ଗାଁ ଜଙ୍ଗଲରେ ବୁଲୁଛି କଳା ବାଘ, ଲୋକେ ଛାନିଆ

ଗାଁ ଜଙ୍ଗଲରେ ବୁଲୁଛି କଳା ବାଘ । ବାରିପଦା ବନଖଣ୍ଡ ଅଧିନ ବାଙ୍ଗିରିପୋଷି ତାଳବନ୍ଧ ରେଞ୍ଜରେ ବୁଲୁଛି କଳା ବାଘ । ଯାହାର ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବିଗତ ଦିନରେ ଶିମିଳିପାଳକୁ ବାଘ ଦେଖିବା ଆଶାନେଇ ଆସୁଥିବା ପର୍ଯ୍ୟଟକ ମାନେ ନିରାଶ ହୋଇ ଫେରୁଥିବା ବେଳେ ଏବେ କଳା ବାଘ ଦୃଶ୍ୟମାନ ହେବା ଘଟଣା ପର୍ଯ୍ୟଟନକ୍ଷେତ୍ର ପାଇଁ ଏକ ଭଲ ଖବର ବୋଲି ଆଲୋଚନା ହେଉଛି ।
୨୭୫୦ ବର୍ଗ କିଲୋମିଟର ବ୍ୟାପୀ ଶିମିଳିପାଳ ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ ଜୈବମଣ୍ଡଳ । ଶିମିଳିପାଳ କଳାବାଘ ପାଇଁ ଦେଶ ବିଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଶତାଧିକ ରୟାଲ ବେଙ୍ଗଲ ଟାଇଗରଙ୍କ ଏହା ଆଶ୍ରୟ ସ୍ଥଳ ହୋଇଥିବା ବେଳେ ନିକଟରେ ଏହାର ସଂଖ୍ୟା କମିଯାଇ ୮ରେ ପହଞ୍ଚିଥିଲା । ଯାହା ପରିବେଶ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଥିଲା । ମାତ୍ର ଶିକାରୀ ଦମନ, ପାଟ୍ରୋଲିଂ ଓ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ପାଇଁ ଏବେ ବାଘ ସଂଖ୍ୟା ବଢିଛି ।
📱 Get Argus News App
✨ଏବେ ସୁଦ୍ଧା ୩୯ଟି ବାଘ ରହିଥିବାବେଳେ ଅଧିକ ସଂଖ୍ୟକ ମିଲେନାଷ୍ଟିକ ପ୍ରଜାତିର ବାଘ ବା କଳାବାଘ ରହିଥିବା ନେଇ "ଅଲ ଓଡିଶା ଟାଇଗର ଏସଟିମେସନ" ରିପୋର୍ଟରେ ସୂଚନା ପ୍ରକାଶ ପାଇଥିଲା । ତେବେ ନିକଟରେ ବାଘ ଗଣନା ହେବା ନେଇ ଖବର ଆସିବା ପରେ ଏବେ ବନ୍ୟପ୍ରାଣୀ ବିଶେଷଜ୍ଞ ଓ ପ୍ରକୃତି ପ୍ରେମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି ଏବଂ ଏଥର ବାଘ ସଂଖ୍ୟାରେ ବୃଦ୍ଧି ଘଟିବା ନେଇ ଆଶା ମଧ୍ୟ ବାନ୍ଧିଛନ୍ତି ।