ସୁନା ସଫେଇ ଠକ ଗ୍ୟାଙ୍ଗ୍ର ୯ ଜଣଙ୍କୁ ଗିରଫ
·1 year ago·1 min read

ରାଉରକେଲା: ସୁନା ସଫେଇ ଠକ ଗ୍ୟାଙ୍ଗ୍ର ୯ ଜଣଙ୍କୁ ଗିରଫ। ତାଙ୍କ ପାଖରୁ ୧୦୦ ଗ୍ରାମ ସୁନା ସହ ଅଳଙ୍କାର ସଫେଇରେ ବ୍ୟବହୃତ କେମିକାଲ, ତିନୋଟି ମୋଟର ସାଇକେଲ ଜବତ କଲା ରାଉରକେଲା ପୋଲିସ । ଗତ ତିନିବର୍ଷ ଧରି ଏମାନେ ରାଉରକେଲାର ବିଭିନ୍ନ ଅଞ୍ଚଳରେ ସଫେଇ ଆଳରେ ସୁନା ଲୁଟୁଥିଲେ । ଏମାନଙ୍କ ଘର ବିହାର ଭାଗଲପୁର ଅଞ୍ଚଳର । ଗତ ତିନିବର୍ଷ ଧରି ଏମାନେ ଗୋପବନ୍ଧୁପାଲି ଅଞ୍ଚଳରେ ଘର ଭଡ଼ା ନେଇ ଏହି ରାକେଟ ଚଳାଉଥିଲେ ।
ଏମାନେ ଘର ଘର ବୁଲି ସୁନା ଗହଣା ସଫା କରିବା ନାଁରେ ଲୁଟ୍ କରୁଥିଲେ । ଖାସ କରି ମହିଳାଙ୍କୁ ଏମାନେ ଟାର୍ଗେଟ୍ କରୁଥିବା ବେଳେ ଏ ମାନଙ୍କ ନାଁରେ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା । ପଚରାଉଚରା ପରେ ବିହାର ଭାଗଲପୁର ଅଞ୍ଚଳରେ ଚୋରା ସୁନା ଗହଣା ବିକ୍ରି କରିଥିବା କହିଛନ୍ତି । ପୋଲିସ ଏହି ଠକ ଦଳଙ୍କ ବାବଦରେ ଅଧିକ ତଦନ୍ତ ଜାରି ରଖିଥିବା ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ସୂଚନା ଦେଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: