Videos
|
Odisha

Independence Day / ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ

Rashmita Mishra
Browse all articles by Rashmita Mishra
·1 hour ago·3 min read
ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ
Independence Day

Key Points

ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ…
ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ...

ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ… ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ...ଚଳିତ ବର୍ଷ ପରେଡରେ ପୋଲିସ ପ୍ଲାଟୁନ, ସୁରକ୍ଷା ବଳ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୫୧ଟି ଦଳ କରିଛନ୍ତି ଅଂଶଗ୍ରହଣ...ସେପଟେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପତାକା ଉତ୍ଥୋଲନ କଲେ ବିଜେପି ସଭାପତି ମନମୋହନ ସାମଲ୍ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ରାଜ୍ୟ ଓ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ସେ କହିଛନ୍ତି, ୮୦ତମ ସ୍ବାଧୀନତା ଦିବସରେ ଆଜି ଆଉ ଏକ ପୃଷ୍ଠା ଯୋଡ଼ି ହୋଇଯାଇଛି। ‘ବନ୍ଦେ ମାତରମ୍’କୁ ଉପଯୁକ୍ତ ସମ୍ମାନ ମିଳିଛି ।

ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ…ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ୫ ବଡ ଘୋଷଣା କରିଛନ୍ତି ......
୧-ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯେଉଁ ସର୍ବାଧିକ ୬ ଟା ସୁଯୋଗ ଥିଲା,ଏହାକୁ ଉଠାଇ ଦିଆଗଲା । ସର୍ବୋଚ୍ଚ ବୟସ ସୀମା ପର୍ୟ୍ୟନ୍ତ ଆଶାୟୀଙ୍କ ସୁଯୋଗ ମିଳିବ।
୨- ସରକାରୀ କର୍ମଚାରୀଙ୍କ ଦେହାନ୍ତ ପରେ ଅନୁକମ୍ପା ମୂଲକ ନିଯୁକ୍ତି କୁ କୋହଳ କରାଯାଇଛି।
୩- ଏଣିକି ନବମ ଓ ଦଶମ ପିଲାଙ୍କ ମିଳିବ ମାଗଣା ପାଠ୍ୟ ପୁସ୍ତକ
୪- ଯୁବବର୍ଗଙ୍କ ପାଇଁ ଆଗାମୀ ଦୁଇ ରୁ ତିନି ବର୍ଷରେ ୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଗାମୀ ୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଜ୍ୟକୁ ନିବେଶ ଆସୁଥିବାରୁ ଶିଳ୍ପ ପାଇଁ ଆବଶ୍ୟକ ଶିକ୍ଷା ଓ ତାଲିମ ଦିଆଯାଉଛି
୫-ମଧୁବାବୁ ପେନସନ ଯୋଜନାରେ ଆଗାମୀ ଦିନରେ ଆଉ ୭ ଲକ୍ଷ ହିତାଧିକାରୀ ସାମିଲ ହେବେ,ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର।
ଚଳିତ ବର୍ଷ ପରେଡରେ ପୋଲିସ ପ୍ଲାଟୁନ, ସୁରକ୍ଷା ବଳ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୫୧ଟି ଦଳ କରିଛନ୍ତି ଅଂଶଗ୍ରହଣ...

ମହାତ୍ମାଗାନ୍ଧୀ ମାର୍ଗରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା କରିଛି । ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାରେ ୨୨୦୦ଟି ବିଦ୍ୟାଳୟ ନିର୍ମାଣ କରାଯିବ। ଆମ ସରକାର ଆସିଲା ପରେ ବିଗତ ୨ ବର୍ଷ ମଧ୍ୟରେ ୨୬,୦୦୦ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ଆଗାମୀ ଦିନରେ ୪୫,୦୦୦ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି। ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣାରେ ଅନ୍ଲାଇନ୍ କୋଚିଂ ବ୍ୟବସ୍ଥା କରାଯିବ। ଛାତ୍ରଛାତ୍ରୀମାନଙ୍କୁ ଏଆଇ ତାଲିମ ଦିଆଯିବ । ରାଜ୍ୟର ୪ଟି ସ୍ଥାନର ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ।

ଚାଷୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୩୧୦୦ ଟଙ୍କାରେ ଧାନ କୁଇଣ୍ଟାଲ ପିଛା କିଣାଯାଉଛି । ପଶୁପାଳକ ଏବଂ ମତ୍ସ୍ୟଜୀବୀଙ୍କ କଲ୍ୟାଣ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ତ୍ରିରଙ୍ଗାକୁ ଘରେ ଘରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ୟମ କରିଛନ୍ତି। ଅତୀତର ଭାରତ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲା । କିନ୍ତୁ ଭାରତ ଏବେ ଏକ ବୃହତ ଅର୍ଥନୀତିରେ ପରିଣତ ହୋଇଛି । ଭାରତର ଅର୍ଥନୀତି ଏବେ ମଜବୁତ ସ୍ଥିତିରେ ପହଞ୍ଚିଛି । ୨୦୧୪ରେ ଭାରତରେ ସ୍ବଚ୍ଛ ଭାରତ ମିସନ ଆରମ୍ଭ ହୋଇଥିଲା । ଏହି ଠାରୁ ବିକାଶର ଯାତ୍ରା ଆରମ୍ଭ ହୋଇଥିଲା । ଏବେ ଆମକୁ ଏଲ୍ପିଜି ଗ୍ୟାସ ପାଇବା ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡୁ ନାହିଁ । ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆସିଛି । ଦେଶର ସୁରକ୍ଷା ସଂପର୍କରେ ମୁଖ୍ୟମନ୍ତ୍ରୀ ଅପରେସନ ସିନ୍ଦୂର କଥା ମନେ ପକାଇ ଦେଇଛନ୍ତି। ମୋଦୀଙ୍କ ହାତରେ ଦେଶର ସୁରକ୍ଷା ବ୍ୟବସ୍ଥା ମଜବୁତ ହୋଇଛି ବୋଲି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: