Ganjam Flood Situation / ବ୍ରହ୍ମପୁରରେ ବନ୍ୟା ଆତଙ୍କ…ସହରରେ ପଶିଲା ପାଣି, NH ବନ୍ଦ… ପ୍ରଖର ସ୍ରୋତରୁ ଗର୍ଭବତୀ ଉଦ୍ଧାର
·25 mins ago·2 min read

Key Points
ଗଞ୍ଜାମରେ ବନ୍ୟାର କରାଳ ରୂପ...ବ୍ରହ୍ମପୁର ଜଳମଗ୍ନ, ରାସ୍ତା ଧୋଇଗଲା
ରାତି ବଢ଼ିବା ସହ ବଢ଼ୁଛି ଭୟ! ବ୍ରହ୍ମପୁରରେ ବନ୍ୟା, ଗର୍ଭବତୀଙ୍କୁ ଉଦ୍ଧାର
ଯେତିକି ରାତି ହେଉଛି, ସେତିକି ବଢ଼ୁଛି ଭୟ ଓ ଆତଙ୍କ। ବନ୍ୟା ଜଳରେ ଉବୁଟୁବୁ ବ୍ରହ୍ମପୁର ସହର। ସହରର ଏକାଧିକ ସାହି ଓ ବସ୍ତିରେ ପାଣି ପଶିଥିବା ବେଳେ, ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଗଜପତିନଗର, ନୀଳାଞ୍ଚଳ ନଗର, କୌତିକି ନଗର, ଭକ୍ତ ସାଲବେଗ ନଗରଠାରୁ ଆରମ୍ଭ କରି ପୁରୁଣା ବ୍ରହ୍ମପୁର ଓ ଫାଷ୍ଟଗେଟ୍ ଅଞ୍ଚଳରେ ବନ୍ୟା ଜଳର ପ୍ରଭାବ ଦେଖିବାକୁ ମିଳିଛି। ସେପଟେ ବାହୁଦା ନଦୀର ଜଳପ୍ରବାହ ଯୋଗୁଁ ବ୍ରହ୍ମପୁର-ବିଶାଖାପାଟଣା ଜାତୀୟ ରାଜପଥରେ ଯାତାୟାତ ବନ୍ଦ ହୋଇଥିବା ବେଳେ, ହଜାର ହଜାର ଟ୍ରକ୍ ରାସ୍ତାରେ ଅଟକି ରହିଛି। ଅନ୍ୟପଟେ ପାତ୍ରପୁରରେ ମୁଖ୍ୟ ରାସ୍ତା ଧୋଇଯିବା ସହ ମା’ ବାଳକୁମାରୀ ଗେଟ୍ ନିକଟରେ ମାଟି ଅତଡ଼ା ଖସିବା ଘଟଣା ଚିନ୍ତା ବଢ଼ାଇଛି। ଏଭଳି ସଙ୍କଟଜନକ ପରିସ୍ଥିତି ମଧ୍ୟରେ ଭଞ୍ଜନଗର ଧୁଡୁଆଠାରେ ପ୍ରଖର ଜଳସ୍ରୋତରେ ଫସିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଉଦ୍ଧାର କରିଛି। ଗଞ୍ଜାମ ଜିଲ୍ଲାରେ ବନ୍ୟାର ଏହି ଭୟାବହ ଚିତ୍ର ଏବେ ଜନଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି।
ବ୍ରହ୍ମପୁର ସହରରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି। ସହରର ଏକାଧିକ ସାହିରେ ଜଳମଗ୍ନ ପରିସ୍ଥିତି । ଗଜପତିନଗର, ନୀଳାଞ୍ଚଳ ନଗର, କୌତିକି ନଗର, ଭକ୍ତ ସାଲବେଗ ନଗର, ପୁରୁଣା ବ୍ରହ୍ମପୁର ଅଞ୍ଚଳ, ଫାଷ୍ଟଗେଟର କିଛି ଘରେ ପାଣି ପଶିଛି । କେଉଁଠି କେଉଁଠି ଘର ମୁହଁରେ ପାଣି ଦେଖିବାକୁ ମିଳିଛି। ବ୍ରହ୍ମପୁର -ବିଶାଖାପାଟଣା ଜାତୀୟ ରାଜପଥ ବନ୍ଦ ରହିଛି । ଓଡିଶାରୁ ଆନ୍ଧ୍ରପ୍ରଦେଶକୁ ରାସ୍ତା ବନ୍ଦ ରହିଛି । ବାହୁଦା ନଦୀର ବନ୍ୟା ଜଳ ଗଭିର ଭାବେ ପ୍ରଭାବିତ ହେଉଛି । ଆନ୍ଧ୍ର ସୀମାନ୍ତ ରୁ ବ୍ରହ୍ମପୁର ଯାଏଁ ହଜାର ହଜାର ଟ୍ରକ ରାସ୍ତା ଉପରେ ଛିଡା ହୋଇଛି।
ପାତ୍ରପୁରର କେଲୁଆରୁ ପଦାଡିଗୀ ମଧ୍ୟରେ ଭାଙ୍ଗିଲା ମୁଖ୍ୟ ରାସ୍ତା । ସମ୍ପୂର୍ଣ୍ଣ ରାସ୍ତା ଧୋଇ ହୋଇଯାଇଛି । 10ଫୁଟ ରୁ ଅଧିକ ବଡ ଘାଇ ସୃଷ୍ଟି ହୋଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବିପଦ ସଂକୁଳ ଅବସ୍ଥାରେ ମା ବାଳକୁମାରୀ ଗେଟ । ପାହାଡ଼ ଉପରୁ ଆସି ଗେଟ ପାଖ ମାଟି ଅତଡ଼ା ଖସି ପଡିଛି। ବ୍ରହ୍ମପୁର ର ବ୍ରହ୍ମାପଲ୍ଲୀ ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ। ରାୟଗଡ଼ା ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଯାତାୟାତ ସମ୍ପୁର୍ଣ୍ଣ ଠପ ହୋଇଯାଇଛି।
ସେପଟେ ବନ୍ୟାର ପ୍ରଖର ଜଳସ୍ରୋତରୁ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଗଞ୍ଜାମ ଭଞ୍ଜନଗର ଅଞ୍ଚଳର ଧୁଡୁଆଠାରେ ପ୍ରବଳ ଜଳସ୍ରୋତ ଓ ଜଳମଗ୍ନ ପରିସ୍ଥିତି ଭିତରେ ଫସି ରହିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଆଜି ଜଗନ୍ନାଥପ୍ରସାଦ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ତତ୍ପରତା ଓ ସାହସିକତା ଦେଖାଇ ଏହି ଜୀବନରକ୍ଷାକାରୀ ଉଦ୍ଧାର କାର୍ଯ୍ୟ ସମ୍ପାଦନ କରିଛନ୍ତି । ଅଗ୍ନିଶମ ବାହିନୀର ଏହି ସମୟୋପଯୋଗୀ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories