Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମାଟ୍ରିକ୍ ପରୀକ୍ଷାରେ କପି କରୁଥିବା ବେଳେ ଧରିଲା AI କ୍ୟାମେରା

Odisha

ମାଟ୍ରିକ୍ ପରୀକ୍ଷାରେ କପି କରୁଥିବା ବେଳେ ଧରିଲା AI କ୍ୟାମେରା

Rashmita Mishra
Browse all articles by Rashmita Mishra
·1 year ago·1 min read
ମାଟ୍ରିକ୍ ପରୀକ୍ଷାରେ କପି କରୁଥିବା ବେଳେ ଧରିଲା AI କ୍ୟାମେରା

କଟକ: ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । କପି ରୋକିବାକୁ ବୋର୍ଡ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି କ୍ୟାମେରା । ପ୍ରଥମ ଦିନ ମାତୃଭାଷା ପରୀକ୍ଷାରେ ଏଆଇ ଦ୍ୱାରା କେତେକ ପରୀକ୍ଷା କେନ୍ଦ୍ରରୁ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଥିବା ବେଳେ ତ୍ରୁଟି ସୁଧାରିବାକୁ ସଜାଗ ହୋଇଛି ବୋର୍ଡ । ପରୀକ୍ଷା ସୁପରିଚାଳନା ପାଇଁ ଏଥର ବିଶେଷ ବ୍ୟବସ୍ଥା କରାଯାଇଛି । କପି ରୋକିବାକୁ ୪୨ଟି ବୋର୍ଡ ସ୍କ୍ୱାଡ, ୭୨ଟି ଫ୍ଲାଇଂ ସ୍କ୍ୱାଡ ଗଠନ ହୋଇଛି ।


ଇଂରାଜୀ ପରୀକ୍ଷା ବେଳେ କପି କରି ଧରା ପଡ଼ିଛନ୍ତି ୮ ଜଣ ପରୀକ୍ଷାର୍ଥୀ । ପରୀକ୍ଷା କେନ୍ଦ୍ରରେ ଲାଗିଥିବା କ୍ୟାମେରାରେ ପରୀକ୍ଷାର୍ଥୀ କପି କରୁଥିବା ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟାଳୟରେ ଥିବା କଣ୍ଟ୍ରୋଲ ରୁମ୍‌ର ଅଧିକାରୀ ଦେଖିଥିଲେ । ଏହା ପରେ କପି କରୁଥିବା ୮ ଜଣଙ୍କୁ ଧରା ଯାଇଥିବା ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ଡକ୍ଟର ନିହାର ରଂଜନ ମହାନ୍ତି ଏନେଇ ସୂଚନା ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
8 candidates caught cheating in the second language test of the matriculation examination | Argus News