡିଓଙ୍କ ଦ୍ବାରା ଆଉ ଏକ ସର୍ଭେ କରାଇଥିଲା । ଏହି ସର୍ଭେ ଅନୁସାରେ, ଜିଲ୍ଲାର ୭୮୧ଟି ଜନବସତିକୁ ସବୁଦିନିଆ ରାସ୍ତା ନାହିଁ । ବାଂଶପାଳ ବ୍ଲକ୍‌ର ସର୍ବାଧିକ ୧୦୧ ଟି ଜନବସତିକୁ ସବୁଦିନିଆ ରାସ୍ତା ନଥିବା ବେଳେ ଘଷିପୁରା ବ୍ଲକରେ ସର୍ବନିମ୍ନ ୧୫ଟି ଜନବସତିକୁ ନାହିଁ ରାସ୍ତା ।

ତେବେ ସ୍ଥିତି ପରଖିବାକୁ ବାଂଶପାଳ ଗାଁର ଗୋପାଳ ସାହି ଓ ଶାଗତୋଳା ଗାଁରେ ପହଞ୍ଚିଥିଲା ଅର୍ଗସ ଟିମ୍ । ଟାଙ୍ଗରପଡ଼ା ଗୋପାଳ ସାହିରେ ଗୋଟିଏ ଚିରସ୍ରୋତା ନାଳ ପଞ୍ଚାୟତ ସହିତ ଯୋଗାଯୋଗ ବିଚ୍ଛିନ୍ନ କରୁଛି । ଯେଉଁଥିପାଇଁ ସମସ୍ତ ମୌଳିକ ସୁବିଧା ପହଁଚି ପାରିନାହିଁ ।

ସେହିପରି ଅର୍ଗସ ନ୍ୟୁଜରେ ପ୍ରଥମେ ଖବର ପ୍ରସାରଣ ପରେ ନିକଟରେ ବାଂଶପାଳ ବ୍ଲକ୍ ଶାଗତୋଳା ଗାଁକୁ ତେଲକୋଇ ବିଧାୟକ ଫକୀରମୋହନ ନାଏକ ଗସ୍ତ ବେଳେ ରାସ୍ତା ନଥିବାରୁ ବିଧାୟକ ପ୍ରାୟ ୪ କି.ମି. ଚାଲିଚାଲି ଗାଁରେ ପହଁଞ୍ଚିବା ସହ ଗ୍ରାମବାସୀଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସ୍ଥାନୀୟ ଗ୍ରାମବାସୀ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଜଣାଇଥିଲେ । ତେବେ ସବୁଦିନିଆ ରାସ୍ତା ନିର୍ମାଣ କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ଜିଲ୍ଲା ପରିଷଦ ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ପ୍ରକାଶ କରିଥିବା ବେଳେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ପ୍ରତିଶ୍ରୁତି ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୨୪ ବର୍ଷର ସରକାର କରୁଥିଲା କ'ଣ ? ଏବେ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ପ୍ରଶ୍ନ... | Argus News