Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାଙ୍ଗର କାଠ ଫାଳିଆ ମାଡ଼ରେ ଗଲା ସାଙ୍ଗର ଜୀବନ

Odisha

ସାଙ୍ଗର କାଠ ଫାଳିଆ ମାଡ଼ରେ ଗଲା ସାଙ୍ଗର ଜୀବନ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ସାଙ୍ଗର କାଠ ଫାଳିଆ ମାଡ଼ରେ ଗଲା ସାଙ୍ଗର ଜୀବନ

ସାଙ୍ଗର କାଠ ଫାଳିଆ ମାଡ଼ରେ ସାଙ୍ଗର ଜୀବନ ଗଲା। ମୃତକଙ୍କ ଭାଇ ଗୁରୁତର। ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ଖପ୍ରାଖୋଲ ଥାନା ପୂତୁଲାମହୁଳ ଓ ବନ୍ଦେ ପଦର ଗାଁ ମଝିରେ। ମୃତକ ଜଣକ ହେଲେ ବନ୍ଦେପଦର ଗାଁ ର ସୁସିଲ ସାହୁ ଏବଂ ଗୁରୁତର ହେଲେ ତାଙ୍କ ଭାଇ ବିକାଶ ସାହୁ । ଟଙ୍କା ନେନ ଦେନ କଥାକୁ ନେଇ ପୁତୁଳାମହୁଲ ଗାଁର ପିଣ୍ଟୁ ସାହୁ ଏବଂ ସୁଶିଲ ସାହୁଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ଉଗ୍ରରୂପ ନେଲା ପରେ କାଠ ଫାଳିଆରେ ପିଣ୍ଟୁ ସୁଶିଲକୁ ଆକ୍ରମଣ କରିଥିଲ। ଏଥିରେ ସୁଶିଲଙ୍କ ଭାଇ ବିକାଶ ସାହୁ ଗୁରୁତର ହୋଇଥିବା ବେଳେ ଘଟଣା ସ୍ଥଳରେ ସୁଶୀଲଙ୍କ ମୃତ୍ୟୁ ହୋଇଥିଲା।


ଟଙ୍କା ନେଣଦେନ ନେଇ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି। ମୃତକ ପରିବାର ଲୋକେ ଖପ୍ରାଖୋଲ ଥାନା ରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ବେଳେ ଗୁରୁତର ବିକାଶ ଖପ୍ରାଖୋଲ ଡାକ୍ତର ଖାନା ରେ ଚିକିତ୍ସିତ ହେଉଛି।ହତ୍ୟା କରିଥିବା ସାଙ୍ଗ ଫେରାର ମାରିଥିବା ଜଣାପଡିଛି ।ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ବୋଲି ଥାନା ଅଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A friend attack his friend and killed him | Argus News