Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗିରଫଦାରୀ ପରେ ରାଜା ଚକ୍ରଙ୍କୁ ରାତିସାରା ଜେରା କଲା EOW

Odisha

ଗିରଫଦାରୀ ପରେ ରାଜା ଚକ୍ରଙ୍କୁ ରାତିସାରା ଜେରା କଲା EOW

Rashmita Mishra
Browse all articles by Rashmita Mishra
·1 year ago·2 min read
ଗିରଫଦାରୀ ପରେ ରାଜା ଚକ୍ରଙ୍କୁ ରାତିସାରା ଜେରା କଲା EOW

ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ବନ୍ଧା ହେଲେ ବିଜେଡି ନେତା ସୌମ୍ୟ ଶଙ୍କର ଓରଫ ରାଜା ଚକ୍ର । ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ଓଏମ୍‌ସି ଖଣି ଅଞ୍ଚଳର ୧୧ ଗାଁର ଲୋକେ ମିଶି ଏକ ସମବାୟ ସଂସ୍ଥା ଗଠନ କରିଥିଲେ । ଆଉ EOW ତଦନ୍ତରେ ଖୋଲିଛି ରାଜା ଚକ୍ରର କଳା ଚିଠା । ସପ୍ତାହରୁ ଅଧିକ ଦିନର ମାରାଥନ ରେଡ୍ ପରେ ରାଜା ଚକ୍ରକୁ କାଲି କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା । ପଚରା ଉଚରା ପରେ ରାଜା ଚକ୍ରକୁ ଗିରଫ କରା ଯାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।

୧୧ଗାଁର ଲୋକ ମିଶି କରିଥିଲେ ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି । ଉଦ୍ଦେଶ୍ୟ ଥିଲା ଲୋଡିଂରୁ ଯାହା ଲାଭ ମିଳିବ ତାହା ଅଞ୍ଚଳର ବିକାଶରେ ଖର୍ଚ୍ଚ ହେବ । ତେବେ ଲାଭ ଅର୍ଥକୁ କିଛି ପ୍ରଭାବଶାଳୀ ଲୋକ ଚଳୁ କରୁ ଦେଇଥିବା ଅଭିଯୋଗ ହୋଇଥିଲା । ଏହା ପରେ କ୍ରାଇମବ୍ରାଞ୍ଚ, ଇଓଡବ୍ଲୁ ଆରମ୍ଭ କରିଥିଲା ଛାନଭିନ୍ । ବିଭିନ୍ନ ବ୍ୟାଙ୍କରେ ଥିବା ୧୭ ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚ କରାଯାଇଥିଲା ।

ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲା। ଆଜି ବାଲେଶ୍ଵର EOW ସ୍ପେଶାଲ କୋର୍ଟରେ ହାଜର ହେବେ ରାଜା ଚକ୍ର। ରିମାଣ୍ଡ ପାଇଁ ଆବେଦନ କରିବ କ୍ରାଇମବ୍ରାଞ୍ଚ EO॥ ବିଜେଡି ଶାସନ ବେଳେ କାହା ସହଯୋଗରେ ମେଲିଥିଲା ରାଜାଙ୍କ ଦୁର୍ନୀତି ସାମ୍ରାଜ୍ୟ ?, ହେବ ଖୁଲାସା

ଗନ୍ଧମାର୍ଦ୍ଦନ ଲୋଡ଼ିଂ ଆଣ୍ଡ କୋପରେଟିଭ ସୋସାଇଟିରୁ ୧୮୫ କୋଟି ଟଙ୍କାର ଘୋଟାଲା ମାମଲା । ଆଜି ବିଜେଡି ନେତା ରାଜା ଚକ୍ରଙ୍କୁ ବାଲେଶ୍ଵର EOW ସ୍ପେଶାଲ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ EOW । ରାଜାଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିବ EOW । ଗତକାଲି ଗିରଫଦାରୀ ପରେ ବିଜେଡି ନେତା ରାଜା ଚକ୍ରଙ୍କୁ ରାତିସାରା ଜେରା କରିଛି EOW । ବିଜେଡି ଶାସନ ବେଳେ କାହା ସହଯୋଗରେ କୋଟି କୋଟି ଟଙ୍କା ଲୁଟ୍ କରୁଥିଲେ ରାଜା ଚକ୍ର ? । ରିମାଣ୍ଡ ବେଳେ ବିଭିନ୍ନ ଦିଗକୁ ନେଇ ପଚରାଉଚରା କରିବ EOW। ପୁରା କଳା ସାମ୍ରାଜ୍ୟର ହେବ ଖୁଲାସା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
EOW interrogates Raja Chakra all night after arrest | Argus News