Videos
|
Odisha

୮ ଦିନ ହେଲା ବନ୍ୟା ପାଣି ଘେରରେ ୫୦୦ ପରିବାର

Rashmita Mishra
Browse all articles by Rashmita Mishra
·1 year ago·1 min read
୮ ଦିନ ହେଲା ବନ୍ୟା ପାଣି ଘେରରେ ୫୦୦ ପରିବାର

Key Points

କେନ୍ଦ୍ରାପଡ଼ା ରାଜକନିକା ବ୍ଲକ୍ ପ୍ରାଧାନପଡ଼ା ଗାଁରେ ହାହାକାର

୮ ଦିନ ହେଲା ବନ୍ୟା ପାଣି ଘେରରେ ୫୦୦ ପରିବାର

ଏଯାଏଁ ବନ୍ୟା ପୀଡ଼ିତଙ୍କ ପାଖରେ ପହଞ୍ଚିଲାନି ପ୍ରଶାସନ

ପାଣି କି ଖାଦ୍ୟ ନଥିବାରୁ ଭୋକ ଓପାସରେ କଟୁଛି ଜୀବନ


୮ ଦିନ ହେଲା ଜଳବନ୍ଦୀ ହୋଇ ରହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ପ୍ରଧାନପଡ଼ା ପଞ୍ଚାୟତର ୧୨ ନଂ ୱାର୍ଡବାସୀ। ଖରସ୍ରୋତାର ଶାଖା ବେଙ୍ଗା ନଦୀରେ ବନ୍ୟା ଆସିବା ଯୋଗୁଁ ପାଣିଘେରରେ ୪୦ ପରିବାର ପ୍ରାୟ ୫୦୦ ଲୋକେ। ନା ଘରେ ଚୁଲି ଜଳୁଛି ନା କିଛି ଖାଇବାକୁ ଅଛି। ଏପରିକି ଗାଁରେ ଥିବା ନଳକୂଆ ବୁଡ଼ିଯାଇଥିବାରୁ ପିଇବା ପାଣି ଟୋପେ ବି ମିଳୁନି। ବାଧ୍ୟ ହୋଇ ବନ୍ୟାପାଣି ବ୍ୟବହାର କରୁଛନ୍ତି ଗାଁ ଲୋକେ। ଏତେ ଅସୁବିଧାରେ ଭୋକ ଉପାସରେ ୫୦୦ ଲୋକ ଅଛନ୍ତି କିନ୍ତୁ ଏବେଯାଏ ନା ପ୍ରଶାସନ ନା ବିଧାୟକ କାହାର ବି ଦେଖାମିଳିନି। ତେଣୁ ଅର୍ଗସ କ୍ୟାମେରା ଆଗରେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ଗାଁ ଲୋକେ।

ଆମେ ଯେତେବେଳେ ପ୍ରଧାନପଡ଼ା ପଞ୍ଚାୟତର ବନ୍ୟା ସମ୍ପର୍କରେ ତହସିଲଦାରଙ୍କୁ ପଚାରିଥିଲୁ ସେ କହିଥିଲେ ସେ ଜାଣିଛନ୍ତି ।ଆମଠୁ ଶୁଣିବା ପରେ କହିଛନ୍ତି ଶୀଘ୍ର ପାନୀୟ ଜଳ ବ୍ୟବସ୍ଥା କରାଯିବ। ଏଥିରୁ ପ୍ରଶାସନ କେତେ ବପରୱା ସ୍ପଷ୍ଟ ହୋଇଯାଉଛି। ୫୦୦ ଲୋକ ଭୋକ ଉପାସରେ ଛଟପଟ ହେଉଛନ୍ତି ଆଉ ତହସିଲଦାର ସବୁ ଜାଣି ଚୁପ୍ ବସିଛନ୍ତି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
8-days-of-flood-water-500-families-in-the-house | Argus News