Videos
|
Odisha

ବିଷାକ୍ତ ସାପ କାମୁଡାରେ ଶିଶୁପୁତ୍ରର ମୃତ୍ୟୁ

Ritu Das
Browse all articles by Ritu Das
·12 months ago
ବିଷାକ୍ତ ସାପ କାମୁଡାରେ ଶିଶୁପୁତ୍ରର ମୃତ୍ୟୁ

Key Points

ବିଷାକ୍ତ ସାପ କାମୁଡାରେ ଶିଶୁପୁତ୍ରର ମୃତ୍ୟୁ

ସଙ୍ଗେ ସଙ୍ଗେ ତାଙ୍କୁ ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ବକ୍ଲିଖୁଣ୍ଟି ଗାଁର ନରସିଂହ ମାଝୀଙ୍କ ପୁଅ ଦେବାଶିଷ ମାଝୀ (୪ବର୍ଷ)ଙ୍କର ଆଜି ବିଷାକ୍ତ ସାପ କାମୁଡାରେ ମୃତ୍ୟୁ ହୋଇଛି। ପିଲାଟି ଚଟାଣରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାକୁ କାମୁଡ଼ି ଦେଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା।


ହେଲେ ଡାକ୍ତର ସେଠାରେ ଶିଶୁପୁତ୍ରଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସକାଳ ୧୧ ଟାରେ ବୋଡ଼େନ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Baby boy dies from poisonous snake bite | Argus News