କାଳବୈଶାଖୀ ପ୍ରଭାବ: ଭୁବନେଶ୍ୱରରେ ୮ ବିମାନର ଜରୁରୀ ଅବତରଣ
·1 year ago

ଭୁବନେଶ୍ୱରରେ ୮ ବିମାନର ଜରୁରୀ ଅବତରଣ କରିଛି । କୋଲକାତାରେ କାଳବୈଶାଖୀ ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ । ଯାହାର ପ୍ରଭାବରେ ଓହ୍ଲାଇଲା କୋଲକାତା ଯାଉଥିବା 8 ବିମାନ । ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା, 8ଟି ବିମାନରୁ କୋଲକାତାକୁ ଯାତ୍ରା କଲାଣି 6ଟି ବିମାନ । କାଳବୈଶାଖୀ କାରଣରୁ ଏଭଳି ହୋଇଥିବା ସୂଚନା।
ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ। ପାଗରେ ହେଲା ପରିବର୍ତ୍ତନ । ଭୁବନେଶ୍ବର ସମେତ କେତେକ ସ୍ଥାନରେ ବର୍ଷା ଫଳରେ ବଦଳିଲା ପାଗର ମିଜାଜ୍ । ତେବେ ଆଜିଠୁ ପ୍ରବଳ ଝଡ଼ ସହ କୁଆପଥର ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୩୦ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା । ପବନର ବେଗ ୪୦ ରୁ ୫୦ କିମି ବହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: