Dharmendra Pradhan / ମାରୱାଡ଼ି ଓ ମନ୍ଦଳିଆ ଘାଟରେ ସୂର୍ଯ୍ୟୋଦୟକୁ ଅର୍ଘ୍ୟ ଦେଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ
·2 hours ago·2 min read

Key Points
ସମ୍ବଲପୁରରେ ଛଠ୍ ପୁଜାରେ ସାମିଲ ହେଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁରରେ ଛଠ୍ ପୁଜାରେ ସାମିଲ ହେଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଭୋର ସକାଳୁ ମାରଓ୍ବାଡି ଘାଟ ଓ ମନ୍ଦଳିଆ ଛଟପୂଜା ଘାଟ ପହଞ୍ଚି ପୁଜାର୍ଚ୍ଚନା କରିଛନ୍ତି । ସୂର୍ଯ୍ୟ ଦେବାତା ଙ୍କୁ ଉଦୟ ବେଳେ ଅର୍ଘ୍ୟ ପ୍ରଦାନ କରିଛନ୍ତି ସାଂସଦ। ଏହି ଅବସରରେ ସାଂସଦ ଧମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏହା ମୋ ପାଇ ସୌଭାଗ୍ୟର ଅବସର ଅଟେ। କାଲି ଅସ୍ତଗାମୀ ସୂର୍ଯ୍ୟ କୁ ଅର୍ଘ୍ୟ ଓ ଆଜି ସକାଳୁ ଉଦୟ ସୂର୍ଯ୍ୟକୁ ପ୍ରଥମ ଅର୍ଘ୍ୟ ପ୍ରଦାନ କରି ସୌଭାଗ୍ୟ ପାଇଛି।
ଏଥିପାଇଁ ଛଟ ଦେଶ ବାସୀ, ରାଜ୍ୟ ଓ ବିହାର ତଥା ଭାରତ ବିଭିନ୍ନ ସ୍ଥାନର ଛଟ ବ୍ରତୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଛଟ ପର୍ବର ଆଧ୍ୟାତ୍ମିକତା, ଭାଇଚାରା, ସ୍ବଚ୍ଛତା ସହଦ ପୁଣ୍ଣ ବାତା ବରଣ ସମସ୍ତ ଜୀବନରେ ଉନ୍ନତି ଆଣିବାକୁ ଛଟିମେୟା ପାଖରେ କାମନା କରିଛନ୍ତି।
ସାରା ଦେଶରେ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ଛଟ୍ ପୂଜା ପାଳିତ ହେଉଛି। ବିଶେଷ କରି ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ ସମେତ ଦିଲ୍ଲୀ ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ପର୍ବକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଚାରି ଦିନ ଧରି ଚାଲୁଥିବା ଏହି ପବିତ୍ର ପର୍ବରେ ବ୍ରତଧାରୀମାନେ ସୂର୍ଯ୍ୟ ଦେବତା ଏବଂ ଛଠୀ ମାତାଙ୍କୁ ଆରାଧନା କରି ପରିବାରର ସୁଖ, ସମୃଦ୍ଧି ଓ ଦୀର୍ଘାୟୁ କାମନା କରୁଛନ୍ତି।
ନଦୀ କୂଳ, ପୋଖରୀ ଏବଂ ବିଭିନ୍ନ କୃତ୍ରିମ ଜଳାଶୟ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି। ବ୍ରତଧାରୀମାନେ ୩୬ ଘଣ୍ଟାର କଠୋର ନିର୍ଜଳା ଉପବାସ ରଖି ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରି ବ୍ରତ କଲେ ସମାପନ । ପାରମ୍ପରିକ ଛଟ୍ ଗୀତରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି। ପୂଜା ଥାଳିରେ ଠେକୁଆ, ନଡ଼ିଆ, ଆଖୁ, କଦଳୀ ଏବଂ ବିଭିନ୍ନ ଋତୁକାଳୀନ ଫଳମୂଳ ସଜାଇ ଭକ୍ତମାନେ ପୂଜାର୍ଚ୍ଚନା କରିଛନ୍ତି ।
