Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୁଭଦ୍ରାରେ ପୁଣି ସାମିଲ ହେଲେ ୮୦୦୦ ଆବେଦନକାରୀ

Odisha

ସୁଭଦ୍ରାରେ ପୁଣି ସାମିଲ ହେଲେ ୮୦୦୦ ଆବେଦନକାରୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ସୁଭଦ୍ରାରେ ପୁଣି ସାମିଲ ହେଲେ ୮୦୦୦ ଆବେଦନକାରୀ

ଅର୍ଗସ ବ୍ୟୁରୋ: ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଯୋଜନା ‘ସୁଭଦ୍ରା’ ନେଇ ବଡ଼ ଖବର ଆସିଛି। ଭୁଲରେ ବାଦ୍‌ ପଡ଼ିଥିବା ମହିଳାମାନେ ଏହି ଯୋଜନା ସହିତ ପୁଣି ଯୋଡ଼ି ହୋଇପାରିବେ। ରାଜ୍ୟ ସରକାର ଏନେଇ ସୂଚନା ଦେଇଛନ୍ତି। ରାଜ୍ୟ ସରକାର କହିଛନ୍ତି ଯେ, ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (OPT IN) ସୁବିଧା ଉପଲବ୍ଧ କରାଯାଇଛି। ଏହା ଦ୍ୱାରା ଯେଉଁମାନେ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ ସେମାନେ ପୁନର୍ବାର ସୁଭଦ୍ରାରେ ସାମିଲ ହେବାର ସୁଯୋଗ ପାଇପାରିବେ। ଏହା ଦ୍ୱାରା ଯେଉଁମାନେ ଭୁଲରେ ବାଦ ହୋଇଯାଇଥିଲେ ସେମାନେ ପୁନର୍ବାର ସୁଭଦ୍ରା ଯୋଜନାରେ ସାମିଲ ହେବାର ସୁଯୋଗ ପାଇପାରିବେ । ଏହି ସୁବିଧା ଉପଲବ୍ଧ ହେବା ପରେ ପ୍ରାୟ ୮୦୦୦ ରୁ ଅଧିକ ଆବେଦନକାରୀ ସୁଭଦ୍ରାରେ ପୁନଃସାମିଲ ହୋଇସାରିଛନ୍ତି । ତେଣୁ ଯେଉଁମାନେ ଭୁଲରେ ବାଦ ହୋଇଯାଇଥିଲେ, ସେମାନେ ଏହାର ସୁବିଧା ନେବାକୁ ମହିଳା ଏବ ଶିଶୁ ବିକାଶ ବିଭାଗ ତରଫରୁ ସୂଚନା ଦିଆଯାଇଛି ।


ସେହିପରି ଖୁବଶୀଘ୍ର ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବ । ହେଲେ ଏବେ ବି ଦୁଇ ଲକ୍ଷରୁ ଅଧିକ ଆବେଦନକାରୀ ସେମାନଙ୍କର e-KYC କରିନାହାନ୍ତି ଅବା ଓଟିପି ମାଧ୍ୟମରେ e-KYC କରିଛନ୍ତି । ଯୋଗ୍ୟ ବିବେଚିତ ହେଲେ ମଧ୍ୟ ସେମାନେ ଅର୍ଥରାଶି ପାଇବାରେ ଅସୁବିଧା ହେବ । ତେଣୁ ତୁରନ୍ତ ସେମାନେ ନିକଟସ୍ଥ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ର କୁ ଯାଇ ବାୟୋମେଟ୍ରିକ ପଦ୍ଧତିରେ ନିଜର e-KYC କରିନେବାକୁ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
8000-applicants-rejoined-subhadra | Argus News