Sexortion / ଗୋଟିଏ ମେସେଜ ଓ ଗୋଟିଏ ଭିଡିଓ କଲ, କଟକର 72 ବର୍ଷର ବରିଷ୍ଠ ନାଗରିକଙ୍କ ଠାରୁ 88 ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
·5 months ago·2 min read

Key Points
ସୋସିଆଲ୍ ମିଡିଆରେ ଗୋଟିଏ ଭିଡିଓ କଲ
ତା’ପରେ ଆରମ୍ଭ ଏକ ଭୟଙ୍କର ଖେଳ
Sextortionର ଶିକାର କଟକର 72 ବର୍ଷର ବରିଷ୍ଠ ନାଗରିକ
88 ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସୋସିଆଲ୍ ମିଡିଆରେ ଗୋଟିଏ ମେସେଜ ଓ ଗୋଟିଏ ଭିଡିଓ କଲ ତା’ପରେ ଆରମ୍ଭ ଏକ ଭୟଙ୍କର ଖେଳ। Sextortionର ଶିକାର କଟକର 72 ବର୍ଷର ବରିଷ୍ଠ ନାଗରିକ। 88 ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ।
କଟକର ଜଣେ ୭୨ ବର୍ଷୀୟ ଜଣେ ବରିଷ୍ଠ ନାଗରିକଙ୍କ ସହ Sextortionର ଏ ଖେଳ ଯେତିକି ଭୟଙ୍କର ସେତିକି ବିପଜ୍ଜନକ । କଟକର ଜଣେ ବରିଷ୍ଠ ନାଗରିକଙ୍କୁ ଆସିଥିଲା ଏକ WhatsApp ଭିଡିଓ କଲ୍ । ଅନ୍ୟ ପାର୍ଶ୍ୱରେ ଥିଲେ ଜଣେ ବସ୍ତ୍ରହୀନ ମହିଳା । ବରିଷ୍ଠ ନାଗରିକଙ୍କ ସହ ଆପତ୍ତିଜନକ କଥାବାର୍ତ୍ତା କରିଥିଲେ ମହିଳା । ଆଉ ବୃଦ୍ଧଙ୍କ ଅଜାଣତରେ ସେ କଥାବାର୍ତ୍ତାର କରାଯାଉଥିଲା ଗୁପ୍ତ ଭିଡିଓ ରେକର୍ଡିଂ । ଆଉ ତା’ପରେ ତାଙ୍କୁ ଆସିଲା ଧମକ। ଟଙ୍କା ଦିଅ, ନହେଲେ ସୋସିଆଲ ମିଡିଆରେ ଭାଇରାଲ ହେବ ଭିଡିଓ । ଭୟ, ଲଜ୍ଜା ଓ ସମ୍ମାନ ହରାଇବା ଭୟରେ ବାରମ୍ବାର ଟଙ୍କା ଦେଇ ଚାଲିଥିଲେ ବରିଷ୍ଠ ନାଗରିକ । ପୁଣି ଲକ୍ଷେ ଦୁଇ ଲକ୍ଷ ନୁହେଁ ପୁରା 88 ଲକ୍ଷ ଟଙ୍କା। ତେବେ ପୋଲିସ ତଦନ୍ତରେ ଯେଉଁ କଥା ସାମ୍ନାକୁ ଆସିଛି ତାହା ଆହୁରି ଭୟଙ୍କର । ଏହି
ମାମଲାରେ 5 ଜଣ ଗିରଫ ହୋଇଛନ୍ତି, ମୁଖ୍ୟ ଅଭିଯୁକ୍ତ ସରୋଜ ଜେନା ଫେରାର ଅଛି।
ଏହି ଭୟଙ୍କର Sextortionର ଖେଳ ରଚିଥିଲା ଏହି ସୁନ୍ଦରିଆ ଯୁବକ ସରୋଜ ଜେନା। ଯାହାକୁ ଦେଖିଲେ ଲାଗିବ ଇଏ କୌଣସି ଫିଲ୍ମ ଅଭିନେତା । ହେଲେ ଏ ସୁନ୍ଦର ଚେହେରା ପଛରେ ଲୁଚିଛି ଜଘନ୍ୟ ଅପରାଧୀ । ପୂର୍ବରୁ ସମ୍ପୃକ୍ତ ବରିଷ୍ଠ ନାଗରିକଙ୍କ ସହ ଫେସବୁକ୍ ଫ୍ରେଣ୍ଡ ହୋଇଥିଲା ସରୋଜ। ପରେ ଉଭୟ କଟକର ବିଭିନ୍ନ ହୋଟେଲରେ ଭେଟିଥିଲେ, ମିଠା କଥା, ଭୁଲ୍ ଆଶ୍ଵାସନା ଓ ପରେ ଧୀରେ ଧୀରେ ବୃଦ୍ଧଙ୍କର ବିଶ୍ୱାସ ଜିତିଥିଲା ସରୋଜ । ଆଉ ପରେ ଝିଅର ଚିକିତ୍ସା ନାଁରେ ଟଙ୍କା ମାଗିଥିଲା। ମନା କରିବାରୁ ବରିଷ୍ଠ ନାଗରିକଙ୍କଠାରୁ ଟଙ୍କା ଲୁଟିବାକୁ ସରୋଜ ନିଜ ସହଯୋଗୀଙ୍କ ସହ ରଚିଥିଲା ଭୟଙ୍କର Sextortionର ଖେଳ ବୋଲି କହିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ।
ବରିଷ୍ଠ ନାଗରିକଙ୍କ କଟକ ସାଇବର ଥାନାରେ ଏତଲା ପରେ ଏସିପି ସତ୍ୟଜିତ ଦାସଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏକ ଟିମ୍ ତଦନ୍ତ କରି ଯାଜପୁର ଓ ଭୁବନେଶ୍ୱରରେ ଲୁଚିଥିବା ଅଭିଯୁକ୍ତଙ୍କ ଘରେ ରେଡ୍ କରିଥିଲେ। ମୁଖ୍ୟ ଅଭିଯୁକ୍ତ ସରୋଜ ଜେନାର ଯାଜପୁର ଜିଲ୍ଲାରେ ଥିବା ଘରେ ରାତି ଅଧିଆ ରେଡ୍ କରି ଘରୁ ବିଡ଼ା ବିଡ଼ା ନଗଦ ୧୪ ଲକ୍ଷ ଟଙ୍କା, ସୁନା–ରୂପା ଗହଣା, ଗୋଲ୍ଡ କଏନ, ବ୍ୟାଙ୍କ ପାସବୁକ୍, ଡେବିଟ ଓ କ୍ରେଡିଟ କାର୍ଡ, ମୋବାଇଲ ଫୋନ, ଦୁଇଟି ଗାଡ଼ି ଜବତ କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି । ମାମଲାରେ 5 ଜଣ ଗିରଫ ହୋଇଛନ୍ତି, ମୁଖ୍ୟ ଅଭିଯୁକ୍ତ ସରୋଜ ଜେନା ଫେରାର ଅଛି।
ତେବେ Sextortion ର ଶିକାର ହେଲେ ଲଜ୍ଜା ନକରି ତୁରନ୍ତ ନିକଟତମ ଥାନା କିମ୍ବା ୧୯୩୦ ହେଲ୍ପଲାଇନକୁ ଯୋଗାଯୋଗ କରନ୍ତୁ। ପୋଲିସ ଆପଣଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖିବ ବୋଲି ଜନସାଧାରଣଙ୍କୁ ଅପିଲ କରିଛନ୍ତି ପୋଲିସ କମିଶନର।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories