Sand Mafia / ବାଲି ଖାଇଗଲେ
·8 months ago·2 min read

Key Points
ବୈତରଣୀରେ ମାତିଛନ୍ତି ବାଲି ମାଫିଆ
ଦିନ ଦ୍ୱିପ୍ରହରରେ ଆତଙ୍କ କରୁଛନ୍ତି ବାଲି ମାଫିଆ
ଦୁର୍ବଳ ହୋଇ ପଡିଛି ନଦୀ ବନ୍ଧ

ରାଜ୍ୟରେ ବେଆଇନ ବାଲି ମାଫିଆ ଙ୍କ ଉପରେ ଲଗାମ ଲଗାଇବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅପରେସନ ବାଲୁ ବଜ୍ର । ଏପଟେ ବନ୍ୟା ପ୍ରଭାବିତ ଧାମନଗର ବୈତରଣୀ ନଦୀ ପାର୍ଶ୍ୱ ରେ ମାତିଛନ୍ତି ବାଲି ମାଫିଆ. ବିଭାଗୀୟ ଅଧିକାରୀଙ୍କୁ ଖାତିର ନକରି ଦିନ ଦ୍ୱିପ୍ରହର ରେ ଆତଙ୍କ କରୁଛନ୍ତି ଏହି ବାଲି ମାଫିଆ।
ଭଦ୍ରକ ଜ଼ିଲ୍ଲା ଧାମନଗର ବ୍ଲକ ବୈତରଣୀ ନଦୀ ଏବେ ବାଲି ମାଫିଆ ଙ୍କ କବ୍ଜାରେ। ଏହି ଅଂଚଳ ଏବେ ବାଲି ମାଫିଆ ଙ୍କ ଚୋରା ଭୂଇଁ ପାଲଟିଛି। ଆଖପାଖ ଅଂଚଳ ର କିଛି ମାଫିଆ ସରକାରୀ କର୍ମଚାରୀଙ୍କୁ ହାତ ମୁଠାରେ ରଖି ରାତି ଦିନ ବାଲି ଲୁଟ କରିବାରେ ଲାଗି ପଡିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରତିଦିନ 20 ରୁ ଉର୍ଦ୍ଧ ଟ୍ରାକ୍ଟରରେ ଏହି ସବୁ ବାଲି ଲୁଟ କରି ବିକ୍ରି କରୁଛନ୍ତି ମାଫିଆ। ଏହି ଅଂଚଳ ବନ୍ୟା ପ୍ରବଣ ହୋଇଥିବା ବେଳେ ମାଫିଆ ମାନେ ପ୍ରତିଦିନ ଟ୍ରାକ୍ଟର ନେଉଥିବା ବେଳେ ଗ୍ରାମବାସୀ ଙ୍କ ପାଇଁ ଏକମାତ୍ର ଯିବା ଆସିବା ବନ୍ଧ ଏବେ ଦୁର୍ବଳ ହେଇ ପଡିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ବୈତରଣୀ ନଦୀ ପଠାରେ ପର୍ଯ୍ୟାପ୍ତ ବାଲି ନଥିବା ଦର୍ଶାଇ ନିଲାମ ନ ଦିଆ ଯିବାର ସୁଯୋଗ ନେଇ ମାଫିଆ ମାନେ ରାତିରେ ବାଲି ଲୁଟ କରୁଛନ୍ତି। ମାଫିଆ ମାନେ ଅଧିକାଂଶ ସ୍ଥାନରେ ନିଜର ସୁବିଧା ପାଇଁ ବନ୍ଦ ଗଡ଼ା କାଟି ନିଜର ରାସ୍ତା ନିର୍ମାଣ କରିବା ଘଟଣା ସ୍ଥାନୀୟ ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ମାଫିଆ ମାନେ ସରକାରୀ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ସ୍ଥାନୀୟ ଜଙ୍ଗଲ ଭିତରେ ଟ୍ରିପ ଟ୍ରିପ ବାଲି ଲୁଚାଇ ରଖି ଥିବାର ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀ ଧର୍ମକୁ ଆଖିଠାର ଭଳି ବେଳେ ବେଳେ ବେଳେ ଚଢ଼ାଉ କରୁଛନ୍ତି। ମାଫିଆ ଙ୍କ ଏଭଳି ବ୍ୟବସାୟ ଦ୍ୱାରା ପ୍ରତିଦିନ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। ତେବେ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କରୁଥିବା ବେଳେ କାହିଁକି ଶୁଣୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଧାମନଗର ବାସିନ୍ଦା।
ଆଗାମୀ ଦିନରେ ଏହାର ବିଭାଗୀୟ ତଦନ୍ତ କରାଯିବ। ମାଫିଆ ଙ୍କ ଉପରେ ଖୁବଶୀଘ୍ର ଚଢ଼ାଉ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭଦ୍ରକ ଜ଼ିଲ୍ଲାପାଳ ଦିଲ୍ଲୀପ ରାଉତରାୟ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଜେଡିର 24 ବର୍ଷର ଶାସନରେ ରାଜ୍ୟ ସାରା ଦୌରାତ୍ମ୍ୟ ଚଳାଇଥିଲେ ବାଲି ମାଫିଆ। ମନଇଚ୍ଛା ବାଲି ଚୋରାଚାଲାଣ କରି କୋଟିପତି ହେଉଥିଲେ ମାଫିଆ ରୂପଧାରୀ ବିଜେଡି ନେତା। ଆଉ ପୋଲିସ କେବଳ ବାଲିଘାଟରେ କେତେବେଳେ କେମିତି ଗୋଟିଏ ଦୁଇଟି ଟ୍ରାକ୍ଟର, ଟ୍ରକ୍ ଧରି ଚୁପ୍ ବସିଯାଉଥିଲା।
Related Topics
Explore more stories