Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୁଭଦ୍ରା ଯୋଜନାରେ ଆବେଦନ କଲେଣି ୯୨ ଲକ୍ଷ ମହିଳା,ପୁଣି ୨୫ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

Odisha

ସୁଭଦ୍ରା ଯୋଜନାରେ ଆବେଦନ କଲେଣି ୯୨ ଲକ୍ଷ ମହିଳା,ପୁଣି ୨୫ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

Sangram Tripathy
Browse all articles by Sangram Tripathy
·1 year ago·2 min read
ସୁଭଦ୍ରା ଯୋଜନାରେ ଆବେଦନ କଲେଣି ୯୨ ଲକ୍ଷ ମହିଳା,ପୁଣି ୨୫ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

Key Points

  • ସୁଭଦ୍ରା ଯୋଜନାରେ ଆବେଦନ କଲେଣି ୯୨ ଲକ୍ଷ ମହିଳା
  • ପୁଣି ୨୫ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା
  • ରାଜ୍ୟର ଏକ କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା ରାଶି 

ଅର୍ଗସ ବ୍ୟୁରୋ:ରାଜ୍ୟରେ ସୁଭଦ୍ରା ଉତ୍ସାହ। ସଶକ୍ତ ଓ ଆର୍ଥିକ ସ୍ବାବାଲମ୍ବୀ ହେଉଛନ୍ତି ମହିଳା,ଆଗଉଛି ଓଡ଼ିଶା, ରେକର୍ଡ କରୁଛି ସୁଭଦ୍ରା। ସରକାରଙ୍କ ସୁଭଦ୍ରା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ସୁଭଦ୍ରା ଯୋଜନାରେ ଉପକୃତ ହେବେ ଏକ କୋଟି ମହିଳା । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ମହିଳା ଏହି ଯୋଜନାରୁ ଉପକୃତ ହୋଇଥିବା ବେଳେ କିଛିଦିନ ମଧ୍ୟରେ ଆଉ ୨୫ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା ରାଶି । ଏଯାଏ ଏହି ଯୋଜନାରେ ରାଜ୍ୟରେ ପ୍ରାୟ ୯୨ ଲକ୍ଷ ମହିଳା ଆବେଦନ କରିଛନ୍ତି । ରାଜ୍ୟରେ ଡବଲ ଇଂଜିନ୍ ସରକାର ପ୍ରତିଶ୍ରୁତି ଅନୁଯାୟୀ ମହିଳାମାନଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପୂର୍ବ ସରକାର ମିଶନ ଶକ୍ତି ନାମରେ ମହିଳାଙ୍କୁ ସଶକ୍ତୀକରଣ ପାଇଁ ଯେଉଁ ଅର୍ଥ ଦେଇଛନ୍ତି ତାକୁ ନେଇ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ବିନା ସୁଧରେ ଦିଆଯାଉଥିବା ଋଣ ଟଙ୍କା ପାଇଁ କେନ୍ଦ୍ର ସରକାର ୭ ପ୍ରତିଶତ ଓ ନବୀନ ସରକାର ୪ ପ୍ରତିଶତ ସୁଧ ଦେଉଥିଲେ । କେନ୍ଦ୍ରୀୟ ଯୋଜନାକୁ ନିଜ ଯୋଜନା କହି ହରିଲୁଟ୍ କରାଯାଉଥିଲା, ତାହାର ଏବେ ପର୍ଦ୍ଦାଫାଶ ହୋଇଛି । ବିଜେପିର ଉଦ୍ଦେଶ୍ୟ ଜନ କଲ୍ୟାଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୯୨ ଲକ୍ଷ ମହିଳା ଆବେଦନ କରିଛନ୍ତି । ସପ୍ତାହକ ମଧ୍ୟରେ ଏହି ସଂଖ୍ୟା ଏକ କୋଟି ପାର ହୋଇଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ମହିଳାଙ୍କ ମଧ୍ୟରେ ଉତ୍ସାହ ବଢିଛି। ବର୍ତ୍ତମାନ ଇ-କେଓ୍ବାଇସି ପାଇଁ ଟିକେ ସମୟ ଲାଗୁଛି । ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୫ଲକ୍ଷ ୧୧ହଜାର ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି। ଖୁବଶୀଘ୍ର ଏକ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଆହୁରି ମଧ୍ୟ କହିଛନ୍ତି ମାର୍ଚ୍ଚ ୮ରେ ମହିଳାମାନଙ୍କୁ ଦ୍ବିତୀୟ କିସ୍ତି ଟଙ୍କା ମିଳିବ।  ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମ ଦିନରେ ଓଡ଼ିଶା ଗସ୍ତରେ ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ,ସୁଭଦ୍ରା ଯୋଜନା ମହିଳାମାନଙ୍କୁ ଆଗକୁ ଯିବାକୁ ବାଟ କଢାଉଛି,ଆଗଉଛି ଓଡ଼ିଶା ଆଗରେ ନାରୀଶକ୍ତି। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
92 lakh women have already applied for the Subhadra Yojana | Argus News