ଆଜି ମଧ୍ୟ ପୁଣି ଥରେ କିଟ୍ ଯାଇପାରନ୍ତି NHRC ଟିମ?

ଆଜି ମଧ୍ୟ ପୁଣି ଥରେ କିଟ୍ ଯାଇପାରନ୍ତି NHRC ଟିମ । ଗତକାଲି NHRC ଟିମ୍ KIITରେ ତନାଘନା କରିଥିଲେ। ଗତକାଲି ରାଜ୍ୟ ଅତିଥି ଭବନରେ NHRC ବୈଠକ ବସିଥିଲା। ଭୁବନେଶ୍ୱର କିଟ୍ ବିଶ୍ଵ ବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଏହି ବୈଠକ ହୋଇଥିଲା । NHRC ରେଜିଷ୍ଟ୍ରାର ଯୋଗେନ୍ଦ୍ର ସିଂ ନେଇଛନ୍ତି ରିପୋର୍ଟ । ମାମଲା ନେଇ କିଟରେ ବିବାଦୀୟ ଅଧ୍ୟାପିକାଙ୍କୁ ପଚରା ଉଚରା ପରେ ରାଜ୍ୟ ଅତିଥି ଭବନରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ବୈଠକରେ ପୋଲିସ କମିଶନର ଓ ଭୁବନେଶ୍ବର ଡିସିପି ଜଗମୋହନ ମୀନା ଯୋଗ ଦେଇଛନ୍ତି। କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, ତଦନ୍ତରେ କମିସନରେଟ ପୋଲିସ ସମସ୍ତ ପ୍ରକାର ସହଯୋଗ କରିବ ।
ସେଥିପାଇଁ NHRC ଟିମଙ୍କୁ ସ୍ୱତନ୍ତ୍ର ଅଧିକାରୀ ଦିଆଯାଇଛି । ଯାହା ଯାହା ତଥ୍ୟ ପ୍ରମାଣ ମାଗିଛନ୍ତି ସବୁ ଦିଆଯାଇଛି । ଗତକାଲି ଯୋଗେନ୍ଦ୍ର ସିଂଙ୍କ ନେତୃତ୍ୱରେ 2 ଜଣିଆ ଟିମ୍ ଆଗରେ ହାଜର ହୋଇଥିଲେ କିଟ୍ ର ୨ ଜଣ ବିବାଦୀୟ ମହିଳା ଅଧିକାରୀ...ଜୟନ୍ତୀ ନାଥ ଓ ମଞ୍ଜୁସା ପାଣ୍ଡେ ଛାତ୍ରୀଙ୍କ ଉପରେ ଦାଦାଗିରି କରିଥିଲେ...କେଉଁ ପରିସ୍ଥିତିରେ ନେପାଳୀ ଛାତ୍ରୀ ପ୍ରାଣ ହରାଇଲେ ସେ ବାବଦରେ ଟିମ୍ ପଚରାଉଚରା କରିଛି