Cuttack / ଏବେ ବି କଡା ସୁରକ୍ଷା ବଳୟରେ କଟକ

Key Points
ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡ଼ା ଚେତାବନୀ
ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ ହେବ
ମସଜିଦରେ ନମାଜ ପାଠ ପୂର୍ବରୁ ପହଁଞ୍ଚିଥିଲେ ଖୋଦ ପୋଲିସ କମିଶନର
ସୋସିଆଲ୍ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡ଼ା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ କମିଶନର । ଏବେ ବି କଡା ସୁରକ୍ଷା ବଳୟରେ ରହିଛି କଟକ । ଦରଘାବଜାର, କଦମରସୁଲ ଓ ହାତିପୋଖରୀ ଅଂଚଳରେ ପଇଁତରା ମାରୁଛି ପୋଲିସ । ଶୁକ୍ରବାର କଦମୀରସୁଲ ପରିସରରେ ଥିବା ମସଜିଦରେ ନମାଜ ପାଠ ପୂର୍ବରୁ ପହଁଞ୍ଚିଥିଲେ ଖୋଦ ପୋଲିସ କମିଶନର ,ଅତିରିକ୍ତ ପୋଲିସ କମିଶନର ଓ ଡିସିପି ।
ଆହୁରି ପଢନ୍ତୁ Curfew In Cuttack / କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ; ଆଇନ୍ ଶୃଙ୍ଖଳା ADG କହିଲେ 'ଚିହ୍ନଟ ହୋଇଛନ୍ତି ହିଂସାକାରୀ'
📱 Get Argus News App
✨ସାମାଜିକ ଗଣମାଧ୍ୟମରେ ଶୋଭାଯାତ୍ରା ବାହାରିବା ନେଇ ଗୁଜବ ସୃଷ୍ଟି ହେଉଥିବାରୁ ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଛକ ଛକରେ ଜଗିଛି ପୋଲିସ । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଗୁଜବକୁ ବିଶ୍ଵାସ ନ କରିବାକୁ ଅପିଲ୍ କରିଛନ୍ତି ପୋଲିସ କମିଶନର । ସହରରେ ଏବେ ସ୍ବାଭାବିକ ରହିଛି ସ୍ଥିତି । ଭଷାଣ ରାତି ଗଣ୍ଡଗୋଳ ପରେ ରାଲିରେ ଉତ୍ତେଜନା ଓ ଗୁଜବକୁ ମିଶାଇ ମୋଟ 30ଜଣ ଗିରଫ ହୋଇଛନ୍ତି। ଯେଉଁମାନେ ସୋସିଆଲ ମିଡ଼ିଆରେ ଅପ ପ୍ରଚାର କରୁଥିବା ଅଭିଭାବକମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସିପି ।
ଆହୁରି ପଢନ୍ତୁ Cuttack Clash / କଟକରେ ଫେରୁଛି ଶାନ୍ତି, ବାହାରୁ ଲୋକ ଆସି କରିଥିଲେ ବିଶୃଙ୍ଖଳା
ସୋସିଆଲ ମେଡିଆରେ ଗୁଜବ କରୁଥିଲେ ଲାଗିବ ଦେଶଦ୍ରୋହ ମାମଲା । ନିଜ ପିଲାଙ୍କୁ ଏହି ସବୁ କାର୍ଯ୍ୟରୁ ନିବୃତ ରଖନ୍ତୁ, ନଚେତ ସେମାନଙ୍କ ଭବିଷ୍ୟତ ଖରାପ ହେବା ସହିତ ଚାକିରି ମିଳିବାରେ ଅସୁବିଧା ହୋଇପାରେ ବୋଲି କହିଛନ୍ତି ସିପି ।
ତେବେ ଦଶହରା ପରେ ମାଆ ଦୁର୍ଗାଙ୍କ ଭସାଣି ବେଳେ ହାତୀ ପୋଖରୀ ଛକରେ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଏହା ପରେ କଟକ ଅଶାନ୍ତ ହୋଇଥିବା ବେଳେ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ କର୍ଫ୍ୟୁ ଲାଗିଥିଲା । ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ଯାଏଁ କର୍ଫ୍ୟୁ ଲାଗିଥିଲା ।
Related Topics
Explore more stories