Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

AI ଟେକ୍ନୋଲୋଜି ଓ ସିସିଟିଭି ସର୍ଭିଲାନ୍ସ ଜରିଆରେ ହେବ ଭିଡ଼ ନିୟନ୍ତ୍ରଣ

Rashmita Mishra
Browse all articles by Rashmita Mishra
·1 year ago·2 min read
AI ଟେକ୍ନୋଲୋଜି ଓ ସିସିଟିଭି ସର୍ଭିଲାନ୍ସ ଜରିଆରେ ହେବ ଭିଡ଼ ନିୟନ୍ତ୍ରଣ

Key Points

ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ ପାଇଁ ମହାକୁମ୍ଭ ରଣନୀତି ଆପଣାଇବ ପ୍ରଶାସନ
AI ଟେକ୍ନୋଲୋଜି ଓ ସିସିଟିଭି ସର୍ଭିଲାନ୍ସ ଜରିଆରେ ହେବ ଭିଡ଼ ନିୟନ୍ତ୍ରଣ
ଏକକ ଆପ୍ ରେ ଭକ୍ତଙ୍କୁ ମିଳିବ ସମସ୍ତ ପ୍ରକାର ସୂଚନା
ଗତବର୍ଷ ତ୍ରୁଟି ସୁଧାରି ଶୃଙ୍ଖଳିତ ରଥଯାତ୍ରା କରିବାକୁ ହୋଇଛି ଯୋଜନା

ପ୍ରୟାଗରାଜ ମହାକୁମ୍ଭକୁ ସଫଳତାର ସହ ପରିଚାଳନା କରି ପ୍ରଶଂସା ସାଉଣ୍ଟିଛନ୍ତି ଉତ୍ତରପ୍ରଦେଶ ସରକାର। ସନାତନର ଆଉ ଏକ ମହାପର୍ବ ପୁରୀ ରଥଯାତ୍ରାରେ ବି ସେହି ରଣନୀତି ଆପଣାଇବାକୁ ଯୋଜନା କରିଛି ଶ୍ରୀମନ୍ଦିର ପ୍ରଶାସନ। ରଥାଯାତ୍ରାକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ସୁଖଦ ଅନୁଭୁତି ଦେବାଲାଗି ଏବେଠାରୁ ଅଣ୍ଟା ଭଡିଛନ୍ତି ରାଜ୍ୟ ସରକାର। ଜୁନ ୨୭ରେ ଅନୁଷ୍ଠିତ ହେବ ଚଳିତ ବର୍ଷର ଘୋଷଯାତ୍ରା। ଏହାକୁ ନେଇ ଏବେଠାରୁ ତତ୍ପର ଶ୍ରୀମନ୍ଦିର ପ୍ରଶାସନ । ଏବର୍ଷ ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରସ୍ତୁତ ହୋଇଛି ଏକକ ଆପ୍ ।ଏହି ଆପ୍ ରେ ନିକଟସ୍ଥ ପାଣି ପଏଣ୍ଟ୍ , ଲଷ୍ଟ୍ ଆଣ୍ଡ ପାଉଣ୍ଡ ପଏଣ୍ଟ, ଫାଷ୍ଟ ଏଡ୍ ସେଣ୍ଟର୍ ଆଦି ଜରୁରୀ ସୂଚନା ଭକ୍ତଙ୍କ ପାଇଁ ଉପଲବ୍ଧ ହେବ । ଚଳିତ ମାସ ଶେଷ ଆଡକୁ ଅନୁଷ୍ଠିତ ହେବ ପ୍ରଥମ ରଥଯାତ୍ରା ସମନ୍ବୟ କମିଟି ବୈଠକ। ଏହା ପୂର୍ବରୁ ସମସ୍ତ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାରୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।


୫୦ ଲକ୍ଷ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ କୁମ୍ଭମେଳା ଭଳି ରଣନୀତି ଆପଣାଇବ ପ୍ରଶାସନ । AI ଟେକ୍ନୋଲୋଜି ସହ, ସିସିଟିଭି ସର୍ଭିଲାନସ ଉପରେ ରହିବ ଫୋକସ୍ । AI ମାଧ୍ୟମରେ ହେବ ଟ୍ରାଫିକ ମନିଟରିଂ । ପାର୍କିଂ ଠାରୁ ରାସ୍ତାରେ ଭିଡ଼ ଯାଏ ସମସ୍ତ ସୂଚନା ଆଗୁଆ ପାଇବେ ଯାତ୍ରୀ । ସେପଟେ ଗତବର୍ଷର ଭୂଲ ସୁଧାରିବା ପାଇଁ ବିଭିନ୍ନ ନିଯୋଗ ପାଇଁ କରାଯାଇଛି ସ୍ଵତନ୍ତ୍ର ବ୍ୟବସ୍ଥାବଳୀ। ରଥ ଉପରେ ସେଲଫି ଓ ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କୁ ଗିରଫ ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟ ବାଡଗ୍ରାହୀ।

ଚଳିତ ବର୍ଷ ଏପ୍ରିଲ ୩୦ ତାରିଖ ଅକ୍ଷୟ ତୃତୀୟା ତିଥିରେ ରଥକାଠ ଅନୁକୂଳ ହେବ, ଜୁନ ୧୧ରେ ଦେବସ୍ନାନ ପୂର୍ଣ୍ଣିମା ପଡୁଥିବା ବେଳେ, ଶ୍ରୀଗୁଣ୍ଡିଚା ଜୁନ ୨୭ରେ ଅନୁଷ୍ଠିତ ହେବ ସେହପିର ସନ୍ଧ୍ୟା ଦର୍ଶନ ଜୁଲାଇ ୪,ବାହୁଡା ଜୁଲାଇ ୫, ସୁନାବେଶ ଜୁଲାଇ ୬, ଅଧରପଣା ଜୁଲାଇ ୭ ଓ ନୀଳାଦ୍ରି ବିଜେ ଜୁଲାଇ ୮ ତାରିଖରେ ଅନୁଷ୍ଠିତ ହେବାର ଅଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Crowd control will be done through AI technology and CCTV surveillance | Argus News