Videos
|
Odisha

Ed Raid / ବିଜେଡି ନେତାଙ୍କ ଘରେ ଇଡି ରେଡ

Bikash Mohanty
Browse all articles by Bikash Mohanty
·6 months ago·1 min read
ବିଜେଡି ନେତାଙ୍କ ଘରେ ଇଡି ରେଡ
ED RAID

Key Points

ବିଜେଡି ନେତାଙ୍କ ଘରେ ଇଡି ରେଡ
ଗଞ୍ଜାମ ଜିଲ୍ଲା ବିଜେଡି ଉପ ସଭାପତି ହୃଷିକେଶ ପାଢ଼ୀଙ୍କ ଘରେ ରେଡ

ଇଡିର ପାଞ୍ଚ ଜଣିଆ ଟିମ କରିଛି ରେଡ୍


ବ୍ରହ୍ମପୁରରେ ବିଜେଡି ନେତାଙ୍କ ଘରେ ଇଡି ରେଡ । ଗଞ୍ଜାମ ଜିଲ୍ଲା ବିଜେଡି ଉପ ସଭାପତି ହୃଷିକେଶ ପାଢ଼ୀଙ୍କ ଘରେ ଇଡି କରିଛି ରେଡ। ଇଡିର ପାଞ୍ଚ ଜଣିଆ ଟିମ ଶେରଗଡ ବାଇପାସରେ ନିକଟରେ ଥିବା ଘରେ ରେଡ୍ କରିଛି ।

ସାରା ରାଜ୍ୟର 20ଟି ସ୍ଥାନରେ ରେଡ କରିଛି ଇଡି। ବାଲି ମାଫିଆ ଓ ଗ୍ୟାଙ୍ଗଷ୍ଟାର ଙ୍କ ବିଭିନ୍ନ ଠିକଣା ରେ ରେଡ କରୁଛି ଇଡି। ଇଡିର ପାଖାପାଖି 5ଟି ଟିମ ବ୍ରହ୍ମପୁର ଅମ୍ବିକା ନଗରରେ ଥିବା ହୃଷିକେଶଙ୍କ ବାସଭବନ ସମେତ ସହରର ଏକାଧିକ ସ୍ଥାନ ଓ ଶେରଗଡ଼ରେ ଚାଲିଛି ଚଢ଼ାଉ। ହୃଷିକେଶ ପାଢ଼ୀ ଏବଂ ତାଙ୍କ ପୁଅ ସଚିନ ପାଢ଼ୀ, ସନ୍ତୋଷ ପାଢ଼ୀ, ଦେବାଶିଷ ପାଢ଼ୀ ଜିଲ୍ଲା ରେ ଜଣାଶୁଣା ଠିକାଦାର ତଥା ବ୍ୟବସାୟୀ।

ବ୍ରହ୍ମପୁର ସହରର ଅମ୍ବିକା ନଗର ଦ୍ବିତୀୟ ଲାଇନରେ ଥିବା ଟୁର ଏଣ୍ଡ ଟ୍ରାଭଲ୍ସ ମାଲିକ ଶିବ ପ୍ରସାଦ ପଣ୍ଡାଙ୍କ ଘରେ ଇଡି ଚଢ଼ାଉ କରିଛି । ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ରହିଛି ଶିବ ପ୍ରସାଦ ପଣ୍ଡାଙ୍କ ଶ୍ରୀ ଟୁର ଏଣ୍ଡ ଟ୍ରାଭଲ୍ସ । ସେହିପରି ବିଜିପୁର କାଳୁଆ ସାହିରେ ବିଶ୍ଵନାଥ ପାତ୍ର ନାମକ ଜଣେ ବ୍ୟବସାୟୀଙ୍କ ଘରେ ମଧ୍ୟ ଆଜି ଭୋରରୁ ଇଡି ଚଢ଼ାଉ କରିଛି ‌।

ବ୍ରହ୍ମପୁର, ଗଞ୍ଜାମ, ଆସିକା, ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଭଳି ବିଭିନ୍ନ ସ୍ଥାନରେ ଚାଲିଛି ଖୋଳତାଡ଼

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Ed Raid | Ed Raid | Ed Raid | ED Raid at BJD Leader’s House | Odisha Political News | Argus News