Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Hostel Prank ; ଆଖିରେ ଅଠା ଲଗାଇ ହସ୍ପିଟାଲରେ ଭର୍ତ୍ତି ୮ ଛାତ୍ର , ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

Swoyang prajna Mishra
Browse all articles by Swoyang prajna Mishra
·10 months ago·2 min read
Hostel Prank ; ଆଖିରେ ଅଠା ଲଗାଇ ହସ୍ପିଟାଲରେ ଭର୍ତ୍ତି ୮ ଛାତ୍ର , ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

Key Points

ଡାକ୍ତର କହିଥିଲେ, ଛାତ୍ରମାନଙ୍କ ଆଖି ଖୁବ ଅଧିକ ଖରାପ ହୋଇଯାଇଛି । ଯଦି ସଠିକ ସମୟରେ ତାଙ୍କର ଆଖିର ଚିକିତ୍ସା ହୋଇନଥାନ୍ତା, ତେବେ ସେମାନେ ନିଜର ଦୃଷ୍ଟିଶକ୍ତି ହରାଇ ଦେଇଥାନ୍ତେ ।

ହଷ୍ଟେଲରେ ପ୍ରାଙ୍କ୍ ହେଲା କାଳ । ହସ୍ପିଟାଲରେ ଭର୍ତ୍ତି ହେଲେ ୮ ଜଣ ଛାତ୍ର । ମଜାକରେ ଆଖି ପତାରେ ଅଠା ଲଗାଇଦେଲେ ଛାତ୍ର । ଆଉ ସକାଳୁ ଉଠିବା ପରେ ଆଖି ଅଠାରେ ସିଲ୍ ହୋଇ ଯାଇଥିଲା ।

ଏପରି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଶଳାଗୁଡାର ସେବାଶ୍ରମ ବିଦ୍ୟାଳୟର ହଷ୍ଟେଲରେ । ସେହି ହଷ୍ଟେଲରେ ଦ୍ଵିତୀୟ, ତୃତୀୟ ଏବଂ ଚତୁର୍ଥ ଶ୍ରେଣୀର କିଛି ଛାତ୍ର ହଷ୍ଟେଲରେ ସେମାନଙ୍କ ସାଙ୍ଗମାନଙ୍କ ସହ ମଜା କରିବା ପାଇଁ ସେମାନେ ଶୋଇଥିବା ବେଳେ ଆଖିରେ ଅଠା ମାରି ଦେଇଥିଲେ । ସେମାନଙ୍କ ଆଖିରେ ଯନ୍ତ୍ରଣା ହେବାରୁ ସେମାନେ ଉଠିଯାଇଥିଲେ । ହେଲେ ସେମାନଙ୍କ ଆଖି ଆଉ ଫିଟି ନଥିଲା । ଅଠାରେ ସେମାନଙ୍କ ଆଖି ସିଲ୍ ହୋଇଯାଇଥିଲା । ସେମାନଙ୍କ ମଧ୍ୟରୁ କିଛି ଛାତ୍ର ଲଗାତାର କାନ୍ଦୁଥିଲେ । ତେବେ ଡାକ୍ତର ଖୁବ ଯତ୍ନର ସହ ତାଙ୍କ ଆଖି ଖୋଲିବାକୁ ଚେଷ୍ଟା କରୁଥିଲେ ।

ଡାକ୍ତର କହିଥିଲେ, ଛାତ୍ରମାନଙ୍କ ଆଖି ଖୁବ ଅଧିକ ଖରାପ ହୋଇଯାଇଛି । ଯଦି ସଠିକ ସମୟରେ ତାଙ୍କର ଆଖିର ଚିକିତ୍ସା ହୋଇନଥାନ୍ତା, ତେବେ ସେମାନେ ନିଜର ଦୃଷ୍ଟିଶକ୍ତି ହରାଇ ଦେଇଥାନ୍ତେ । ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିବା ବେଳେ ଅନ୍ୟ ୭ ଜଣ ଏବେବି ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

ସେପଟେ କନ୍ଧମାଳ ଜିଲ୍ଲା ପ୍ରଶାସନ ସେହି ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଞ୍ଜନ ସାହୁଙ୍କୁ ସସ୍‌ପେଣ୍ଡ କରିଦେଇଛି । ଏପରି ଘଟଣା କିପରି ଘଟିଲା ତାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲା ଶିଶୁ କଲ୍ୟାଣ ଅଧିକାରୀ ଛାତ୍ରମାନଙ୍କ ଯାଞ୍ଚ ପାଇଁ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ଏପରି ଘଟଣାରେ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କର୍ତ୍ତୃପକ୍ଷ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
8 students hospitalized after their eyes were sealed with glue | Argus News