Videos
|
Odisha

ବିବାଦରେ ପଡୁନି ଯବନିକା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ବିବାଦରେ ପଡୁନି ଯବନିକା

Key Points

ଯାତ୍ରାପ୍ରେମୀଙ୍କ ତୁଣ୍ଡରେ ମଞ୍ଚ ପଛର ସତ

ବିବାଦରେ ପଡୁନି ଯବନିକା

ଜିଦାଜିଦ୍‌ରେ ମହଙ୍ଗା ହେଉଛି ଯାତ୍ରା ଟିକେଟ୍‌

ନାଁକୁ ଏଗ୍ରୀମେଣ୍ଟ, ଟଙ୍କା ଯୁଆଡ଼େ କଳାକାର ସିଆଡ଼େ

ଦେବାଳିଆ କମିଟି, କ୍ଷତିରେ ଦର୍ଶକ

ସମାଧାନ ପରେ ବି ଥମୁନି ଯାତ୍ରା କଳାକାର ପୀୟୂଷଙ୍କୁ ନେଇ ଲାଗିଥିବା ବିବାଦ। ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର। ଘରୋଇ ଟିଭି ଚ୍ୟାନେଲ ଷ୍ଟୁଡିଓରେ ଫୈସଲା ପରେ ବି ଫାଇନାଲ ହେଇ ପାରୁନି ୨୦୨୫- ୨୬ ବର୍ଷରେ କୁଆଡ଼େ ଯିବେ ପୀୟୂଷ । ପାଢ଼ୀ ବାବୁଙ୍କ ସିଂହବାହିନୀ ଯିବେ ନା ପୂର୍ବ ଚୁକ୍ତି ଅନୁସାରେ ସୂର୍ଯ୍ୟ ମନ୍ଦିରରେ ଅଭିନୟ ଜାରି ରଖିବେ ତାକୁ ନେଇ ଦ୍ବନ୍ଦରେ ଦର୍ଶକ।


ନିର୍ଦ୍ଧିଷ୍ଟ ଏକ ବିତର୍କରେ ଉଭୟ ପକ୍ଷଙ୍କ ଉପସ୍ଥିତିରେ ମାମଲା ରଫାଦଫା ହେବା ନେଇ ପୀୟୂଷ ପ୍ରତିକ୍ରିୟା ଦେଇ ଘଟଣାରେ ପୂର୍ଣ୍ଣଛେଦ ଟାଣିଥିଲେ । ୨୦୨୫ - ୨୬ ବର୍ଷରେ ସେ ସିଂହବାହିନୀ ଯିବେ ବୋଲି ଗଣମାଧ୍ୟମ ଆଗରେ ଘୋଷଣା ବି କଲେ। ସମସ୍ତେ ଭାବିଲେ ହେଇଗଲା ସମାଧାନ ହଟିଲା ସସ୍ପେନ୍ସ। ସିହବାହିନୀ ମଙ୍ଗ ଧରିବେ ପୀୟୁଷ। ହେଲେ ମାତ୍ର କେଇ ଘଣ୍ଟାର ବିରତି ପରେ ନୂଆମୋଡ ନେଇଛି ବିବାଦ। ସୂର୍ଯ୍ୟ ମନ୍ଦିର ମୁଖ୍ୟ ପରିଚାଳକ ବଙ୍କିମ ସ୍ୱାଇଁଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ପରେ ରିଓପନ ହୋଇଛି ଚାପ୍ଟର।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚଂଚକତାରେ ଫସିଗଲେ ପୀୟୁଷ, ଷଡଯନ୍ତ୍ରର ପଶାପାଲିରେ ହେଲେ ମୋହରା। ଏମିତି କିଛି ଅଭିଯୋଗ ଆଣି ଟାର୍ଗେଟ କରିଛନ୍ତି ସିଂହବାହିନୀ ମାଲିକ ସଂଜୀବ ପାଢୀଙ୍କୁ। ସାମ୍ନାକୁ ଆସିଛି କଳାକାର କିଣାବିକାର ଭିତିରି କଥା। କେମିତି ଜଣେ ଲୋକପ୍ରିୟ କଳାକାରଙ୍କୁ ନିଜ ପାର୍ଟିକୁ ନେବା ପାଇଁ ମାଲିକମାନେ ରାତାରାତି ଲକ୍ଷ ଦରମା ବୃଦ୍ଧି କରନ୍ତି ତାର ପେଡି ଖୋଲିଛି ଏହି ପୋଷ୍ଟ। ବ୍ୟାନର ଆଟିଷ୍ଟ୍‌ ନିଜ ପାର୍ଟିକୁ ନେବାକୁ ଚାଲିଛି ଅଦୃଶ୍ୟ ନିଲାମ। ଖାଲି ଆକାଉଣ୍ଟରେ ହେଉନି ନେଣଦେଣ କ୍ୟାସରେ ହେଉଛି ଲକ୍ଷଲକ୍ଷ ଟଙ୍କା କାରବାର। ଭଲ କରି ନଜର ପକାନ୍ତୁ ବଙ୍କିମ୍ ସ୍ବାଇଁ କରିଥିବା ଫେସବୁକ୍ ପୋଷ୍ଟର ଏହି ଲେଖା ଉପରେ। ସୂର୍ଯ୍ୟ ମନ୍ଦିର ମ୍ୟାନେଜର ବଙ୍କିମ୍ ସ୍ବାଇଁ ଲେଖିଛନ୍ତି -