ଜୟ ଛଠୀ ମୈୟା 🙏 ସମ୍ବଲପୁରର ମାରଓ୍ୱାଡ଼ିପଡ଼ା ଓ ମାନ୍ଦଲିଆ ଠାରେ ପବିତ୍ର ଛଠ୍ ପୂଜାର ଅନ୍ତିମ ପର୍ବ ‘ଉଷା ଅର୍ଘ୍ୟ’ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଶ୍ରଦ୍ଧାଳୁମାନଙ୍କ ଗହଣରେ ରହି ସୂର୍ଯ୍ୟଦେବଙ୍କୁ ପ୍ରଣାମ ଓ ଅର୍ଘ୍ୟ ଅର୍ପଣ କରିବାର ସୌଭାଗ୍ୟ ଲାଭ କଲି । ଭକ୍ତି, ନିଷ୍ଠା ଏବଂ ସାମୂହିକ ଭାଇଚାରାର ଏହି ମହାନ ଉତ୍ସବ ସମସ୍ତଙ୍କ ମନରେ ନୂଆ ଉତ୍ସାହ ଓ ସକାରାତ୍ମକ ଶକ୍ତି ସଞ୍ଚାର କରିଛି । ଛଠୀ ମୈୟା ଏବଂ ଭଗବାନ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ସମସ୍ତଙ୍କ ସହ ରହିଥାଉ, ଏହା କାମନା ।
— Dharmendra Pradhan (@dpradhanbjp) November 16, 2026
ଏଥିପାଇଁ ଛଟ ଦେଶ ବାସୀ, ରାଜ୍ୟ ଓ ବିହାର ତଥା ଭାରତ ବିଭିନ୍ନ ସ୍ଥାନର ଛଟ ବ୍ରତୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଛଟ ପର୍ବର ଆଧ୍ୟାତ୍ମିକତା, ଭାଇଚାରା, ସ୍ବଚ୍ଛତା ସହଦ ପୁଣ୍ଣ ବାତା ବରଣ ସମସ୍ତ ଜୀବନରେ ଉନ୍ନତି ଆଣିବାକୁ ଛଟିମେୟା ପାଖରେ କାମନା କରିଛନ୍ତି।
ସାରା ଦେଶରେ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ଛଟ୍ ପୂଜା ପାଳିତ ହେଉଛି। ବିଶେଷ କରି ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ ସମେତ ଦିଲ୍ଲୀ ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ପର୍ବକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଚାରି ଦିନ ଧରି ଚାଲୁଥିବା ଏହି ପବିତ୍ର ପର୍ବରେ ବ୍ରତଧାରୀମାନେ ସୂର୍ଯ୍ୟ ଦେବତା ଏବଂ ଛଠୀ ମାତାଙ୍କୁ ଆରାଧନା କରି ପରିବାରର ସୁଖ, ସମୃଦ୍ଧି ଓ ଦୀର୍ଘାୟୁ କାମନା କରୁଛନ୍ତି।
ନଦୀ କୂଳ, ପୋଖରୀ ଏବଂ ବିଭିନ୍ନ କୃତ୍ରିମ ଜଳାଶୟ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି। ବ୍ରତଧାରୀମାନେ ୩୬ ଘଣ୍ଟାର କଠୋର ନିର୍ଜଳା ଉପବାସ ରଖି ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରି ବ୍ରତ କଲେ ସମାପନ । ପାରମ୍ପରିକ ଛଟ୍ ଗୀତରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି। ପୂଜା ଥାଳିରେ ଠେକୁଆ, ନଡ଼ିଆ, ଆଖୁ, କଦଳୀ ଏବଂ ବିଭିନ୍ନ ଋତୁକାଳୀନ ଫଳମୂଳ ସଜାଇ ଭକ୍ତମାନେ ପୂଜାର୍ଚ୍ଚନା କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories