Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

THAR / ଭୁବନେଶ୍ବରରେ ପୁଣି ଥାର୍ ଟେରର୍। ସନ୍ ରୁଫ୍ ପଟେ ବାହାରି ପାଟିତୁଣ୍ଡ କରୁଥିଲେ

Bikash Mohanty
Browse all articles by Bikash Mohanty
·5 months ago·2 min read
ଭୁବନେଶ୍ବରରେ ପୁଣି ଥାର୍ ଟେରର୍।  ସନ୍ ରୁଫ୍ ପଟେ ବାହାରି ପାଟିତୁଣ୍ଡ କରୁଥିଲେ
THAR TERROR

Key Points

ରାଜଧାନୀ ଭୁବନେଶ୍ବରରେ ପୁଣି ଥାର୍ ଟେରର୍
ସନ୍ ରୁଫ୍ ପଟେ ବାହାରି ପାଟିତୁଣ୍ଡ କରୁଥିଲେ
ଉତ୍ପାତ ବେଳର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ


ରାଜଧାନୀ ଭୁବନେଶ୍ବରରେ ପୁଣି ଥାର୍ ଟେରର୍। ଥାର୍ ନମ୍ବର ପ୍ଲେଟ୍ ରେ ଷ୍ଟିକର୍ ଲଗାଇ ଦେଖାଉ ଥିଲେ ପତିଆରା। ସନ୍ ରୁଫ୍ ପଟେ ବାହାରି ପାଟିତୁଣ୍ଡ କରିବା ସହ ରାସ୍ତାରେ କରୁଥିଲେ ରାସ୍ ଡ୍ରାଇଭିଂ। ଉତ୍ପାତ ବେଳର ଦୃଶ୍ୟ ସୋସିଆଲ ମିଡ଼ିଆରେ ଅପଲୋଡ଼ କଲେ ଯୁବକ। ଓଡ଼ିଶା ପୋଲିସକୁ ଟାଗ୍ କରି ଅସାମାଜିକଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ କଲେ ଅନୁରୋଧ। ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଥର କୁ ପିଛା କରିଥଲେ। ଶେଷରେ ଥାର୍ କୁ ଜବତ୍ କରିବା ସହ ତିନି ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ମଞ୍ଚେଶର ଥାନା ପୋଲିସ।

ଥାର୍ ଆତଙ୍କରେ ଥରହର ରାଜଧାନୀ ଭୁବନେଶ୍ବର । ଆଖି ପିଛୁଳାକେ ମାଡ଼ି ଆସୁଛି ଥାର। ଗତ ୨୧ ତାରିଖରେ ରାଜଧାନୀରେ ଦୁଇ ଦୁଇଟି ଥାର୍ ଦୁର୍ଘଟଣା ସାମ୍ନାକୁ ଆସିଥିଲା। ଗତ ମଙ୍ଗଳବାର ରାତିରେ କ୍ୟାପିଟାଲ ହସ୍ପିଟାଲ ନିକଟରେ ବୁଲେଟ ଆରୋହୀ ତିନି ଯୁବକଙ୍କୁ ଧକ୍କା ଦେଇଛି ଥାର୍। ଘଟଣା ସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ଜବତ କରିଛି ପୋଲିସ। ସିସିଟିଭି ରେ ଥାର ରେ ଥିବା ସମସ୍ତ ଅଭିଯୁକ୍ତ ଙ୍କୁ ଚିହ୍ଟଟ କରିଛି ପୋଲିସ। ଦୁର୍ଘଟଣା କେତେ ଭୟଙ୍କର ତାହା ଏହି ଦୃଶ୍ୟରୁ ଅନୁମାନ କରି ହେଉଛି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ମୃତ ରାଜା ପେଦିନି ଏକ ପାର୍ଲରେ କାମ କରି ପେଟ ପୋଷୁଥିବା ବେଳେ ତାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛି ତାଙ୍କ ପରିବାର।

ସେପଟେ କ୍ୟାପିଟାଲ ହସ୍ପିଟାଲ ଛକ ନିକଟ ଦୁର୍ଘଟଣାକୁ 24 ଘଣ୍ଟା ନପୁରୁଣୁ ଚନ୍ଦକା ଥାନା ଅଞ୍ଚଳରେ ଦୁର୍ଘଟଣା ଘଟାଇଥିଲା ଆଉ ଏକ ଥାର୍। ଦୁଇଟି ଗାଡିକୁ ଅଟକ ରଖିଛି ପୋଲିସ । ତେବେ ବାରମ୍ବାର ଏଭଳି ଦୁର୍ଘଟଣା ଏବେ ପୋଲିସର ମୁଣ୍ଡବିନ୍ଧା ପାଲଟିଛି । ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ଜଗମୋହନ ମୀନା।

ଗଲା ବର୍ଷ ଅଗଷ୍ଟ ମାସରେ ଘଟିଥିବା ଛାତି ଥରା ଥାର୍ ଦୁର୍ଘଟଣା ରାଜଧାନୀ ବାସୀଙ୍କ ମନରୁ ଲିଭିନି। କିଛି ଧନ ନିଶାରେ ଚୂର୍ ମତୁଆଲାଙ୍କ ଲାଗି ଗୋଟେ ପରିବାର ହୋଇଯାଇଥିଲା ଛାରଖାର୍। ସେହିପରି ଏହାର ମାତ୍ର ଦୁଇ ମାସ ପରେ ଏଜି ଛକରୁ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ସିରିଜ ଦୁର୍ଘଟଣା ଘଟାଇ ମାଡି ଯାଇଥିଲା ଥାର୍। ତେବେ ଏହି ଗାଡ଼ି ନିଜ ଫିଚରକୁ ନେଇ ଯେତିକି ଚର୍ଚ୍ଚା ସାଉଣ୍ଟିନି ଦୁର୍ଘଟଣାକୁ ନେଇ ସେତିକି ଖେଳାଇଲାଣି ଚାଞ୍ଚଲ୍ୟ। ଯାହା ଏବେ ରାଜଧାନୀବାସୀଙ୍କ ଚିନ୍ତାର କାରଣ ପାଲଟିଲାଣି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
THAR | Thar Terror Returns in Bhubaneswar: Rash Driving and Sunroof Stunts Shock Commuters | Argus News