Videos
|
Odisha

Bird counting / ପକ୍ଷୀ ଗଣନା ଆରମ୍ଭ

Bikash Mohanty
Browse all articles by Bikash Mohanty
·8 months ago·3 min read
 ପକ୍ଷୀ ଗଣନା ଆରମ୍ଭ
Bird Counting

Key Points

ଆରମ୍ଭ ହେଲା ପକ୍ଷୀ ଗଣନା
ଚିଲିକା, ହୀରାକୁଦ, ଶିମିଳିପାଳ, ଗହୀରମଥା, ମହାକାଳପଡ଼ାରେ ଚାଲିଛି ଗଣନା  

୫ଟି ରେଞ୍ଜ ପାଇଁ ୨୨ଟି ଟିମ୍ ନିୟୋଜିତ


ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା । ଏଥିପାଇଁ ସମଗ୍ର ଚିଲିକାରେ ୨୨ଟି ଟିମ୍ ନିୟୋଜିତ ହୋଇଛନ୍ତି । ଭାରତୀୟ ବନ ବିଭାଗର ବରିଷ୍ଠ ଅଧିକାରୀ ଓ ଓଡ଼ିଶା ଜୈବ ବିବିଧତା ବୋର୍ଡର ବୈଜ୍ଞାନିକ ସାମିଲ ଅଛନ୍ତି । ବାଇନା କୁଲାର, କ୍ୟାମେରା ଏବଂ ଜିପିଏସ ସାହାଯ୍ୟରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ସକାଳ ୬ ଟାରୁ ଆରମ୍ଭ ହୋଇ ଦିନ ୧୨ ଟା ପର୍ଯ୍ୟନ୍ତ ଚାଲିବ ଗଣନା । ଚିଲିକାର ବିଭିନ୍ନ ସ୍ଥାନକୁ ପକ୍ଷୀ ବିଶାରଦମାନେ ଘୁରି ବୁଲି ଗଣନା କରୁଛନ୍ତି । ପ୍ରତ୍ୟେକ ଟିମରେ ୩ ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ସମଗ୍ର ଚିଲିକାରେ ୧୩୦ ଜଣ ସଦସ୍ୟ ଚିଲିକାରେ ପକ୍ଷୀ ଗଣିବା ପାଇଁ ବିଭିନ୍ନ ସ୍ଥାନରେ ଘୁରି ବୁଲୁଛନ୍ତି ।

ଚଳିତ ବର୍ଷ ବର୍ଷ ଶୀତର ପକୋପ ଅଧିକ ଥିବାରୁ ଚିଲିକାରେ ବିଦେଶୀ ପକ୍ଷୀ ମାନଙ୍କ ସଂଖ୍ୟା ବଢିବା ନେଇ ଆଶା କରାଯାଉଛି। ସାତପଡା ରେ -୪ ଟି ଟିମ୍ , ଟାଙ୍ଗୀ -୮ ଟି ଟିମ୍, ବାଲୁଗାଁ -7 ଟି , ରମ୍ଭା -୨ ଟି, ଚିଲିକା ନୂଆପଡ଼ା ରେ -୧ ଟି ଟିମ୍ ଲେଖାଏଁ ଟିମ୍ ନିଓଜିତ ହୋଇଛନ୍ତି । ଏପରିକି ଚିଲିକା ରେ ୨୨ ଟି ଟିମ୍ ପକ୍ଷୀ ଗଣିବା ପାଇଁ ଘୁରି ବୁଲୁଛନ୍ତି। ଗତବର୍ଷ ୧୧ଲକ୍ଷ ୨୭ ହଜାର ୨୨୮ ଟି ପକ୍ଷୀ ଥିବା ବେଳେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା କେତେ ଅଛନ୍ତି, ଗଣନା ରିପୋର୍ଟ ପରେ ଜଣାପଡିବ । ରାଜ୍ୟର ମୁଖ୍ୟତଃ ହୀରାକୁଦ, ଶିମିଳିପାଳ, କନିକା, ରାଜନଗର, ଗହୀରମଥା, ମହାକାଳପଡ଼ା ଓ କୁଜଙ୍ଗ ଏହି ୫ଟି ରେଞ୍ଜରେ ଏହି ଗ ଗଣନା କାର୍ଯ୍ୟ ହେଉଛି।

ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାର ଶିମିଳିପାଳ ଓ ଆଖପାଖ ଅଞ୍ଚଳର ବନଖଣ୍ଡ ଗୁଡ଼ିକରେ ଆରମ୍ଭ ହୋଇଛି। ପକ୍ଷୀ ଗଣନା । ଶିମିଳିପାଳ ଅଭୟାରଣ୍ୟ ତଥା ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡ ଅଧିନରେ ଥିବା ବିଭିନ୍ନ ଜଳଭଣ୍ଡାର ସହ ଆଦ୍ରଭୂମିର ସହ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଏହି ପକ୍ଷୀ ଗଣନା କାର୍ଯ୍ୟ ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାରିପଦା ବନଖଣ୍ଡ ଅନ୍ତର୍ଗତ ୭ଗୋଟି ରେଞ୍ଜର ୪୬ ଗୋଟି ଆର୍ଦ୍ର ଭୂମିରେ ପକ୍ଷୀ ଗଣନା କରାଯିବ। ମାଟି ଆଡି ବନ୍ଧ ଜମ୍ଭିର ଡ୍ୟାମରେ ମଧ୍ୟ ବିଦେଶୀ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବିଦେଶି ପକ୍ଷୀଙ୍କ ଆଗମନ ହେଇଛି ।