ପୀୟୁଷ ଆସନ୍ତା ବର୍ଷ ସୂର୍ଯ୍ୟ ମନ୍ଦିର ରେ ଅଭିନୟ ଜାରି ରଖିବେ ବୋଲି ସାମାଜିକ ଗଣ ମାଧ୍ୟମରେ ସେପ୍ଟେମ୍ବର ମାସରେ ଘୋଷଣା କଲା ପରେ ବି ମୋଟା ଅଙ୍କର ଦରମା ଲୋଭ ଦେଖାଇ ଫରଚୁନର ଗାଡିସହ କୋଡ଼ିଏ ଲକ୍ଷ ଟଙ୍କା ଦେଲେ, କିନ୍ତୁ ଡିସେମ୍ବର ୨୪ ରେ ଟଙ୍କା ସହ ଗାଡି ନେଇ ଆମ କ୍ୟାସିୟର ସରୋଜବାବୁ ତାଙ୍କ ପାଖରେ ପହଞ୍ଚିବା ପରେ, ପରିଚୟ ପାଇ ତାଙ୍କୁ ତାତ୍ସଲ୍ୟ କରି ଗେଟ୍ ବାହାରକୁ ବାହାର କରି ଦେଇଥିଲେ


ପୁଣି ପୀୟୁଷଏବଂ ଆମ ସଂସ୍ଥା ର କିଛି ସହ କଳାକାର ଙ୍କୁ ପାଂଚ ଟଙ୍କା ଦରମା ସ୍ଥଳେ ପଚିଶ ଟଙ୍କା ଦରମା ବଢେଇ ଜାନୁଆରୀ ୨୫ ତାରିଖରେ ପୁନଶ୍ଚ ପିଉଷ କୁ ପଞ୍ଚାବନ ଲକ୍ଷ, କ୍ଷିତିଶ କୁ ଦଶ ଲକ୍ଷ,ବବୁଲ ପିଙ୍କି କୁ ଦଶ ଲକ୍ଷ ଦେଲେ। କିନ୍ତୁ ୟା ପୂର୍ବରୁ ଆମେ କ୍ଷିତିଶ,ବବୁଲ, ପିଙ୍କି, ଙ୍କୁ ଉଚ୍ଚ ଦରମା ହାରରେ ଯାହା ସିଂହବାହିନୀ କରିଥିଲା, ବାଧ୍ୟହୋଇ ସେଇ ହାରରେ ନିରୁପାୟ ଭାବରେ ଚୁକ୍ତି କରି ଅଗ୍ରୀମ ଦେଇଛୁ


ବଂକିମ ସ୍ୱାଇଁଙ୍କ ଅଭିଯୋଗ ପରେ ସାଧାରଣରେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା। ଦରଦାମ ବୃଦ୍ଧି ପାଇଁ ଯାତ୍ରା ଟିକେଟ୍ ବଢୁନି ବରଂ ମାଲିକଙ୍କ ଜିଦ୍ ପାଇଁ ଅମୂଲମୁଲ ହେଉଛି ଯାତ୍ରା ଟିକେଟ୍। ମାଲିକ ମାଲିକଙ୍କ ମଧ୍ୟରେ ସମନ୍ବୟର ଅଭାବ ପାଇଁ ରାତାରାତି ବଢିଯାଉଛି କଳାକାରଙ୍କ ଦରମା। ୧୦୦ ଟଙ୍କିଆ ଟିକେଟ୍ ହେଇ ଯାଉଛି ୩୦୦ ଟଙ୍କା। ମେଳା ମହୋତ୍ସବରେ ଯାତ୍ରା ଟିକେଟ୍‌ କିଣିବା ସମ୍ଭବ ନହେବାରୁ ଯାତ୍ରାରୁ ମୁହଁ ଫେରାଉଛନ୍ତି ବହୁ ଯାତ୍ରାପ୍ରେମୀ

Controversy over Jatra actor Piyush | Argus News