ସାତଦଶନ୍ଧି ପରେ ବି ଅପହଞ୍ଚ ମୌଳିକ ସୁବିଧା

ଦୁର୍ଗମରେ ଶିକ୍ଷାଦାନର ବିକଳ ଚିତ୍ର। ନାହିଁ ଭିତ୍ତିଭୂମୀ ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ । ଆଜି ଆମେ ଏଭଳି ୨ଟି ସ୍କୁଲର ଚିତ୍ର ଦେଖାଇବୁ ଯେଉଁଠି ଶ୍ରେଣୀଗୃହ ସମସ୍ୟା ସାଜିଛି ଚିନ୍ତାର କାରଣ। ଡାବୁଗୁଡା ବିଦ୍ୟାଳୟର ଚିତ୍ର ଦେଖିଲେ ବ୍ୟଥିତ ଲାଗୁଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ 94ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି। ମାତ୍ର ରହିଛି ମାତ୍ର ତିନିଟି ଶ୍ରେଣୀଗୃହ । ଗୋଟିଏ ଶ୍ରେଣୀ ଗୃହରେ ଦୁଇଟି ଶ୍ରେଣୀର ପିଲା ପାଠ ପଢୁଛନ୍ତି। ଆଉ ଦୁଇଟି ଶ୍ରେଣୀର ପିଲା ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଖାଲି ସେତିକି ନୁହେଁ ପାଠ ପଢା ଚାଲିଥିବା ଶ୍ରେଣୀ ଗୃହର ଅବସ୍ଥା ସୋଚନୀୟ। କେଉଁଠି କାନ୍ଥ ଫାଟି ଆଁ କରିଥିବା ବେଳେ କେଉଁଠି ଛାତରୁ ଗଳୁଛି ପାଣି। ବିଦ୍ୟାଳୟରେ ରୋଷେଇ ଘର ନଥିବାରୁ ମଧ୍ୟାନ୍ନ ଭୋଜନରେ ନାହିଁ ନଥିବା ସମସ୍ୟା ଦେଖା ଦେଉଛି।।
ସେଭଳି ନାୟକଗୁଡା ସ୍କୁଲର ଚିତ୍ର ମଧ୍ୟ ସମାନ । ଏଠି ମଧ୍ୟ ସେହି ସମାନ ଅବସ୍ଥା। ଶିକ୍ଷକ ଏବଂ ଭିତ୍ତିଭୂମୀ ସମସ୍ୟା ଯୋଗୁଁ ପାଠପଢାରେ ବ୍ୟାଘାତ ହେଉଛି। ପ୍ରଥମ ରୁ ପଞ୍ଚମ 34ଜଣ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜଣେ ମାତ୍ର ଜଣେ ଶିକ୍ଷକ ରହିଛନ୍ତି।ବିଭାଗୀୟ ଅଧିକାରିଙ୍କୁ ଏ ସଂପର୍କରେ ମୌଖିକ ଭାବରେ ସମସ୍ୟା ବିଷୟରେ ଅବଗତ କରାଯାଇଥିଲେବି ସମସ୍ୟାର ସମାଧାନ ହୋଇ ନାହିଁ। ଦୁର୍ଗମରେ ଶିକ୍ଷା ବ୍ୟବସ୍ଥାର ଏହେଉଛି ବିକଳ ଚିତ୍ର। ଉଭୟ ନାୟକଗୁଡା ଓ ଡାବୁଗୁଡା ର ଚିତ୍ର ବଖାଣୁଛି ପୂର୍ବ ସରକାରରଙ୍କ ୫ ଟି ସତ। ଏଠି ଭିତ୍ତିଭୂମୀ ଦୁର୍ବଳ ତା ସହ ଦୁର୍ବଳ ପାଠପଢା।
ସେପଟେ ଦୁର୍ଗମର ଅସହାୟ ଗାଁ। କାନ୍ଥରେ ଲାଖା ଯାଇଥିବା ଗାଁ ନାଁ ଯେମିତି ଲିଭିବାକୁ ବସିଲାଣି। ସେଭଳି ଗ୍ରାମବାସୀଙ୍କ ମନରୁ ମଉଳିବାକୁ ବସିଲାଣି ବିକାଶର ଆଶା। କାରଣ ୨୪ ବର୍ଷର ପୂର୍ବ ସରକାର ଏହି ଅଞ୍ଚଳକୁ ଦେଖଛନ୍ତି ବିକାଶ ଧୋକା। ଗାଁ ଠାରୁ ପଞ୍ଚlୟତର ଦୂରତା ୫କିମି । ମାତ୍ର ଏହି ୫ କିଲୋମିଟର ଯିବାକୁ ଲୋକଙ୍କୁ ନାହିଁ ନଥିବା ହଇରାଣର ସମ୍ମୁଖିନ ହେବାକୁ ପଡୁଛି। କଚ୍ଚା ରାସ୍ତାରେ ଗାଡିମଟି ଯିବା କଷ୍ଟକର । ଗାଁରେ ୨୨ ଘର ଗରିବ ରେଖାର ତଳେ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ ।
ଗାଁରେ ପାନୀୟ ଜଳ ଯୋଗାଣ କଥା ନକହିଲେ ଭଲ। ନଳକୂପ ଅଛି ମାତ୍ର ତାର ପାଣି ବ୍ୟବହାର ଉପଯୋଗୀ ନୁହେଁ। ମାଟିଆ ପାଣି ସାଙ୍ଗକୁ ନଳକୂପରୁ ବାହାରୁଛି ଗୁଣ୍ଡ ଯୁକ୍ତ ପାଣି। ଫଳରେ ଗାଁ ପାଖ ନାଳ ପାଣିକୁ ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି ଅଞ୍ଚଳବାସୀ। ହୁଲିକିରେ ବିଦ୍ୟାଳୟ ରହିଛି, ହେଲେ ଉପସ୍ଥାପନ କମ ଦେଖାଇ ୬ ବର୍ଷ ପୂର୍ବେ ସ୍କୁଲ ବନ୍ଦ କରିଦେଇଥିଲେ ତତ୍କାଳୀନ ସରକାର। ସେହିପରି ଅଙ୍ଗନବାଡି କେନ୍ଦ୍ର ନଥିବା କରଣରୁ ପ୍ରାକ ଶିକ୍ଷାରୁ ବଞ୍ଚିତ ହୁଲିକିର ଶିଶୁ। ନା ମିଳୁଛି ପୁଷ୍ଟିକର ରନ୍ଧା ଖାଦ୍ୟ ନାମିଳୁଛି ଶୁଖିଲା ଖାଦ୍ୟ । ଦୁଇ ମାସରେ ଥରେ ଗାଁକୁ କର୍ମୀ ଆସନ୍ତି ଏବଂ ସମୁଦ୍ରକୁ ଶଙ୍ଖେ ପରି ଶୁଖିଲା ଖାଇବା ଦେଇ ଚାଲି ଯାଉଥିବା ଅଭିଯୋଗ ହୋଇଛି।
ସମସ୍ୟାର ସମାଧାନ ସହ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବାରମ୍ବାର ଦାବି କରିଥିଲେ ଅଞ୍ଚଳବାସୀ ଯାହା ଜାଣିବି ଅଣଦେଖା କରିଥିଲେ ପୂର୍ବ ସରକାର। ତେବେ ଏବେ ସରକାର ବଦଳିଛି ପରିସ୍ଥିତିରେ ସୁଧାର ଆସିବ ବୋଲି ଆଶାବାଦୀ ହୁଲିକିବାସୀ।
