Tragic End to Pilgrimage / ତୀର୍ଥଯାତ୍ରା ପାଲଟିଲା ଶେଷଯାତ୍ରା; ୮ ଓଡ଼ିଆ ମଧ୍ୟପ୍ରଦେଶରେ ମୃତ, ନାଳରେ ଭାସିଗଲା କାର୍
·1 hour ago·2 min read

Key Points
ତୀର୍ଥଯାତ୍ରାରେ ଯାଇଥିବା ୮ ଓଡ଼ିଆ ମଧ୍ୟପ୍ରଦେଶରେ ମୃତ
ଆଗର ମାଲୱା ଜିଲ୍ଲାରେ କାର୍ ସହ ନାଳରେ ଭାସିଗଲେ
ମା' ବଗଳାମୁଖୀ ମନ୍ଦିର ନିକଟ ନାଳରେ ଅଘଟଣ
ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ, ଦୁଇ ଜଣ ମହିଳା ଥିବା ସୂଚନା

ଭୋପାଳ: ମଧ୍ୟପ୍ରଦେଶରେ ବଡ଼ ଅଘଟଣ । ଆଖି ବୁଜିଲେ ୮ ଜଣ ଓଡ଼ିଆ ଶ୍ରଦ୍ଧାଳୁ । ତୀର୍ଥଯାତ୍ରାରେ ଯାଇଥିବା ୮ ଜଣ ଓଡ଼ିଆ ମଧ୍ୟପ୍ରଦେଶରେ ପ୍ରାଣ ହରାଇଛନ୍ତି । ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାର ନଲଖେଡ଼ା ନିକଟରେ ଓଡ଼ିଆ ତୀର୍ଥଯାତ୍ରୀଙ୍କ କାର୍ ନାଳରେ ଭାସି ଯାଇଛି ।
ମିଳିଥିବା ସୂଚନା ଅନୁସାରେ, ମା' ବଗଲାମୁଖିଙ୍କ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କ କାର୍ ନାଳକୁ ଖସି ପଡ଼ିଥିଲା । ପ୍ରବଳ ବର୍ଷା ଯୋଗୁଁ ନାଳରେ ପାଣିର ପ୍ରଖର ସ୍ରୋତ ରହିଥିବାରୁ କାର୍ରେ ଥିବା ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ଛୁଆ, ୨ ମହିଳା ଓ ୩ ଜଣ ପୁରୁଷ ଅଛନ୍ତି । ସମସ୍ତେ ନଲଖେଡା ଦର୍ଶନ ପାଇଁ ଯାଉଥିଲେ ।
କୁହାଯାଉଛି, ରାତିରେ ଉକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ପ୍ରବଳ ବର୍ଷା ପାଇଁ ନାଳରେ ପାଣି ଭରି ଯାଇଥିଲା । ସେହି ରାସ୍ତାରେ ୮ ଜଣ ଓଡ଼ିଆ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା କାର ନାଳକୁ ଖସି ପାଣିରେ ଭାସି ଯାଥିଲା ।
ଭୁବନେଶ୍ଵରରୁ ଯାଇଥିଲେ ମଧ୍ୟପ୍ରଦେଶ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମା' ବଗଳାମୁଖିଙ୍କ ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି । ୮ ମୃତକ ଓଡ଼ିଆ ବୋଲି ଜଣାପଡ଼ିଛି । ସମସ୍ତେ ଭୁବନେଶ୍ଵର ଜୟଦେବ ବିହାର ଅଞ୍ଚଳର ବୋଲି ସ୍ପଷ୍ଟ ହୋଇଛି । କାର୍ ନାଳକୁ ଖସି ପଡ଼ିବା ପରେ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପହଞ୍ଚି ରେସ୍କ୍ୟୁ ଆରମ୍ଭ କରିଥିଲେ ।
ସୂଚନା ଅନୁସାରେ, କାର୍ରେ ଝିଅ, ଜ୍ଵାଇଁ ସହ ସମ୍ପୂର୍ଣ୍ଣ ପରିବାର ଉଜ୍ଜୟନ ଯାଇଥିଲେ । ଡ୍ରାଇଭରଙ୍କ ଅସାବଧନତା ଯୋଗୁଁ ଏତେ ବଡ଼ ଅଘଟଣ ଘଟିଥିବା କୁହାଯାଉଛି । ଘରେ ଥିବା ବାପାମାଆ ଓ ବୋହୂକୁ ଛାଡ଼ିଦେଲେ ସମ୍ପୂର୍ଣ୍ଣ ପରିବାର ଉଜୁଡ଼ି ଯାଇଛି ।
ମୃତକଙ୍କ ପରିବାରର ସୂଚନା ଅନୁସାରେ, "୧୬ ତାରିଖରେ ମଧ୍ୟପ୍ରଦେଶ ଯାଇଥିଲେ । ସୋମବାର ଫେରିଥାନ୍ତେ । ପରିବାରର ୭ ଜଣ ସହ କାର ଡ୍ରାଇଭର ଯାଇଥିଲେ । ପୁଅ, ଦୁଇ ନାତି, ଦୁଇ ଝିଅ, ଜଣେ ଜ୍ଵାଇଁ ଓ ପୁଅ ଯାଇଥିଲେ । ରାତି ୧୧ଟାରେ ବୁଡ଼ି ଯାଇଥିବା ଖବର ପାଇଲୁ ।"
ମଧ୍ୟପ୍ରଦେଶରେ ଏତେ ବଡ଼ ଦୁର୍ଘଟଣା ପରେ ଉଜୁଡ଼ି ଯାଇଛି ତିନି ତିନିଟି ସଂସାର । ଡ୍ରାଇଭରଙ୍କ ଗୋଟିଏ ଭୁଲ୍ ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାକୁ ନେଇ ଜୟଦେବ ବିହାର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Related Topics
Explore more stories