ସିସିଟିଭିରେ କଏଦ ହେଲା ଦୃଶ୍ୟ, ୫ଟି ମନ୍ଦିରରୁ ମା'ଙ୍କ ମୂର୍ତ୍ତି ସହ ଟଙ୍କା ଚୋରି
·1 year ago·1 min read

ନୟାଗଡ ଜ଼ିଲ୍ଲାରେ ୨ ମାସ ମଧ୍ୟରେ ୫ଟି ମନ୍ଦିରରୁ ଚୋରି ହୋଇଛି। ଚୋରକୁ ଧରିବା ପାଇଁ ୪ ଟି ଟିମ ଗଠନ କରାଯାଇଛି। ପ୍ରଥମେ ଇଟାମାଟି ଥାନା ବଡପଣ୍ଡୁସର ଉଗ୍ରେଶ୍ୱର ମହାଦେବ ମନ୍ଦିରରୁ ରୁପା ମୂର୍ତ୍ତି ଓ ଟଙ୍କା ଚୋରି ହୋଇଥିଲା। ପରେ ଓଡଗାଁ ଥାନା ଦୁତୁକେସ୍ୱର ମହାଦେବ ମନ୍ଦିରରୁ ଚୋରି ହୋଇଥିଲା। ଏହାପରେ ପରେ ନୂଆଗାଁ ଥାନା ଲୁଣିସରାର ଗୋପୀନାଥ ମନ୍ଦିର, ନୟାଗଡ ପୁରୁଣା ସହର ଜଗନ୍ନାଥ ମନ୍ଦିର ଓ ଗୋପୀନାଥ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଚୋରି ହୋଇଥିଲା। ଏସବୁ ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଥିଲା ।
ଏଥିସହ କବାଟ ତାଡିବାର ଦୃଶ୍ୟ ମଧ୍ୟ କଏଦ କରିଥିଲା ସିସିଟିଭି । ପୁରୁଣା ସହର ଦକ୍ଷିଣକାଳୀ ମନ୍ଦିରରୁ ଚୋର ଚୋରି କରିବା ଉଦ୍ୟମ ସମୟରେ ରେ ସିକୁରିଟି ଥିବାରୁ ଚୋରି କରିପାରିନଥିଲା। ନୟାଗଡ ଜ଼ିଲ୍ଲା ପୋଲିସ ଚୋର ଚୋରି କରୁଥିବା ସମୟର ସିସିଟିଭିକୁ ଜାରି କରିଛି। ଖୁବ ଶୀଘ୍ର ଚୋରକୁ ଧରାଯିବ ବୋଲି ନୟାଗଡ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: