Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଇ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର

Rashmita Mishra
Browse all articles by Rashmita Mishra
·1 year ago·1 min read
ଦୁଇ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର

ଝାରସୁଗୁଡ଼ାରେ ପୁଲିସର ଏନକାଉଣ୍ଟର । ପୁଲିସକୁ ଧକ୍କା ଦେଇ ବନ୍ଧୁକ ଛଡାଇ ଫେରାର ହେଉଥିବା ବେଳେ ପୁଲିସ ଗୁଳିରେ ଆହତ ହୋଇଛନ୍ତି ବେଲପାହାଡ଼ର୨ ଅଭିଯୁକ୍ତ ଶେଖ୍ ଆଶିଷ, ଓ ଅଭିଷେକ ବାରିକ । ଘଟଣାରେ ଉଭୟ ଅଭିଯୁକ୍ତ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗୁରୁବାର ରାତିରେ ବେଲପାହାଡ ଥାନା ଅଂଚଳର ଜଣେ ନାବାଳିକାଙ୍କୁ ଏହି 2 ଅଭିଯୁକ୍ତ ଘର ପାଖରୁ ଅପହରଣ କରି ନେଇ ନିକଟସ୍ଥ ଜଙ୍ଗଲରେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

ଏନେଇ ଥାନାରେ ଗତକାଲି ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସମୟରେ ବେଲପାହାଡ ଥାନା ଆମଦରହ୍ ଜଙ୍ଗଲ ନିକଟରେ ଅଭିଯୁକ୍ତ ସେଖ ଆଶିଷ ବାନ୍ତି କରିବାର ନାଟକ କରିଥିଲା। ପୁଲିସ ଗାଡ଼ି ଅଟକିବା ପରେ ଉଭୟ ଅଭିଯୁକ୍ତ ପୁଲିସକୁ ଧକ୍କା ଦେବା ସହ କାର୍ଯ୍ୟରତ ଏସଆଇ ଚିତ୍ତରଞ୍ଜନ ମହାନନ୍ଦିଆଙ୍କ ପିଷ୍ଟଲ ଛଡାଇ ଜଙ୍ଗଲ ଭିତରକୁ ପଳାଇଥିଲେ। ଏହାପରେ ଅଭିଯୁକ୍ତମାନେ ଛଡାଇଥିବା ପୁଲିସ ବନ୍ଧୁକରୁ ସେମାନେ ୬ ରାଉଣ୍ଡ ଗୁଳି ମାଡ କରିଥିଲେ। ଜବାବରେ ପୋଲିସ ପ୍ରଥମେ ୨ ରାଉଣ୍ଡ ଫାଙ୍କା ଗୁଳି ମାଡ କରିଥିଲା । ପରେ ପୁଣି ୩ ରାଉଣ୍ଡ ଗୁଳି ମାଡ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Double encounter in Jharsuguda | Argus News