Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମାର୍କେଟରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ

Odisha

DUPLICATE MEDICINE / ମାର୍କେଟରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ

Rashmita Mishra
Browse all articles by Rashmita Mishra
·1 year ago·1 min read
ମାର୍କେଟରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ

Key Points

ରୋଗୀଙ୍କ ବିଶ୍ବାସରେ ବିଷ। ମାର୍କେଟରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ। ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିଲା ନକଲି ଔଷଧ। 3ବର୍ଷରେ 103ଟି ମେଡିସିନ ନିମ୍ନମାନର ଥିବା ଧରାପଡିଛି।

ରୋଗୀଙ୍କ ବିଶ୍ବାସରେ ବିଷ। ମାର୍କେଟରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ। ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିଲା ନକଲି ଔଷଧ। 3ବର୍ଷରେ 103ଟି ମେଡିସିନ ନିମ୍ନମାନର ଥିବା ଧରାପଡିଛି। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।


ରୋଗୀ ଙ୍କ ବିଶ୍ୱାସ ରେ ବିଷ। ମାର୍କେଟରେ କିପରି ନକଲି ମେଡିସିନ ବୁଲୁଛି ସେନେଇ ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଲିଖିତ ଉତ୍ତରରେ ତଥ୍ୟ ରଖିଛନ୍ତି । ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଛି ନକଲି ମେଡ଼ିସିନ । ମାର୍କେଟରେ ଜିଙ୍କ୍ ସଲଫେଟ, ସୋଡିୟମ ଲାକଟେଟ, ହେପ୍ରେନ ସୋଡିୟମ ଇଂଜେକସନ ନିମ୍ନ ମାନର ବୋଲି ଜାଣା ପଡ଼ିଛି ।


ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କଲିକତା, ହାଇଦ୍ରାବାଦ ଆଦି ସ୍ଥାନରୁ ଓଡିଶା କୁ ଆସୁଥିଲା ନକଲି ମେଡ଼ିସିନ । ତିନି ବର୍ଷରେ ୧୦୩ ଟି ମେଡ଼ିସିନ ନିମ୍ନ ମାନର ଥିବା ଧରା ପଡ଼ିଛି । ୪ ସପ୍ଲାୟର ଙ୍କ ସମେତ ସେହି କମ୍ପାନୀ କୁ କଳା ତାଲିକା ଭୁକ୍ତ କରାଯାଇଛି । ୨୦୨୨-୨୩ ରେ ୪୫ ଟି ମେଡ଼ିସିନ କୁ ନିମ୍ନ ମାନର ଘୋଷଣା କରାଯାଇଛି । ସେହିପରି ୨୦୨୩-୨୪ ରେ ୩୨ ଟି, ୨୦୨୪-୨୫ ରେ ୨୬ ଟି ମେଡ଼ିସିନ ନିମ୍ନ ମାନର ଥିବା ଧରା ପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Education Next Season 5
Sponsored
Fake-medicines-are-circulating-in-the-market-in-large-quantities. | Argus News