Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Arindam Targets Bobby / ଅରିନ୍ଦମ ଖୋଲିଲେ ବବିଙ୍କ ପୋଲ୍ କହିଲେ କହିଥିଲି ଲାଗେନା, ଲାଗିଲୁ ଏବେ ନାମ ‌‌ନେ

Bikash Mohanty
Browse all articles by Bikash Mohanty
·5 months ago·2 min read
ଅରିନ୍ଦମ ଖୋଲିଲେ ବବିଙ୍କ ପୋଲ୍ କହିଲେ  କହିଥିଲି ଲାଗେନା, ଲାଗିଲୁ ଏବେ ନାମ ‌‌ନେ
Arindam tagrget Bobby

Key Points

ଅରିନ୍ଦମ ଖୋଲିଲେ ବବିଙ୍କ ପୋଲ୍
କହିଲେ କହିଥିଲି ଲାଗେନା, ଲାଗିଲୁ ଏବେ ନାମ ‌‌ନେ
ବିଧାୟକ ଆକାଶ ଦାସନାୟକ ବି ବବିଙ୍କୁ କଲେ ଟାର୍ଗେଟ
ବବିଙ୍କ ଉପରେ ବର୍ଷିଲେ ଅରିନ୍ଦମ କହିଲି ଲାଗେନା, ଲାଗିଲୁ ଏବେ ନାମ ‌‌ନେ। ବବିଙ୍କୁ ଆକ୍ଷେପ କହି ଅରିନ୍ଦମ କହିଥିଲେ, ପୂର୍ବରୁ ସାରା ରାଜ୍ୟକୁ ନିୟନ୍ତ୍ରଣରେ ରଖୁଥିବା ବ୍ୟକ୍ତିଙ୍କ ଅବସ୍ଥା ଏବେ କେମିତି ଅଛି ଆପଣମାନେ ଭଲ ଭାବରେ ଜାଣିଛନ୍ତି। ଗତ ନିର୍ବାଚନରେ କୋରେଇରେ କଳାଟଙ୍କା କାମ ଦେଲାନି। ନିଜ ମା’ଙ୍କୁ ନିର୍ବାଚନ ହାରିବାକୁ ପଡ଼ିଲା। ଅହଂକାର କେବେ ସବୁଦିନ ରହିନାହିଁ। ସମୟ ବଡ଼ ବଳବାନ। କୋରେଇବାସୀଙ୍କ ଭଲପାଇବା ଯୋଗୁଁ ଆକାଶ ଭାଇ ଅହଂକାରୀ ପରିବାରକୁ ଏଠାରୁ ହଟାଇ ଦେଇଛନ୍ତି। ସେହିପରି କୋରେଇର ଭୋଟରଙ୍କୁ ସେ ପ୍ରଶଂସା କରିଥିଲେ। କୋରେଇବାସୀ ଖଟ ମୁଣ୍ଡାନ୍ତି ନାହିଁ, ମୁଣ୍ଡ ଖଟାନ୍ତି ବୋଲି କହିଥିଲେ। ଭ୍ରଷ୍ଟାଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଅରିନ୍ଦମ କହିଥିଲେ।

ଯାଜପୁରଜିଲ୍ଲା କୋରେଇର ହରିହାଟ ମହୋତ୍ସବର ଉଦ୍‌ଯାପନ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ସିନେ ତାରକା ଅରିନ୍ଦମ ରାୟ ନିଜର ମନର କଥା କହିବା ସହ ନାଁ ନ ନେଇ ଶାଳକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ଇଙ୍ଗିତ କରି ବର୍ଷିଥିଲେ। କହିଲେ କହିଲି ମୋ ସାଂଗରେ ଲାଗେନା ଲାଗିଲୁ, ଏବେ ନାମ ‌ନେ। ଅରିବିନ୍ଦଙ୍କ ଏହି ସଂଳାପରେ ସିଧାଳସଖ ସେ ବବିଙ୍କ ନାମ ନେଇନଥିଲେ ମଧ୍ୟ ଉପସ୍ଥିତ ଦର୍ଶକମାନଙ୍କ ତାଳିମାଡ଼ରେ ପୂରା ମହୋତ୍ସବ ପଡ଼ିଆ କମ୍ପି ଉଠିଥିଲା। ନିଜ ଶାଳକଙ୍କୁ ଆକ୍ଷେପ କରି ସେ ଏଭଳି କହୁଥିବା ଦର୍ଶକ ବୁଝିଯାଇଥିଲେ। ଅରନ୍ଦିମଙ୍କ ସହିତ ବବିଙ୍କ ପରିବାରିକ ସଂପର୍କକୁ ନେଇ ରହିଥିବା ଫାଟ ଏଥିରୁ ଜଳ ଜଳ ‌ହୋଇ ବାହାରକୁ ଆସିଛି। ଯାଜପୁର ସହ ତାଙ୍କର ନିବିଡ଼ି ସଂପର୍କ ରହିଛି। ହେଲେ ସେ ଦୁଇବର୍ଷ ହେଲା ଏଠାକୁ ଆସିନାହାନ୍ତି। ଏଭଳି କହି ତାଙ୍କ ମନରେ ଥିବା ଆକ୍ରୋଶକୁ ସାମନାକୁ ଆଣିଥିଲେ। କେବଳ କୋରେଇ ବିଧାୟକ ଆକାଶ ଭାଇଙ୍କ ଡାକରାରେ ଓ ଏଠାକାର ଲୋକଙ୍କ ଭଲପାଇବା ତାଙ୍କୁ ଏଠାକୁ ଟାଣିଆଣିଥିବା ସେ କହିଥିଲେ।

ଅନ୍ୟତମ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସନାୟକ କହିଥିଲେ ଯେ କୋରେଇ ବାସୀ ଗତ ନିର୍ବାଚନରେ ବାହାରୁ ଆସିଥିବା ପ୍ରାର୍ଥୀ ତଥା ଯେଉଁମାନଙ୍କ କୋରେଇ ପ୍ରତି ଅବଦାନ ନାହିଁ ସେମାନଙ୍କୁ ବିତାଡ଼ିତ କରିଛନ୍ତି। କେତେଜଣ ମାନବରୂପୀ ରାବଣ କୋରେଇରେ ବୁଲି ବୁଲି କାର୍ଯ୍ୟକ୍ରମ ଭଣ୍ତୁର କରିବାକୁ ଚେଷ୍ଟା କରୁଛନ୍ତି। ସେଥିରେ ସେମାନେ ସଫଳ ହେବେ ନାହିଁ ଅରିନ୍ଦମଙ୍କ ସଂଳାପ ଓ ତାଙ୍କ ଉପସ୍ଥିତିରେ ଆକାଶ, ବବିଙ୍କୁ ଟାର୍ଗେଟ କରିବା ଓ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କୁ ବାହାର ଲୋକ ବୋଲି କହିବା ଆଦି ଘଟଣାକୁ ନେଇ ବେଶ ଚର୍ଚ୍ଚା ହେଉଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Arindam Targets Bobby | Arindam | Arindam | Arindam Targets Bobby Das With Strong Allegations | Odisha Political News | Argus News