Videos
|
Odisha

24 ବର୍ଷ ଶାସନରେ ଅପାରଗତାର ଆଉ ଏକ ବଡ଼ ପ୍ରମାଣ

Smruti Parija
Browse all articles by Smruti Parija
·2 years ago·1 min read
24 ବର୍ଷ ଶାସନରେ ଅପାରଗତାର ଆଉ ଏକ ବଡ଼ ପ୍ରମାଣ

ଭୁବନେଶ୍ୱର: ସାମ୍ନାକୁ ଆସିଲା ବିଜେଡିର 24 ବର୍ଷ ଶାସନରେ ଅପାରଗତାର ଆଉ ଏକ ବଡ଼ ପ୍ରମାଣ। ରାଜ୍ୟର 8300 ଗାଁକୁ ନାହିଁ ସବୁ ଦିନିଆ ପକ୍କା ରାସ୍ତା । ଆଜି ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନର ଉତ୍ତରରେ ପଞ୍ଜାୟତିରାଜ ଓ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ଉତ୍ତର ଦେଇଛନ୍ତି ।  

ବଜେଟ୍‌ : ସ୍ପଷ୍ଟ ଦିଶିଲା...ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି

ରାଜ୍ୟରେ ମୋଟ 59,971 ଗାଁ ଥିବା ବେଳେ ସେଥିରୁ 51,671 ଗାଁକୁ ସବୁ ଦିନିଆ ରାସ୍ତା ସଂଯୋଗ କରାଯାଇଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ମଞ୍ଜୁର ହୋଇଥିବା ଅସଂଯୋଜିତ 1226ଟି ଗାଁ ମଧ୍ୟରୁ 1226 ଗାଁକୁ ପିଚୁ ବା ପକ୍କା ରାସ୍ତା ଦ୍ଵାରା ରାସ୍ତା ସଂଯୋଗ ହୋଇଛି । ଅବଶିଷ୍ଟ 3ଟି ଗାଁକୁ ରାସ୍ତା ସଂଯୋଗ କାମ ଚାଲୁଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଗାଁ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ନିର୍ମାଣ କରିବାର ଲକ୍ଷ୍ୟ ରହିଛି । ଅର୍ଥାତ୍ ବାକି 8300 ଗାଁକୁ ପକ୍କା ରାସ୍ତା ନାହିଁ। ଏହି ଗାଁକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ପର୍ଯ୍ୟାୟ କ୍ରମେ ବିଭିନ୍ନ ଯୋଜନାରେ ସଂଯୋଗ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ରବି ନାରାୟଣ ନାଏକ।


 

8300 villages of the state do not have road | Argus News