Kandhamal Weather Alert / ବାତ୍ୟା `ମୁରାସୁ’କୁ ନେଇ ବଡ଼ ଆଲର୍ଟ…କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ୍, କଲେଜ ବନ୍ଦ
·55 mins ago·2 min read

Key Points
ନଭେମ୍ବର ୩ ଏବଂ ୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଛି
ମାଡ଼ିଆସୁଛି ବାତ୍ୟା ‘ମୁରାସୁ’। ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଏହାର ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଆସନ୍ତା ନଭେମ୍ବର ୩ ଏବଂ ୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଛି। ସେହିପରି ମାଲକାନଗିରି, ରାୟଗଡ଼ାରେ ୨ଦିନ ଲେଖାଏଁ ଛୁଟି ଘୋଷଣା କରାଯାଇଛି। କୌଣସି ପରୀକ୍ଷା ଥିଲେ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ କରାଯିବ ବୋଲି କୁହାଯାଉଛି।
ବାତ୍ୟା 'ମୁରାସୁ'କୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ପ୍ରସ୍ତୁତି କଡ଼ାକଡ଼ି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟାଟି ବର୍ତ୍ତମାନ ୧୪.୧ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୮୧.୪ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରହିଛି । ଏହା ଆନ୍ଧ୍ରପ୍ରଦେଶର ନେଲୋରଠାରୁ ପ୍ରାୟ ୧୬୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବରେ, ତାମିଲନାଡୁର ଚେନ୍ନାଇଠାରୁ ୧୮୦ କିଲୋମିଟର ଉତ୍ତର-ପୂର୍ବରେ, କାଭାଲିଠାରୁ ୧୮୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବରେ, ଓଙ୍ଗୋଲଠାରୁ ୨୧୦ କିଲୋମିଟର ଦକ୍ଷିଣ-ପୂର୍ବରେ ଏବଂ ମଚ୍ଛଲିପଟ୍ଟନମ୍ଠାରୁ ୨୪୦ କିଲୋମିଟର ଦକ୍ଷିଣରେ ରହିଛି ।
ବାତ୍ୟା ‘ମୁରାସୁ’ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଜି ମଧ୍ୟରାତ୍ରି ପ୍ରାୟ ୧୧ଟା ୩୦ରୁ ଆସନ୍ତାକାଲି ୩ ନଭେମ୍ବର ଭୋର୍ ପ୍ରାୟ ୪ଟା ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ । ନେଲୋର ଓ ନରସାପୁର ମଧ୍ୟରେ, ଓଙ୍ଗୋଲର ଦକ୍ଷିଣ ପାର୍ଶ୍ୱରେ ଏହା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।
ବାତ୍ୟା ‘ମୁରାସୁ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ବାତ୍ୟାଟି ସ୍ଥଳଭାଗ ଅତିକ୍ରମ କରିବା ପରେ ଏହାର ଗତି ମନ୍ଥର ହେବା ସହ ଧୀରେ ଧୀରେ ଦୁର୍ବଳ ହେବ । ସ୍ଥଳଭାଗର ଶୁଷ୍କ ଓ ଥଣ୍ଡା ପବନ ସହ ପୂର୍ବଘାଟ ପର୍ବତମାଳାର ପ୍ରଭାବ ଯୋଗୁଁ ବାତ୍ୟାର ଶକ୍ତି ହ୍ରାସ ପାଇବାର ଆକଳନ କରାଯାଉଛି । ଏହା ପରେ ବାତ୍ୟାଟି ଉତ୍ତର-ପଶ୍ଚିମ ଦିଗରେ ତେଲେଙ୍ଗାନା ଆଡ଼କୁ ଗତି କରିପାରେ । ପ୍ରଭାବରେ ୫ ତାରିଖ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି । ୩ ଓ ୪ ତାରିଖ ଦକ୍ଷିଣ ଓଡ଼ିଶା ହେବ ପ୍ରବଳ ବର୍ଷା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏନେଇ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହା ସହ ଏହି ସବୁ ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ଏବଂ ଝଟକା ପବନର ବେଗ ୬୦ କିଲୋମିଟର ବହିପାରେ । ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ, ବାଲେଶ୍ୱର, ଜଗତସିଂହପୁର, ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ସହ ଝଡ଼ ପବନ ହେବାର ଆଶଙ୍କା ରହିଛି । ଏହି ସବୁ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ ।
Related Topics
Explore more stories