ପିଶାଚ ପାଲଟିଲା ପୁଅ

ପିଶାଚ ପାଲିଟିଲା ପୁଅ। ଟାଙ୍ଗିଆରେ ବାପାକୁ କଲା ହତ୍ୟା। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅର୍ନ୍ତଗତ ନୂଆଗାଁ ଗ୍ରାମପଞ୍ଚାୟତର ଛୁରିଚଖା ଗ୍ରାମରେ ଘଟିଛି ଏମିତି ବିଭତ୍ସ ହତ୍ୟାକାଣ୍ଡ। ପୁଅର ଟାଙ୍ଗିଆ ଚୋଟରେ ମୃତ୍ୟୁବରଣ କରିଛନ୍ତି ବାପା।
ଗତକାଲି କୌଣସି କାରଣକୁ ନେଇ ସିରାନୁସ ଟେଟେ ଓ ତାଙ୍କ ପୁଅ ସୁରଜ ଟେଟେଙ୍କ ମଧ୍ୟରେ ଝଗଡା ହୋଇଥିଲା। ରାତି ୮ ଟା ବେଳେ ଝଗଡ଼ା ଉଗ୍ରରୂପ ନେବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ୬୨ ବର୍ଷୀୟ ବାପାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ ପୁଅ। ଟାଙ୍ଗିଆ ଚୋଟ ବେକରେ ବସିବାରୁ ଘଟଣାସ୍ଥଳରେ ବାପା ସିରାନୁସଙ୍କ ମୃତ୍ୟୁ ହୋଇଥିଲା।
📱 Get Argus News App
✨ଖବର ପାଇ କୁତ୍ରା ଥାନା ଅଧିକାରୀ ମନୋରଂଜନ ବିଶିଙ୍କ ନେତୃତ୍ୱରେ ପୋଲିସ ଓ ଶାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡ ଘଟଣାର ତଦନ୍ତ କରିଛନ୍ତି।ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ରାଜଗାଙ୍ଗପୁର ବ୍ୟବଚ୍ଛେଦ ଗୃହକୁ ପଠାଇଛି। ପିତୃହନ୍ତା ପୁଅକୁ ପୋଲିସ ଗିରଫ କରି ତଦନ୍ତ ଚଳାଇଛି। ତେବେ ବାପ ପୁଅଙ୍କ ମଧ୍ୟରେ କେଉଁ କାରଣ ନେଇ କଥା କଟାକଟି ହୋଇଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।