Videos
|
Odisha

ଫୁଲ ତୋଳିବାକୁ ଯାଇ ଫେରି ନାହାଁନ୍ତି ଗୁରୁବାରୀ ଜେନା

Smruti Parija
Browse all articles by Smruti Parija
·1 year ago·1 min read
ଫୁଲ ତୋଳିବାକୁ ଯାଇ ଫେରି ନାହାଁନ୍ତି ଗୁରୁବାରୀ ଜେନା

ରାଜଧାନୀରେ ହଜିଗଲେ ୮୦ ବର୍ଷୀୟ ବୃଦ୍ଧ ମହିଳା । ଫୁଲ ତୋଳିବାକୁ ଯାଇ ଫେରି ନାହାଁନ୍ତି ମହିଳା ଗୁରୁବାରୀ ଜେନା । ମା'କୁ ଖୋଜି ଦେବାକୁ ପ୍ରଶାସନକୁ ବ୍ୟାକୁଳ ନିବେଦନ କରିଛନ୍ତି ପୁଅ ସୁଶୀଲ ଜେନା । ଜଗତସିଂହପୁର ଜିଲ୍ଲା ବାସିନ୍ଦା ଗୁରୁବାରୀ ଜେନା ଭୁବନେଶ୍ୱରରେ ନିଜ ଝିଅ ଘରେ ରହୁଥିଲେ । ଡୁମଡୁମା ଫେଜ୍ ୪ ଅଞ୍ଚଳରେ ଭଡା ଘରେ ରହୁଥିଲେ ।


ଗତକାଲି ସକାଳ ସମୟରେ ଫୁଲ ତୋଳିବାକୁ ଯାଇ ଆଉ ଫେରିନଥିଲେ । ବହୁତ ଖୋଜା ଖୋଜି ପରେ ବି ଏ ଯାଏ ମିଳିନି ବୃଦ୍ଧ ମା'। ମା'କୁ ନପାଇ ଧର୍ଯ୍ୟ ହରା ହେଲେଣି ପୁଅ ଓ ପରିବାର ଲୋକେ । ସ୍ଥାନୀୟ ଲୋକଙ୍କୁ ପଚରା ଉଚୁରା ପରେ ଜଣାପଡିଥିଲା ସେ ସେହି ନିକଟସ୍ଥ ଅଞ୍ଚଳରେ ବୁଲୁଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗୁରୁବାରୀ ଜେନା ପ୍ରଥମ ଥର ଭୁବନେଶ୍ୱର ଆସିଥିବା କହିଛନ୍ତି ତାଙ୍କ ପୁଅ ସୁଶୀଲ। ସେ କହିଛନ୍ତି ମା ରାସ୍ତା ଘାଟ ଜାଣି ନାହିଁ। କି ଘର ଠିକଣା ମଧ୍ୟ କହିପାରିବ ନାହିଁ। ତେଣୁ ଯଦି କୌଣସି ବ୍ୟକ୍ତି ତାଙ୍କୁ ଦେଖନ୍ତି ତାଙ୍କ ନମ୍ବରରେ ଯୋଗାଯୋଗ କରିବାକୁ ସେ 9668156012 ଏହି ନମ୍ବରରେ ଅନୁରୋଧ କରିଛନ୍ତି । ଏହି ଘଟଣା କୁ ନେଇ ମିସିଂ କେସ ଖଣ୍ଡଗିରି ଥାନାରେ ମଧ୍ୟ ଲିଖିତ ଭାବେ ଦେଇଛନ୍ତି ସୁଶୀଲ। ଆଗ କାନ୍ଦୁଥିବା ଭିଯୁଆଲ ଲଗେଇ ପରେ ବାଇଟ ଚଳେଇବ, ମା' ର ଫଟୋ ଆଉ ଏଫାୟାର ମଧ୍ୟ ଅଛି।

80-year-old-woman-goes-missing-in-the-capital | Argus News