ହୀରାକୁଦ ଜଳଭଣ୍ତାରରେ ମଧ୍ୟ ହୋଇଛି ପକ୍ଷୀଗଣନା । ଜଳଭଣ୍ତାର ୨୧ ଟି ସେକ୍ଟରରେ ୩୨ ଟି ଡଙ୍ଗାରେ ପକ୍ଷୀଗଣଣା କରୁଛନ୍ତି । ପକ୍ଷୀଗଣନାରେ ମୋଟ ୯୨ ଜଣ ସଦସ୍ୟ ଥିବା ବେଳେ ୭୦ ଜଣ ବିଶେଷଜ୍ଞ ସାମିଲ ରହିଛନ୍ତି। ପକ୍ଷୀଗଣନା କାରୀ ମାନେ ବାଇନାକୁଲାର, କ୍ଯାମେରା ସହ ଅନେକ ଅତ୍ୟଧୁନିକ ସାମଗ୍ରୀରେ ଗଣନା କରିବେ । ଚଳିତ ବର୍ଷ ପ୍ରଥମ ଥର କଲେଜ ଛାତ୍ରଛାତୀ ମାନେ ପକ୍ଷୀଗଣନାରେ ସାମିଲ ହୋଇଛନ୍ତି । ଏଥିପାଇ ପୁର୍ଵରୁ ତାଙ୍କୁ ତାଲିମ ଦିଆଯାଇଛି । ସକାଳ ୫ ଟା ରୁ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ଯାଏ ଚାଲିବ । ଜଳଭଣ୍ତାର ୫୫୦ ବର୍ଗ କିଲୋମିଟରରେ ଏହି ପକ୍ଷୀ ଗଣନା ହେବ । ଏଥିପାଇ ସମ୍ବଲପୁର, ବରଗଡ ଓ ଝାରସୁଗୁଡା ଅଂଚଳରୁ ପକ୍ଷୀଗଣନା ପାଇ ସ୍ବତନ୍ତ୍ର ଡଙ୍ଗା ସାହାର୍ଯ୍ୟରେ ବାହାରିଛନ୍ତି ।"ତେଵେ ଚଲିତ ବର୍ଷ ପକ୍ଷୀ ପ୍ରଜାତୀ ଓ ପକ୍ଷୀ ସଂଖ୍ୟା ବୁଦ୍ଧି ପାଇଥିବା ଆଶଙ୍କା କରାଯାଉଛି" କହିଛନ୍ତି ହୀରାକୁଦ ଓ୍ଵାଇଲ୍ଡ ଲାଇଭ ଡିଏଫଓ ଅଂଶୁପ୍ରଜ୍ଞା ଦାସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେନ୍ଦ୍ରାପଡ଼ା ରାଜନଗର ଭିତରକନିକା ସଂଲଗ୍ନ ଅଂଚଳ ରେ ବିଦେଶୀ ପକ୍ଷୀ ଗଣନା ଆଜି ଠାରୁ ଆରମ୍ଭ ହୋଇଛି। l 5 ଟି ରେଞ୍ଜରେ ହେବାକୁ ଥିବା ଏହି ଗଣନା କାର୍ଯ୍ୟ ରେ ରାଜନଗର ବନଖଣ୍ଡ ଅଧୀନରେ 18 ଟି ଟିମ୍ ଗଠନ କରାଯାଇଛି | ପ୍ରତି ଟିମ ରେ 4ରୁ 5ଜଣ ଲେଖାଏଁ ସଦସ୍ୟ ସାମିଲ ହୋଇଛନ୍ତି l ଭିତରକନିକା ଅଂଚଳ ର ମଠଆଡିଆ, ଲକ୍ଷ୍ମୀପ୍ରସାଦଡିଆ, ଦୂର୍ଗାପ୍ରସାଦଡିଆ ଓ ବାଲିଡିଆ ଅଂଚଳ ରେ ବିଦେଶୀ ପକ୍ଷୀଙ୍କ ଗଣନା କରାଯିବ l ଏହି ବର୍ଷ ଶୀତ ଅଧିକ ଥିବାରୁ ପୂର୍ବ ବର୍ଷ ଅପେକ୍ଷା ବିଭିନ୍ନ ପ୍ରଜାତି ର ଅଧିକ ସଂଖ୍ୟକ ପକ୍ଷୀ ଭିତରକନିକା ଆସିଥିବାର ପୂର୍ବ ଅନୁମାନ କରାଯାଇଛି l

Related Topics

Explore more stories