Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

2024-25 ଆର୍ଥିକ ବର୍ଷରେ 259.254 ନିୟୁତ ଟନ୍ ମାଲ ପରିବହନ

Smruti Parija
Browse all articles by Smruti Parija
·1 year ago·3 min read
 2024-25 ଆର୍ଥିକ ବର୍ଷରେ 259.254 ନିୟୁତ ଟନ୍ ମାଲ ପରିବହନ

2024-25 ଆର୍ଥିକ ବର୍ଷରେ 259.254 ନିୟୁତ ଟନ୍ ର ମାଲ ପରିବହନ କରି ରେକର୍ଡ କଲା ପୂର୍ବତଟ ରେଳପଥ । ପୂର୍ବ ରେକର୍ଡକୁ ଅତିକ୍ରମ କରି ପୂର୍ବତଟ ରେଳପଥ ପକ୍ଷରୁ ଯେକୌଣସି ଜୋନ୍ ଦ୍ୱାରା ସର୍ବାଧିକ ମାଲ ପରିବହନ ହୋଇଛି । ପୂର୍ବତଟ ରେଳପଥ 2024-25 ଆର୍ଥିକ ବର୍ଷ (1 ଏପ୍ରିଲ 2024 ରୁ 31 ମାର୍ଚ୍ଚ 2025 ପର୍ଯ୍ୟନ୍ତ) ରେ ରେକର୍ଡ 259.254 ନିୟୁତ ଟନ୍ ମାଲ୍ ପରିବହନ କରି ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି ରେଳବାଇ । ଏହି ସଫଳତା ପୂର୍ବ ବର୍ଷ ତୁଳନାରେ 3.034 ନିୟୁତ ଟନ୍ ବୃଦ୍ଧି ପାଇଛି ।


ଏହି ସମୟ ମଧ୍ୟରେ, ପୂର୍ବତଟ ରେଳପଥ ବ୍ୟତୀତ 200 ନିୟୁତ ଟନ୍ ପଣ୍ୟ ବୋଝେଇ ସୀମା ଅତିକ୍ରମ କରିଥିବା ଜୋନାଲ ରେଳବାଇ ଗୁଡିକ ହେଲା - ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ (ଏସଇସିଆର) 253.208ନିୟୁତ ଟନ୍, ଦକ୍ଷିଣ ପୂର୍ବ ରେଳପଥ (ଏସଇଆର) 212.361ନିୟୁତ ଟନ୍ ଏବଂ ପୂର୍ବ କେନ୍ଦ୍ରୀୟ ରେଳପଥ (ଇସିଆର) 202.62ନିୟୁତ ଟନ୍ ସୀମା ଉତ୍ତୀର୍ଣ୍ଣ କରିଛି ।


ପୂର୍ବତଟ ରେଳପଥ ଲଗାତାର ଭାବେ ଷଷ୍ଠ ବର୍ଷ ପାଇଁ 200 ନିୟୁତ ଟନ୍ ସୀମା ଅତିକ୍ରମ କରିବାର ଏକ ଐତିହାସିକ ସଫଳତା ବଜାୟ ରଖି ପଣ୍ୟ ପରିବହନ କାର୍ଯ୍ୟରେ ନିରନ୍ତର ଭାବେ ତା'ର ଶକ୍ତି ପ୍ରଦର୍ଶନ ଜାରି ରଖିଛି । ଏହି ସଫଳତା ବର୍ଷସାରା ସମ୍ମୁଖୀନ ହେଉଥିବା ଆହ୍ୱାନ / ଚ୍ୟାଲେଞ୍ଜ ଗୁଡ଼ିକୁ ଦୃଷ୍ଟିରେ ରଖି ବିଶେଷ ଭାବରେ ଉଲ୍ଲେଖନୀୟ, ଜୋନର ଦକ୍ଷତା, ରଣନୈତିକ ଯୋଜନା ଏବଂ ଏହାର କର୍ମଚାରୀଙ୍କ ଅଟଳ ସମର୍ପଣ ପ୍ରଦର୍ଶନ ଦ୍ୱାରା ସମ୍ଭବ ହେଇପାରିଛି ।


2024-25 ରେ ପୂର୍ବତଟ ରେଳପଥର ପଣ୍ୟ ପରିବହନ କାର୍ଯ୍ୟଦକ୍ଷତାର ପ୍ରମୁଖ ରେକର୍ଡ ଉପରେ ନଜର ପକାନ୍ତୁ...


* 259.254 ନିୟୁତ ଟନ୍ ପଣ୍ୟ ପରିବହନ, ଏକ ନୂତନ ରେକର୍ଡ ସ୍ଥାପନ

* ପୂର୍ବତଟ ରେଳପଥ 259 ନିୟୁତ ଟନ୍ ମୂଳ ପଣ୍ୟ ପରିବହନ ଅତିକ୍ରମ କରିବାରେ ପ୍ରଥମ ଜୋନ୍ ପାଲଟିଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

