Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

NAC ELECTION / ଜୁନ୍ ସୁଦ୍ଧା ପୌର ନିର୍ବାଚନ, ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

Bikash Mohanty
Browse all articles by Bikash Mohanty
·5 months ago·2 min read
ଜୁନ୍ ସୁଦ୍ଧା ପୌର ନିର୍ବାଚନ, ପଞ୍ଚାୟତ ନିର୍ବାଚନ ପାଇଁ  ପ୍ରସ୍ତୁତି ଆରମ୍ଭ
Panchyat Election

Key Points

ଆସନ୍ତା ଜୁନ୍ ସୁଦ୍ଧା ୨୪ ନୂଆ ଏନ୍‌ଏସି ଓ ପୌର ପରିଷଦ ନିର୍ବାଚନ
ପଞ୍ଚାୟତ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହେବ
ନୂଆ ଜନଗଣନା ପରେ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହେବ
ଆସନ୍ତା ବର୍ଷ ହେବାକୁ ଥିବା ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରାକ୍ ପ୍ରସ୍ତୁତି। ମତଦାତା ତାଲିକାକୁ ସଂଶୋଧନ, ତ୍ରୁଟି ରହିତ ଓ ଅଦ୍ୟତନ କରିବା ପାଇଁ ଚଳିତ ବର୍ଷ ଫେବୃଆରୀ ରୁ ମାର୍ଚ୍ଚ ପର୍ଯ୍ୟନ୍ତ ଶେଷ ହେବ ଡୋର୍-ଟୁ-ଡୋର୍ ସର୍ଭେ। ସମସ୍ତ ପଞ୍ଚାୟତ ଓ ସହରାଞ୍ଚଳ ୱାର୍ଡରେ ଏହି ସର୍ଭେ କାର୍ଯ୍ୟାନ୍ବିତ ହେବ। ଏହା ସହ GIS ମ୍ୟାପିଂ ମାଧ୍ୟମରେ ୱାର୍ଡ ସୀମା ଓ ସର୍ଭେ ରୁଟ୍ ଚିହ୍ନଟ କରାଯିବ। ଭୋଟ ବାକ୍ସର ଉପଲବ୍ଧତା, ସଂରକ୍ଷଣ ସ୍ଥିତି ଓ ମରାମତି ଆବଶ୍ୟକତା ଉପରେ ଆଲୋଚନା ହୋଇଛି । କିଛି ଗାଁ ପୌର ପାଲିକା ଅଞ୍ଚଳରେ ଆବଶ୍ୟକ ଭୋଟ ବାକ୍ସ ସଂଖ୍ୟା ପୁନଃ ମୂଲ୍ୟାୟନ କରାଯିବ। ଅସ୍ଥାୟୀ ବୁଥ୍‌ ଗୁଡ଼ିକୁ ସ୍ଥାୟୀ ବୁଥ୍‌ରେ ପରିଣତ କରିବାକୁ ଗୁରୁତ୍ୱ ଦିଆଯାଇଛି। ତ୍ରୀ ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଲଟ୍ ପେପର ପ୍ରିଣ୍ଟ ପ୍ରକ୍ରିୟାକୁ ନେଇ ମଧ୍ୟ ଆଲୋଚନା ହୋଇଛି। ନିର୍ବାଚନ ପାଇଁ ଗଣତି କେନ୍ଦ୍ରର ସଂଖ୍ୟା ଓ ଚିହ୍ନଟ ନିର୍ଦ୍ଦିଷ୍ଟ କରାଯିବ। ଏହା ସହିତ ଗଣନା ପ୍ରକ୍ରିୟାରେ ପରିବର୍ତ୍ତନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ନିର୍ବାଚନ ସମ୍ପର୍କିତ ସମସ୍ତ କାର୍ଯ୍ୟ କମିଶନ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ।

ଆସନ୍ତା ବର୍ଷ ହେବାକୁ ଥିବା ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରାକ୍ ପ୍ରସ୍ତୁତି । ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଅନୁସାରେ ହେବ। ଏଥିପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ନିର୍ଦ୍ଧାରିତ ସମୟରେ ନିର୍ବାଚନ ହେବ। ପଞ୍ଚାୟତିରାଜ ବିଭାଗ ଏ ନେଇ କାମ ଆରମ୍ଭ କରିଛି। ଜନଗଣନା ସରିବା ପରେ ଚୁଡାନ୍ତ ଭାବେ ତଥ୍ୟ ପ୍ରଦାନ କରାଯିବ। ପଞ୍ଚାୟତ ପୁନର୍ଗଠନ ଆବଶ୍ୟକ ଅଛି। ବର୍ତ୍ତମାନ ଏହି ପ୍ରକ୍ରିୟା ସ୍ଥଗିତ ଅଛି। ନୂଆ ଜନଗଣନା ପରେ ପଞ୍ଚାୟତ ପୁନର୍ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହେବ। ୨ ଥର ବିଭାଗର ବୈଠକ ସରିଛି। ବିଭିନ୍ନ ଅଭିଯୋଗ ପତ୍ର ଆସୁଛି। ନିଜ ଅଞ୍ଚଳର ସୀମା ନିର୍ଦ୍ଧାରଣ କରି ପ୍ରସ୍ତାବ ଦେଉଛନ୍ତି। ଏହାକୁ ବିଚାର କୁ ନିଆଯିବ କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ। 

ଆସନ୍ତା ଜୁନ୍ ସୁଦ୍ଧା ୨୪ ନୂଆ ଏନ୍‌ଏସି ଓ ପୌର ପରିଷଦ ପାଇଁ ହେବ ନିର୍ବାଚନ। ନୂତନ ଘୋଷିତ ପୌରାଞ୍ଚଳରେ ଏହି ନିର୍ବାଚନ କରାଯିବ | ନିୟମାନୁସାରେ, ପୌରାଞ୍ଚଳ ଘୋଷଣା ହେବାର ୬ ମାସ ଭିତରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା କଥା | ଗତ ଡିସେମ୍ବର ମାସରେ ରାଜ୍ୟ ସରକାର ୨୪ଟି ନୂଆ ଏନ୍‌ଏସି ଓ ପୌରପାଳିକା ଲାଗି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତେଣୁ ଆସନ୍ତା ଜୁନ୍ ଶେଷ ସୁଦ୍ଧା ସେ ସବୁ ସ୍ଥାନରେ ନିର୍ବାଚନ ଫଳାଫଳ ପ୍ରକାଶ ସହ ପ୍ରଥମ ପରିଷଦ ବୈଠକ ବସିବ । ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ରାଜ୍ୟ ନିର୍ବାଚନ କମିସନର ଚିଠି ଲେଖି ଅବଗତ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NAC ELECTION | NAC ELECTION | NAC ELECTION | Odisha to Hold Elections for 24 New NACs, Municipal Councils by June | Argus News