Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦେଶୀ ମଦ ଭାଟିକୁ କେଉଁ ଆଡ଼ୁ ଆସିଲା ସାଢ଼େ ୩ କୋଟି ? ୮ ଜଣଙ୍କୁ ଗିରଫ କରି ପୋଲିସର ତନାଘନା

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଦେଶୀ ମଦ ଭାଟିକୁ କେଉଁ ଆଡ଼ୁ ଆସିଲା ସାଢ଼େ ୩ କୋଟି  ? ୮ ଜଣଙ୍କୁ ଗିରଫ କରି ପୋଲିସର ତନାଘନା

Key Points

ଧରାପଡ଼ିଲେ ୮ ଲୁଟେରା

ଠାବ ହେଲା ୩ କୋଟି ୫୧ ଲକ୍ଷ

ମଦ ଭାଟିକୁ କେଉଁଠୁ ଆସିଲା ଏତେ ଟଙ୍କା  ?

ଭୁବନେଶ୍ଵର: ୨୪ ଘଣ୍ଟା, ୧୧ ଜିଲ୍ଲା । ଚାଲିଲା ମାରାଥନ ସର୍ଚ୍ଚ । ଧରାପଡ଼ିଲେ ୮ ଲୁଟେରା । ଠାବ ହେଲା ୩ କୋଟି ୫୧ ଲକ୍ଷ । ଜାନୁଆରୀ ୩୦ରେ କଳହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳର ଏକ ଦେଶୀ ମଦ ଭାଟିରୁ ଲୁଟ୍ ଘଟଣାରେ ପୋଲିସକୁ ମିଳିଛି ସଫଳତା । ୨୪ ଘଣ୍ଟାରେ ବନ୍ଧା ହେଲେ ୮ ଲୁଟେରା । ଏନେଇ ପ୍ରେସମିଟ୍‌ରେ ବିସ୍ତୃତ ତଥ୍ୟ ଦେଇଛନ୍ତି ପୋଲିସ ଡିଜି ୱାଇ. ବି ଖୁରାନିଆ । 


ପ୍ରେସମିଟ୍‌ରେ ଡିଜିପି କହିଛନ୍ତି, ଲୁଟେରା ପୋଲିସ ଗାଡ଼ିକୁ ଲିଫ୍ଟ ମାଗିବାକୁ ଯାଇ ଫସିଛନ୍ତି । ଜାନୁଆରୀ ୩୦ରେ ଲୁଟ୍ ପରେ ଧର୍ମଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ରାସ୍ତାରେ ଲିଫ୍ଟ ମାଗୁଥିବା ୨ ବ୍ୟକ୍ତିଙ୍କୁ ସନ୍ଦେହ କରି ଗାଡ଼ିରେ ବସାଇ ଆଣି ପୋଲିସ ପଚରାଉଚରା କରିଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨ ଜଣଙ୍କୁ ଜେରାରୁ ମିଳିଥିବା ତଥ୍ୟ ଅନୁସାରେ, ୧୧ ଜିଲ୍ଲାର ପୋଲିସ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ୍ । ୨୪ ଘଣ୍ଟାର ମାରାଥନ୍ ସର୍ଚ୍ଚ ପରେ ପୋଲିସ ରାଞ୍ଚିର ୮ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ଟାରୁ ୩ କୋଟି ୫୧ ଲକ୍ଷ ଟଙ୍କା ସହ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ବୋଲେରୋ ଗାଡ଼ି ଜବତ କରାଯାଇଛି ।


ଗିରଫ ସମସ୍ତ ଲୁଟେରା ଅଭ୍ୟାସଗତ ଡକାୟତ ବୋଲି କହିଛନ୍ତି ପୋଲିସ ଡିଜି । ସେମାନଙ୍କ ନାମରେ ବିଭିନ୍ନ ଥାନାରେ ଅଭିଯୋଗ ରହିଛି । ପୋଲିସ ଏବେ ଲୁଟ୍ ଘଟଣାର ତଦନ୍ତ ଜାରି ରଖିଛି । କିଏ ଓ କାହିଁକି ଦେଶୀ ମଦ ଭାଟିରେ ଏତେ ଟଙ୍କା ରଖିଥିଲା ? କେଉଁଠୁ ଆସିଲା କୋଟି କୋଟି ଟଙ୍କା । କେବଳ ଦେଶୀ ମଦ ବିକ୍ରିରୁ ଏତେ ଟଙ୍କା ହୋଇଥିଲା କି ଠୁଳ ? ଯଦି ହଁ କେବଳ ଧର୍ମଗଡ଼ ନା କଳାହାଣ୍ଡି ଜିଲ୍ଲା ସୀମା ପାର ହୋଇ ଦେଶୀ ମଦ ବାହାର ଜିଲ୍ଲାକୁ ଚାଲାଣ ହେଉଥିଲା ? ପୋଲିସ ଏବେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ।

Sponsored
8 Arrested On Loot From Liquor Manufacture Unit Kalahandi | Argus News