Odisha Update / ବଢ଼ିବ ରାଜଧାନୀର କଳେବର, ସାମିଲ ହେବେ ଆଉ ୫୬୦ଟି ଗାଁ

Key Points
ନୂଆ ରୂପ ନେବ ଭୁବନେଶ୍ୱର
କାର୍ଯ୍ୟକାରୀ ହେବ ତୃତୀୟ ସିଟି ଡେଭଲପମେଣ୍ଟ ପ୍ଲାନ୍ ବା CDP
ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ(BDA) ପକ୍ଷରୁ ଟେଣ୍ଡର ଆହ୍ବାନ
ବଢ଼ିବ ରାଜଧାନୀର କଳେବର, ସାମିଲ ହେବେ ଆଉ ୫୬୦ଟି ଗାଁ
ସ୍ମାର୍ଟ ସିଟି ବାସିନ୍ଦାଙ୍କୁ ଅଧିକ ସୁବିଧା ଯୋଗାଇବାକୁ ନିଆଯିବ ଅନେକ ପଦକ୍ଷେପ
ରାଜଧାନୀର ହେବ ନବକଳେବର। ଭୁବନେଶ୍ବର ପାଇଁ ଆସିବ ନୂଆ ସିଟି ଡେଭପଲପମେଣ୍ଟ ପ୍ଲାନ୍ । ୧୯୯୪, ୨୦୧୦ ମସିହା ପରେ ଭୁବନେଶ୍ବର ପାଇଁ ଏହା ହେବ ତୃତୀୟ CDP । ଯାହାର ଉଦ୍ଦେଶ୍ୟ ସହରବାସୀଙ୍କୁ ଅଧିକ ଓ ଉନ୍ନତ ସୁବିଧା ସୁଯୋଗ ଯୋଗାଇ ଦେବା । ନୂଆ ସିଡିପିରେ ସର୍ଭିସ ୟୁଟିଲିଟି ଜୋନ୍, ଶିଳ୍ପାଞ୍ଚଳ, ଜନବସତି, ସେନସିଟିଭ ଜୋନ୍, ଟ୍ରକ ଟର୍ମିନାଲ, ଟ୍ରାନ୍ସପୋର୍ଟ ହବ୍ କେଉଁଠି ଓ କିପରି ରହିବ ସେନେଇ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ । ଗତ ଦୁଇଟି CDPରେ ଯାହା କାର୍ଯ୍ୟକାରୀ ହୋଇପାରିନଥିଲା ତାହା ଏଥର କାର୍ଯ୍ୟକାରୀ କରିବା ଲାଗି ଚେଷ୍ଟା କରିବ BDA । ପ୍ରଶ୍ନ ହେଲା ଗତ ଦୁଇଟି CDPରେ ହୋଇଥିଲା ପ୍ଲାନ୍ କେତେ ସଫଳ ହୋଇଥିଲା। ଇଏ ୧୯୯୪ରେ ଓ୍ଵାପକୋସ(WAPCOS) ସଂସ୍ଥା ପ୍ରସ୍ତୁତ କରିଥିବା ମାନୁଆଲ୍ ସିଟି ଡେଭଲପମେଣ୍ଟ ପ୍ଲାନର ଗେଜେଟ ନୋଟିଫିକେସନ ।
ଏଥିରେ ମାତ୍ର 56ଟି ଗାଁକୁ ସାମିଲ କରାଯାଇଥିଲା। ଡେଲି ମାର୍କେଟ, କଲେଜ, ମଣ୍ଡପ, ରାସ୍ତା ଆଦି ପାଇଁ ପର୍ଯ୍ୟାପ୍ତ ସ୍ଥାନ ଦିଆଯାଇଥିଲା । କିନ୍ତୁ ସେ ଅନୁସାରେ କରାଗଲା ନାହିଁ ସହରର ବିକାଶ। ୨୦୧୦ରେ ପୁଣି ଥରେ ପ୍ରସ୍ତୁତ ହେଲା CDP। ଏଥର IIT ଖଡ଼ଗପୁର ସାଟେଲାଇଟ ଇମେଜକୁ ନେଇ ଡିଜାଇନ ପ୍ରସ୍ତୁତ କଲା। ୨୫୬ଟି ଗାଁକୁ ସାମିଲ କରାଗଲା। ସେହି ଅନୁସାରେ ଭୁବନେଶ୍ବରର ବିକାଶ କରାଗଲା। ଏବେ ଯେଉଁ ନୂଆ CDP ପ୍ରସ୍ତୁତ କରାଯାଇଛି ଏଥିରେ ୫୬୦ଟି ଗାଁକୁ ସାମିଲ କରାଯାଇଛି ।