ବାଉଁଶ ଚାଷ କରି ଚର୍ଚ୍ଚାରେ ଭଦ୍ରକର ୮୦ ବର୍ଷୀୟ ମନିନ୍ଦ୍ର ମହନ ପାଣି

ଅର୍ଗସ ବ୍ୟୁରୋ:ହାତରେ ବାଡ଼ି ସାଙ୍ଗକୁ କାନ୍ଧରେ ଗାମୁଛା,ପାଦ ଆଜିବି ଥକିନି, ୮୦ ବର୍ଷ ବୟସରେ ଆଗକୁ ମାଡି ଚାଲିଛନ୍ତି ସେ,ବୟସ ଯେମିତି ତାଙ୍କ ନିକଟରେ ହାର ମାନିଛି। ପାଞ୍ଚ ଏକର ଜମିରେ ବାଉଁଶ ଚାଷ କରି ଚର୍ଚ୍ଚାରେ ରହିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସୋଧ ଗାଁର ମନିନ୍ଦ୍ର ମହନ ପାଣି । ବାଉଁଶ ସହ କୁଆଡେ ତାଙ୍କର ସମ୍ପର୍କ ଖୁବ୍ ନିବିଡ। ତାଙ୍କ ବାଉଁଶ ଚାଷକୁ ଦେଖିଲେ ଲାଗେ। ଯେମିତି ଏମାନେ ଗୋଟିଏ ଆଦର୍ଶ ପରିବାର, ଆଉ ଏହି ବାଉଁଶ ପରିବାର ସହ ମନିନ୍ଦ୍ର ମହନଙ୍କ ସମ୍ପର୍କ ଖୁବ୍ ନିବିଡ । ଓଡ଼ିଶାର ୧୫ ଟି ଜିଲ୍ଲାରେ ବାଉଁଶ ଚାଷ ପାଇଁ ବନ ବିଭାଗ ତରଫରୁ ସରକାରୀ ପ୍ରୋତ୍ସାହନ ମିଳୁଥିବାବେଳେ କିନ୍ତୁ ଭଦ୍ରକ ଜିଲ୍ଲା ଏଥିମଧ୍ୟରୁ ବାଉଁଶ ଚାଷ ପାଇଁ ବଞ୍ଚିତ ରହିଥିବା ବେଳେ ମନିନ୍ଦ୍ର ମହନ ପାଣି କିନ୍ତୁ ବାଉଁଶ ଚାଷ କରି ଭଦ୍ରକ ଜିଲ୍ଲାରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିପାରିଛନ୍ତି। ଏଥିସହ ବାଉଁଶ ଚାଷ କରି ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରୁଥିବା କହିଛନ୍ତି ମନିନ୍ଦ୍ର ମହନ ପାଣି ।
ବୈତରଣୀ ନଦୀ ର ଶାଖା ନଦୀ ଗେଙ୍ଗୁଟି ନଦୀ କଡ଼ରେ ଥିବାରୁ ଏହି ଜମିରେ ଫସଲ କରିବା ଅସମ୍ଭବ ହୋଇଥିବାବେଳେ ମନିନ୍ଦ୍ର କିଛି ପିଟା ବାଡିଆ ବାଉଁଶ ଗଛ ଲଗାଇବା ପରେ ତାଙ୍କୁ ଏହି ବାଉଁଶ ରୁ ଭଲ ଦୁଇ ପଇସା ମିଳିଥିଲା ପରେ ବାଉଁଶ ଚାଷ କରିବାକୁ ମନ ବଳାଇବା ଥିଲେ ଯାହା ଧିରେ ଧିରେ ପାଞ୍ଚ ଏକର ଜମିରେ ବାଉଁଶ ଚାଷ ସଫଳ ହୋଇଛି । ମନିନ୍ଦ୍ରଙ୍କ ବାଉଁଶ ଭଦ୍ରକ, ପାରାଦୀପ, ଯାଜପୁର ଜିଲ୍ଲା ଓ ଆଖପାଖ ଅଂଚଳରେ ବଡ଼ ବଡ଼ ବ୍ୟବସାୟୀ ମାନେ ଏଠାକୁ ଆସି ବାଉଁଶ କିଣିବା ଫଳରେ ବାର୍ଷିକ ଭଲ ଦୁଇ ପଇସା ରୋଜଗାର କରି ପରିବାର ଭରଣପୋଷଣ ମଧ୍ୟ କରୁଛନ୍ତି ମନିନ୍ଦ୍ର। ଆଉ ୮୦ ବର୍ଷ ବୟସରେ ମନିନ୍ଦ୍ରଙ୍କ ବାଉଁଶ ଚାଷ ଅନ୍ୟମାନଙ୍କ ପାଇଁ ଉଦାହରଣ