* ଲଗାତାର ଷଷ୍ଠ ବର୍ଷ ପାଇଁ 200 ନିୟୁତ ଟନ୍ ମାଲ ପରିବହନ ହାସଲ କରିଛି


ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ବିଭିନ୍ନ ପ୍ରକାରର ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନର ପରିଚାଳନା କରିଛି, ଯେଉଁଥିରେ 153.271 ନିୟୁତ ଟନ୍ କୋଇଲା, ଇସ୍ପାତ କାରଖାନା ପାଇଁ 9.952 ନିୟୁତ ଟନ୍ କଞ୍ଚାମାଲ, 21.381 ନିୟୁତ ଟନ୍ ଇସ୍ପାତ ଏବଂ ସ୍ଲାଗ୍, 32.476 ନିୟୁତ ଟନ୍ ଲୁହାପଥର, 1.065 ନିୟୁତ ଟନ୍ ସିମେଣ୍ଟ, 2.989 ନିୟୁତ ଟନ୍ ଖାଦ୍ୟଶସ୍ୟ, 6.772 ନିୟୁତ ଟନ୍ ସାର, 2.991 ନିୟୁତ ଟନ୍ ଖଣିଜ ତୈଳ ଏବଂ କଣ୍ଟେନର ସହ ଅନ୍ୟାନ ପଣ୍ୟ ପରିବହନ 28.357 ନିୟୁତ ଟନ୍ ଅନ୍ତର୍ଭୁକ୍ତ ।


ଏହି ଅସାଧାରଣ ପ୍ରଦର୍ଶନ ତାଳଚେରସ୍ଥିତ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL)ର କୋଇଲା କ୍ଷେତ୍ର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ପାଞ୍ଚଟି ପ୍ରମୁଖ ବନ୍ଦର (ପାରାଦୀପ, ଧାମରା, ଭାଇଜାଗ୍, ଗଙ୍ଗାଭରମ୍ ଏବଂ ଗୋପାଳପୁର) ଏବଂ ଇସ୍ପାତ, ଆଲୁମିନିୟମ୍ ଏବଂ ଲୁହାପଥର କ୍ଷେତ୍ରର ପ୍ରମୁଖ ଶିଳ୍ପଗୁଡ଼ିକର ଦୃଢ଼ ଅବଦାନ ଦ୍ୱାରା ସମ୍ଭବ ହୋଇଥିଲା ।


ପୂର୍ବତଟ ରେଳପଥର ତିନୋଟି ରେଳ ମଣ୍ଡଳ ଯଥା, ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁରର ଉତ୍ସର୍ଗୀକୃତ ପ୍ରୟାସ ଗତ ବର୍ଷର ସଂଖ୍ୟାକୁ ଅତିକ୍ରମ କରିବାରେ ଏବଂ ଏହି ଉଲ୍ଲେଖନୀୟ ଫଳାଫଳ ହାସଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହି ପ୍ରୟାସକୁ ସ୍ୱୀକୃତି ଦେଇ, ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ସମସ୍ତ ରେଳ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପ୍ରଦର୍ଶନ ପୂର୍ବତଟ ରେଳପଥ ଏବଂ ବିଭିନ୍ନ ସରକାରୀ କ୍ଷେତ୍ର, ଶିଳ୍ପ ଏବଂ ଅଂଶୀଦାରମାନଙ୍କ ମଧ୍ୟରେ ପ୍ରଭାବଶାଳୀ ସମନ୍ୱୟ ଏବଂ ନିରନ୍ତର ଉନ୍ନତି ଏବଂ ନବସୃଜନ ପ୍ରତି ପ୍ରତିବଦ୍ଧତାର ପ୍ରମାଣ ।


ପୂର୍ବତଟ ରେଳପଥର କର୍ମଚାରୀମାନଙ୍କ କଠିନ ପ୍ରୟାସ ବିନା ଏହି ଅସାଧାରଣ ସଫଳତା ସମ୍ଭବ ହୋଇପାରି ନଥାନ୍ତା । ସେମାନଙ୍କର ଦୃଢ଼ ନିଷ୍ଠା ଏବଂ ଦଳଗତ କାର୍ଯ୍ୟ, ଉପଯୁକ୍ତ ଯୋଜନା ଏବଂ ଏକ ସକାରାତ୍ମକ କାର୍ଯ୍ୟ ପରିବେଶ ସହିତ ସଂଯୋଗ ଏହି ସଫଳତାର ପ୍ରମୁଖ ଅସ୍ତ୍ର ପାଲଟିଛି ।


ପୂର୍ବତଟ ରେଳପଥର ସଫଳତା ସମସ୍ତ ଜୋନ୍‌ଗୁଡ଼ିକରେ ଏକ ଉଦାହରଣ ସ୍ଥାପନ କରିଛି ଏବଂ ଦକ୍ଷ ପଣ୍ୟ ପରିବହନ ମାଧ୍ୟମରେ ଦେଶର ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବାରେ ଭାରତୀୟ ରେଳପଥର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସମ୍ଭାବନାକୁ ଉଦାହରଣ ଦେଇଛି । ଆଗକୁ ବଢ଼ି, ପୂର୍ବତଟ ରେଳପଥ ଏହାର କ୍ଷମତାକୁ ଆହୁରି ବୃଦ୍ଧି କରିବା, କାର୍ଯ୍ୟକୁ ଅନୁକୂଳ କରିବା ଏବଂ ଆଗାମୀ ବର୍ଷଗୁଡ଼ିକରେ ଅସାଧାରଣ ଫଳାଫଳ ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିଛି ।

Sponsored
ECoR achieves 250 Million Ton freight loading before end of FY 2024-25 | Argus News