୧୯୯୪ CDPରେ ରାଜଭବନରୁ ନନ୍ଦନକାନନ ରାସ୍ତାକୁ ୨ ଶହ ଫୁଟିଆ କରାଯାଇଥିବା ବେଳେ ୨୦୧୦ ଖଡ଼ଗପୁର ପ୍ଲାନରେ ଏହାକୁ ବଢ଼ାଯାଇନଥିଲା । ବରଂ ଜବରଦଖଲ ହୋଇ ୨ ଶହ ଫୁଟିଆ ରାସ୍ତା ଏବେ ଅନେକ ସ୍ଥାନରେ ସଙ୍କୁଚିତ ।
📱 Get Argus News App
✨VSS ନଗରରୁ ଆପୋଲୋ ହସପିଟାଲକୁ ଯୋଡ଼ିବା ପାଇଁ ଲକ୍ଷ୍ମୀବିହାର ଦେଇ ୪୦ ଫୁଟିଆ ରୋଡ଼ ପ୍ଲାନରେ ଥିଲା । କିନ୍ତୁ 30 ବର୍ଷ ପରେ ବି ଏହି ରାସ୍ତା ହୋଇପାରିନାହିଁ । ଫଳରେ ଏହି ରାସ୍ତାରେ ଅଧିକାଂଶ ସମୟରେ ଅସମ୍ଭବ ଟ୍ରାଫିକ୍ ସମସ୍ୟା। ୨୦୧୦ରେ ଭଗବାନପୁର, କୃଷ୍ଣଶରଣପୁର ଅଞ୍ଚଳକୁ ଶିଳ୍ପାଞ୍ଚଳ ବୋଲି ଦର୍ଶାଯାଇଛି। କିନ୍ତୁ ସେ ଅଞ୍ଚଳରେ ହୋଇନାହିଁ ଗୋଟିଏ ବି ଶିଳ୍ପାନୁଷ୍ଠାନ। ସତ୍ୟବିହାର ଅଞ୍ଚଳ ସମ୍ପୂର୍ଣ ବନ୍ୟା ପ୍ଲାବିତ ହୋଇଥିବା ବେଳେ ଏବେ ସେଠି ସ୍ଥାପନ ହୋଇସାରିଛି ପୁରା କଲୋନୀ। ୨୦୧୦ ସିଡିପିରେ ଥିବା ଏ ସବୁ ଦୋଷ ତ୍ରୁଟି ୨୦୨୫ ନୂଆ ସିଡିପିରେ ସଜଡ଼ା ଯିବ ବୋଲି କହିଛି BDA ।
ଚଣ୍ଡୀଗଡ଼ ଓ ଭୁବନେଶ୍ବର ସିଟି ପ୍ଲାନ୍ ଏକାପ୍ରକାର ହୋଇଥିବା ବେଳେ ଆଜି ଦୁଇ ସିଟି ଭିତରେ ଫରକ ସମସ୍ତେ ଅନୁଭବ କରୁଛନ୍ତି। ସେହିପରି ଲିଙ୍ଗିପୁର, ମହାଭୋଇ ଶାସନ, ବାସୁଆଘାଇ, ଇଟିପୁର ଭଳି ଗାଁକୁ ଏବେ ବି ସେନସିଟିଭ୍ ଏରିଆ ବା ଫ୍ଲଡେଡ୍ ଅଞ୍ଚଳ ବୋଲି ୨୦୧୦ ସିଡିପିରେ ଦର୍ଶାଯାଇଛି । ଏବେ ସେହି ଅଞ୍ଚଳରେ ହଜାର ହଜାର ଘର ଓ ଦୋକାନ ତିଆରି ହୋଇସାରିଛି । ଏହି ଅଞ୍ଚଳରେ ଜମିର କିସମ ପରିବର୍ତ୍ତନ ପାଇଁ ଲୋକେ ବାରମ୍ବାର ଦାବି କରିଛନ୍ତି, କିନ୍ତୁ ତାହା ହୋଇନଥିବାରୁ ବଢ଼ିଚାଲିଛି ବେଆଇନ ନିର୍ମାଣ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories