୧୦ ବର୍ଷରେ ଗଲାଣି ୮ ଜଣଙ୍କ ଜୀବନ

Key Points
ଢେଙ୍କାନାଳ ଜିଲ୍ଲାରେ ଲୋକଙ୍କ ପାଇଁ କାଳ ସାଜିଛି ଦୂଷିତ ପାଣି
ହିନ୍ଦୋଳ, ସଦର, ଓଡ଼ପଡା ବ୍ଲକରେ ବଢୁଛି କିଡନୀ ରୋଗୀଙ୍କ ସଂଖ୍ୟା
କାଙ୍କଡ଼ପାଳ ଶବର ସାହିରେ ୧୦ ବର୍ଷରେ ଗଲାଣି ୮ ଜଣଙ୍କ ଜୀବନ
ପୂର୍ବ ବିଜେଡି ସରକାରର ଅପାରଗତାରୁ ଫେଲ୍ ବସୁଧା ଯୋଜନା ଓ ମେଗା ୱାଟର ପ୍ରୋଜେକ୍ଟ
ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ୮ ବ୍ଲକରେ ଆରମ୍ଭ ହୋଇଥିଲା ୯ ବଡ଼ ପ୍ରକଳ୍ପ
୨୦୨୩ ଡେଡ୍ ଲାଇନ୍ ସରିଥିଲେ ବି ଅଧପନ୍ତରିଆ ଅବସ୍ଥାରେ ବୋରୱେଲ୍ ଓ ପାଣି ଟାଙ୍କି କାମ
ଢ଼େଙ୍କାନାଳ ଜିଲ୍ଲାକୁ ଗ୍ରାସିଲାଣି କିଡନୀ ରୋଗର ଭୟ । ହିନ୍ଦୋଳ, ସଦର, ଓଡ଼ାପଡା ଆଦି ବ୍ଲକରେ ବ୍ୟାପୁଛି କୀଡନି ରୋଗ । ଦୂଷିତ ପାଣି ସାଜିଛି ଅଭିଶାପ । ପାଣି ପିଇ ମୃତ୍ୟୁମୁଖରେ ପଡୁଛନ୍ତି ଲୋକ । ଢ଼େଙ୍କାନାଳ ସଦର ବ୍ଲକ କାଙ୍କଡ଼ପାଳ ଶବର ସାହି । ଗତ ୧୦ ବର୍ଷ ଭିତରେ ଏଠାରେ କୀଡନି ରୋଗରେ ଆକ୍ରାନ୍ତ ହୋଇ ୭ରୁ ୮ ଜଣଙ୍କ ଜୀବନ ଗଲାଣି । ଘରର ଭେଣ୍ଡିଆଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ମାରାତ୍ମକ କିଡନୀ ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ଭୋଗୁଛନ୍ତି । ରୋଗ ବ୍ୟାପିବାର କାରଣ ଦୂଷିତ ପାଣି ବୋଲି କହିଛନ୍ତି ଗ୍ରାମବାସୀ । ବିଶେଷ କରି ବ୍ରାହ୍ମଣୀ ନଦୀର ଦୁଇ ପାର୍ଶ୍ଵରେ ରହୁଥିବା ଲୋକେ ବେଶୀ ଅଧିକ ଆକ୍ରାନ୍ତ ହେଉଥିବା ଜଣାପଡିଛି ।କଳ କାରଖାନାର ବର୍ଜ୍ୟବସ୍ତୁ ନଦୀ ପାଣିକୁ ଖରାପ କରୁଛି । ଏହି ପାଣି ପିଇ କିଡନୀ ରୋଗ ବ୍ୟାପୁଥିବା କହିଛନ୍ତି ଆକ୍ରାନ୍ତ ।
ପୂର୍ବ ବିଜେଡି ସରକାରର ଅପାରଗତାରୁ ଫେଲ୍ ମାରିଛି ବସୁଧା ଯୋଜନା ଓ ମେଗା ୱାଟର ପ୍ରୋଜେକ୍ଟ । ଢେଙ୍କାନାଳ ଜିଲ୍ଲାରେ ଘରେ ଘରେ ପାଇପ ଯୋଗେ ପାଣି ପହଞ୍ଚାଇବା ପାଇଁ ଗତ ସରକାରରେ ୮ଟି ବ୍ଲକରେ ୯ ବଡ଼ ବଡ଼ ପ୍ରୋଜେକ୍ଟ ମାଧ୍ୟମରେ ୧ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ବ୍ୟୟରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ଯାହାର ଡେଡ୍ ଲାଇନ ୨୦୨୨ ମସିହା ମାର୍ଚ୍ଚ ମାସ ରହିଥିଲା । ମାତ୍ର କାର୍ଯ୍ୟ ନସରିବାରୁ ପରେ ଏହାକୁ ଆଉ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା ।
📱 Get Argus News App
✨ମାତ୍ର ଆପଣ ଜାଣ ଆଶ୍ଚର୍ଯ୍ୟ ହେବେ ଏବେବି କାର୍ଯ୍ୟ ସରିନାହିଁ । ଆଉ ତାର ଉଦାହରଣ ହେଉଛି, କାମାକ୍ଷାନଗର ବ୍ଲକ କମଗରା ବ୍ରାହ୍ମଣୀ ନଦୀରେ ନିକଟରେ ହେଉଥିବା ୱାଟର ବୋରୱେଲ୍ କାମ କେମିତି ଅଧପନ୍ତରିଆ ଅବସ୍ଥାରେ ପଡି ରହିଛି ।ସେହିଭଳି ସଦର ବ୍ଲକ୍ ଶଙ୍କରପୁରଠାରେ ଟାଙ୍କି କାମ ଆରମ୍ଭ କରି ଛାଡି ଦେଇଛନ୍ତି ।
