Black Suv Stunt / ଥାନା ସାମ୍ନାରେ ଯୁବକ ମାନଙ୍କର ବିପଦପୂର୍ଣ୍ଣ ଷ୍ଟଣ୍ଟ
·5 months ago·2 min read

Key Points
ରାଜଧାନୀରେ କଳା ସ୍କୋର୍ପିଅ ଆତଙ୍କ
ସାଇବର ଥାନା ସାମ୍ନାରେ ଯୁବକ ମାନଙ୍କର ବିପଦପୂର୍ଣ୍ଣ ଷ୍ଟଣ୍ଟ
ପୋଲିସ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି।

ଥାର ପରେ ଏବେ ରାଜଧାନୀରେ କଳା ସ୍କୋର୍ପିଅ ଆତଙ୍କ। ସାଇବର ଥାନା ସାମ୍ନାରେ ଯୁବକ ମାନଙ୍କର ବିପଦପୂର୍ଣ୍ଣ ଷ୍ଟଣ୍ଟ। ପଡିଆରେ ଧୂଳି ଗାଡି ଭିତରେ ଧୂଆଁ ଛାଡି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ । ଏଭଳି ଘଟଣା ଘଟିଛି VSS ନଗର ସ୍ଥିତ ସାଇବର ଥାନା ସମ୍ମୁଖରେ ଟିକେ ଭଲ କରି ନଜର ପକାନ୍ତୁ ଏହି ଦୃଶ୍ୟ କୁ ସୋସିଆଲ ମିଡିଆରେ ଭାଇଗିରି ଦେଖାଇବା ପାଇଁ ସିଗାରେଟ ଟାଣି ଉପରକୁ ଧୂଆଁ ଛାଡ଼ୁଛନ୍ତି। କଳା ସ୍କୋର୍ପୀୟ ରେ ଷ୍ଟଣ୍ଟ ମାରୁଛନ୍ତି। ଏହା ଦେଖି ଖୋଦ ପୋଲିସ ଛାନିଆ। ଖୋଦ ଥାନା ସାମ୍ନା ରେ ଏଭଳି ଦୃଶ୍ୟ ପରେ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି।
ଅମାନିଆ ଯୁବକଙ୍କ ଆତଙ୍କରେ ଥରହର ରାଜଧାନୀ ଭୁବନେଶ୍ବର । ଆଖି ପିଛୁଳାକେ ମାଡ଼ି ଆସୁଛି ଗାଡ଼ି। ଗତ ୨୧ ତାରିଖରେ ରାଜଧାନୀରେ ଦୁଇ ଦୁଇଟି ଥାର୍ ଦୁର୍ଘଟଣା ସାମ୍ନାକୁ ଆସିଥିଲା। ଗତ ମଙ୍ଗଳବାର ରାତିରେ କ୍ୟାପିଟାଲ ହସ୍ପିଟାଲ ନିକଟରେ ବୁଲେଟ ଆରୋହୀ ତିନି ଯୁବକଙ୍କୁ ଧକ୍କା ଦେଇଛି ଥାର୍। ଘଟଣା ସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ଜବତ କରିଛି ପୋଲିସ। ସିସିଟିଭି ରେ ଥାର ରେ ଥିବା ସମସ୍ତ ଅଭିଯୁକ୍ତ ଙ୍କୁ ଚିହ୍ଟଟ କରିଛି ପୋଲିସ। ଦୁର୍ଘଟଣା କେତେ ଭୟଙ୍କର ତାହା ଏହି ଦୃଶ୍ୟରୁ ଅନୁମାନ କରି ହେଉଛି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ମୃତ ରାଜା ପେଦିନି ଏକ ପାର୍ଲରେ କାମ କରି ପେଟ ପୋଷୁଥିବା ବେଳେ ତାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛି ତାଙ୍କ ପରିବାର।
ଚନ୍ଦକା ଥାନା ଅଞ୍ଚଳରେ ଦୁର୍ଘଟଣା ଘଟାଇଥିଲା ଆଉ ଏକ ଥାର୍। ଗାଡିକୁ ଅଟକ ରଖିଛି ପୋଲିସ । ତେବେ ବାରମ୍ବାର ଏଭଳି ଦୁର୍ଘଟଣା ଏବେ ପୋଲିସର ମୁଣ୍ଡବିନ୍ଧା ପାଲଟିଛି । ଗତ କିଛି ଦିନ ତଳେ ଛାତି ଥରା ଦୁର୍ଘଟଣା ରାଜଧାନୀ ବାସୀଙ୍କ ମନରୁ ଲିଭିନି। କିଛି ଧନ ନିଶାରେ ଚୂର୍ ମତୁଆଲାଙ୍କ ଲାଗି ଗୋଟେ ପରିବାର ହୋଇଯାଇଥିଲା ଛାରଖାର୍। ସେହିପରି ଏହାର ମାତ୍ର ଦୁଇ ମାସ ପରେ ଏଜି ଛକରୁ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ସିରିଜ ଦୁର୍ଘଟଣା ଘଟାଇ ମାଡି ଯାଇଥିଲା ଥାର୍। ତେବେ ଏହି ଗାଡ଼ି ନିଜ ଫିଚରକୁ ନେଇ ଯେତିକି ଚର୍ଚ୍ଚା ସାଉଣ୍ଟିନି ଦୁର୍ଘଟଣାକୁ ନେଇ ସେତିକି ଖେଳାଇଲାଣି ଚାଞ୍ଚଲ୍ୟ। ଯାହା ଏବେ ରାଜଧାନୀବାସୀଙ୍କ ଚିନ୍ତାର କାରଣ ପାଲଟିଲାଣି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories