EDUCATION MINISTER / ସମ୍ବଲପୁର କୁଲୁଣ୍ଡି ସ୍ଥିତ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଇନଡୋର ଷ୍ଟାଡିୟମ ଉଦଘାଟିତ
·5 months ago·2 min read

Key Points
ଶାରୀରିକ ଓ ମାନସିକ ବିକାଶ ପାଇଁ ଖେଳକୁଦ ଜରୁରୀ - ଧର୍ମେନ୍ଦ୍ର ପ୍ରଧାନ
‘ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଇନଡୋର ଷ୍ଟାଡିୟମ ଉଦଘାଟିତ
ସମ୍ବଲପୁର କୁଲୁଣ୍ଡିର ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର କୁଲୁଣ୍ଡିର ‘ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ’ (ଜିସିପିଇ) ପରିସରରେ ପ୍ରାୟ ୧୦ କୋଟି ୪୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ଅତ୍ୟାଧୁନିକ ‘ଇନଡୋର ଷ୍ଟାଡିୟମ’ ଏବଂ ‘କର୍ମଚାରୀ ଆବାସ’ର ଶୁଭ ଉଦଘାଟନ କରିଛନ୍ତି ।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଷ୍ଟାଡିୟମର ପ୍ଲାକ୍ ଉନ୍ମୋଚନ କରିବା ସହ ଫିତା କାଟି ଏହାର ଉଦଘାଟନ କରିଥିଲେ । ଉଦଘାଟନ ପରେ ଶ୍ରୀ ପ୍ରଧାନ ନିଜେ ଇନଡୋର ହଲରେ ବ୍ୟାଡମିଣ୍ଟନ ଖେଳିବା ସହ କ୍ରୀଡ଼ା ପ୍ରଦର୍ଶନ କରି ଉପସ୍ଥିତ ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିଥିଲେ । ଏହା ସହ ସେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।
ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ "ଖେଳିବ ଭାରତ ତ’ ବଢ଼ିବ ଭାରତ" ସଂକଳ୍ପ ଅନୁଯାୟୀ କେବଳ ପାଠ ପଢ଼ିଲେ ହେବ ନାହିଁ, ଶାରୀରିକ ଓ ମାନସିକ ବିକାଶ ପାଇଁ ଖେଳକୁଦ ମଧ୍ୟ ଅପରିହାର୍ଯ୍ୟ । ନୂତନ 'ଜାତୀୟ ଶିକ୍ଷା ନୀତି'ରେ କ୍ରୀଡ଼ାକୁ ପାଠ୍ୟକ୍ରମର ଏକ ଅଂଶ ଭାବରେ ଗ୍ରହଣ କରାଯାଇଛି । ଆଜି ଲୋକାର୍ପିତ ଏହି ଇନଡୋର ଷ୍ଟାଡିୟମ ସ୍ଥାନୀୟ ଅଞ୍ଚଳର ପ୍ରତିଭାବାନ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିବ ଏବଂ ନୂତନ କର୍ମଚାରୀ ଆବାସ ଦ୍ୱାରା ଶିକ୍ଷାଦାନ କାର୍ଯ୍ୟ ଅଧିକ ସୁବ୍ୟବସ୍ଥିତ ହୋଇପାରିବ ।
ସମ୍ବଲପୁର କୁଲୁଣ୍ଡିରେ ଏହି ଶାରୀରିକ ଶିକ୍ଷା କଲେଜକୁ ଆହୁରି ବିକଶିତ କରାଯିବ । ବର୍ତ୍ତମାନ କଲେଜରେ କେବଳ ବାଳକ ମାନଙ୍କ ପାଇଁ ବ୍ୟବସ୍ଥା ଅଛି । ତେଣୁ ଏଥିରେ ଆଗାମୀ ଦିନରେ ବାଳିକା ମାନଙ୍କ ତାଲିମ ବ୍ୟବସ୍ଥା ପାଇଁ କୋ ଏଡ୍ କରାଯିବ । ବର୍ତ୍ତମାନ ଏହି କଲେଜରେ 100 ସିଟ ଅଛି ଆଗକୁ 500 ସିଟ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପାଇଁ ଯୋଜନା ରହିଛି ବୋଲି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଏହାସହ କୋଚ୍ ମାନଙ୍କ ଟ୍ରେନିଂ ପାଇଁ ବ୍ୟବସ୍ଥା କରାଯିବ । ଏହାସହ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ପାଇଁ କଲେଜ ନିକଟରେ ଜମି ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । କୁଲୁଣ୍ଡି କଲେଜକୁ ସ୍ପୋର୍ଟସ ଏବଂ ଏକାଡେମୀକ୍ ର ବଡ଼ ହବ୍ ଭାବେ ବିକଶିତ କ୍ରୀଡା ବିଭାଗ ଯୋଜନା ରଖିଛି ।
ସମ୍ବଲପୁର ସ୍ଥିତ କୁଲୁଣ୍ଡିର ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ୧୯୯୩ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏଥିରେ ଏଥିରେ ବ୍ୟାଚଲର ଅଫ ଫିଜିକାଲ ଏଜୁକେସନ ଓ ମାଷ୍ଟର ଇନ ଫିଜିକାଲ ଏଜୁକେସନ ପାଠ୍ୟକ୍ରମ ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories