Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜୁ ଜୟନ୍ତୀ ପୂର୍ବରୁ ସରକାରଙ୍କୁ ବଦନାମ କରିବାକୁ ବିଜେଡି କରିଥିଲା କି ଷଡଯନ୍ତ୍ର?

Ritu Das
Browse all articles by Ritu Das
·1 year ago·2 min read
ବିଜୁ ଜୟନ୍ତୀ ପୂର୍ବରୁ ସରକାରଙ୍କୁ ବଦନାମ କରିବାକୁ ବିଜେଡି କରିଥିଲା  କି ଷଡଯନ୍ତ୍ର?

ବିଜୁ ଜୟନ୍ତୀର ଠିକ ପୂର୍ବରୁ ମାହାଙ୍ଗରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତକୁ ଭାଙ୍ଗିଦେଇଥିଲେ ଦୁର୍ବୃତ୍ତ। ମାର୍ଚ୍ଚ 4 ତାରିଖ ସନ୍ଧ୍ୟା ବେଳେ ଏଭଳି ଘଟିଥିଲା। ସନ୍ଧ୍ୟା 7ଟୀ 55ରେ ଭୁବନେଶ୍ବରରେ ଶଙ୍ଖ ଭବନରେ ବିଜେଡି କଲା ସାମ୍ବାଦିକ ସମ୍ମିଳନୀ। ଦଳର ମୁଖପାତ୍ର ଲେନିନ ମହାନ୍ତି ଅଭିଯୋଗ ଆଣିଲେ ସ୍ଥାନୀୟ ବିଧାୟକଙ୍କ ନିର୍ଦ୍ଦେଶରେ ବିଜୁବାବୁଙ୍କୁ ଅପମାନିତ କରାଯାଇଛି। ପୋଲିସ କଲା ଘଟଣାର ଖୋଳତାଡ। ସିସିଟିଭି ଆଧାରରେ ତିନି ଜଣଙଙ୍କୁ ଗିରଫ କଲା। ଗିରଫ ଅଭିଯୁକ୍ତ ମାନଙ୍କର ପ୍ରତାପଙ୍କ ସହ ସଂପର୍କ ପଦାକୁ ଆସିବା ପରେ ବିଜୁ ମୂର୍ତ୍ତି ଭଙ୍ଗା ପଛରେ ଆସିଛି ବିଜେଡିର ଷଡଯନ୍ତ୍ର ଥିଓରି। ସିମ୍ପାଥି ନେବାକୁ ଦଳର କର୍ମୀ କାହା ନିର୍ଦ୍ଦେଶରେ ଡାହାଣୀ ହୋଇ ଲାଗିଲେ ଓ ଗୁଣିଆ ହୋଇ ଛଡାଇଲେ ତାକୁ ନେଇ ଉଠିଛି ପ୍ରଶ୍ନ।


ଲୋକଙ୍କ ଅଭିଯୋଗ ଖୋଦ ପ୍ରତାପ ଜେନାଙ୍କ ଇସାରାରେ ଏସବୁ କରାଯାଇଛି। ମାହାଙ୍ଗାର ଉମର ପଞ୍ଚାତରେ ବିଜୁ ମୂର୍ତ୍ତି ଘଟଣାରେ ଭଙ୍ଗା ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ଅଭିୟୁକ୍ତଙ୍କ ଚେହେରା ଦେଖନ୍ତୁ। ଏମାନେ ହେଲେ ବିଶ୍ବଜିତ ମହାପାତ୍ର ଓରଫ ବୁବୁଆ ବିଶ୍ବଜିତ ମହାପାତ୍ର ଓରଫ ରାଜା, ଓ ନନ୍ଦ କିଶୋର ମଲ୍ଲିକ। ଆଉ ଏପଟେ ଦେଖନ୍ତୁ ଏ ଫଟୋକୁ ପ୍ରତାପ ଜେନାଙ୍କ ପାଖେ ପାଖେ ବିଶ୍ବଜିତ ମହାପାତ୍ର ଓ ନନ୍ଦକିଶୋର। ବିଶ୍ବଜିତ ମହାପାତ୍ର ଓରଫ ରାଜା ବି ବିଜୁ ଯୁବ ବାହିନୀର ଥିଲେ ସକ୍ରିୟ ସଦସ୍ୟ। ଏ ତିନି ଜଣଙ୍କ ମୁଖା ଖୋଲିବା ପରେ ମାହାଙ୍ଗାରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା। ବିଜୁ ଜୟନ୍ତୀ ମାର୍ଚ୍ଚ 5ରେ ସରକାରୀ ଭାବେ ପାଳନ ହୋଇଛି। ଏଥିରେ କିନ୍ତୁ ନବୀନ ବାବୁ ଯୋଗ ଦେଇ ନ ଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଧାନସଭାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିବାକୁ ବି ଆସିଲେନି ନବୀନ। ଏପଟେ କିନ୍ତୁ ବଜୁ ଜନତା ଦଳ ତରଫରୁ ସାରା ରାଜ୍ୟରେ କାହିଁକି ମାର୍ଚ୍ଚ 5ରେ ବିଜୁ ଜୟନ୍ତିରେ ଛୁଟି ଘୋଷଣା ହେଲାନି ଓ ପଞ୍ଚାୟତିରାଜ ଦିବସ ପାଳନ ହେଲାନି ତାକୁ ନେଇ ଚାଲିଛି ପ୍ରତିବାଦ। ପ୍ରଶ୍ନ ମାହାଙ୍ଗାରେ ଜୟନ୍ତୀ ପୂର୍ବ ଦିନ ଖୋଦ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ବିଜେଡି କର୍ମୀ ବିଜୁ ବାବୁଙ୍କୁ ସମ୍ମାନ ଦେଲେ ନା ରାଜନୀତିର ମୋଡ ଦେବାରୁ କରିଥିଲେ ଷଡଯନ୍ତ୍ର।

Sponsored
Did-the-BJD-conspire-to-defame-the-government-before-Biju-Jayanti? | Argus News